ETV Bharat / state

ମହାପ୍ରଭୁଙ୍କ ସେବାରେ ଲାଗିବ ଅରୁଆ ଚାଉଳ ଓ ଗୁଆ - ମହାପ୍ରଭୁଙ୍କ ସେବାରେ ଲାଗିବ ଚାଉଳ ଓ ଗୁଆ

Arpana Ratha: ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ସେବାରେ ଲାଗିବ ଅରୁଆ ଚାଉଳ ଓ ଗୁଆ

author img

By ETV Bharat Odisha Team

Published : Jan 20, 2024, 12:01 PM IST

ମହାପ୍ରଭୁଙ୍କ ସେବାରେ ଲାଗିବ ଅରୁଆ ଚାଉଳ ଓ ଗୁଆ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ । ଏଥିରୁ ସଂଗୃହିତ ଗୁଆ ଓ ଚାଉଳକୁ ମହାପ୍ରଭୁଙ୍କ ସେବାରେ ଲାଗିବ । ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ । ଏହି ରଥ ପରିକ୍ରମା କରିବା ସହ ଭକ୍ତଙ୍କ ଠାରୁ ରଥ ମାଧ୍ୟମରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା। କିନ୍ତୁ ଏହାକୁ ସଂଗ୍ରହ କରାଯାଇଥିଲେ ମଧ୍ୟ କୌଣସି କାମରେ ଲାଗିନାହିଁ । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଭକ୍ତଙ୍କ ଭାବାବେଗ ସହ ସରକାର ଖେଳିବା ଠିକ୍ ନୁହେଁ ବୋଲି ସଧାରଣରେ ମତ ପ୍ରକାଶ ପାଇଥିଲା । ଗତ 17 ତାରିଖରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରାଯାଇଥିଲା । ଏହି ଲୋକାର୍ପଣ ପୂର୍ବରୁ ରାଜ୍ୟର ଗାଁ ଘାଁରେ ବୁଲିଥିଲା ପ୍ରରିକ୍ରମା ରଥ । ଏହି ରଥ ବୁଲିବା ସହ ଏହା ମାଧ୍ୟମରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଶ ସଂଗ୍ରହ କରାଯାଇଥିଲା । ତେବେ ବର୍ତ୍ତମାନ ପ୍ରକଳ୍ପ ଲୋକାର୍ପଣ ହେଇସାରିଥିବା ବେଳେ ସଂଗ୍ରହ କରାଯାଇଥିବା ଗୁଆ ଓ ଚାଉଳ କାମରେ ନଲାଗିଥିବାରୁ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ତେବେ ଏହି ବିବାଦର ଅବସାନ ହେବାକୁ ଯାଉଛି । ଭକ୍ତଙ୍କ ଠାରୁ ସଂଗୃହିତ ଚାଉଳ ଓ ଗୁଆ ଶ୍ରୀମନ୍ଦିର ସୁଆର ଓ ମହାସୁଆର ନିଯୋଗ ଗ୍ରହଣ କରିବ ବୋଲି ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଉଦେଶ୍ୟରେ ଭକ୍ତ ଗୁଆ ଓ ଚାଉଳ ଦେଇଛନ୍ତି । ତେଣୁ ଏହାକୁ ଗ୍ରହଣ କରାଯିବ। ଅରୁଆ ଚାଉଳକୁ ନେଇ ଅନ୍ନ ଭୋଗ ପ୍ରସ୍ତୁତ ହେବ। ଯଦି ଅନ୍ନ ଭୋଗ ପ୍ରସ୍ତୁତ ହୋଇ ପାରିବନି ଖେଚୁଡ଼ି ଭୋଗ ପ୍ରସ୍ତୁତ କରାଯିବ । ଏହାଛଡା ଅରୁଆ ଚାଉଳ ମହାପ୍ରଭୁଙ୍କ ବିଭିନ୍ନ ପୂଜା ନୀତିରେ ବ୍ୟବହାର ହେଇଥାଏ । ମୁରୁଜ ଓ ବନ୍ଦାପନାରେ ଚାଉଳ ଆବଶ୍ୟକ ହୋଇଥାଏ। ଏଣୁ ଭକ୍ତଙ୍କ ଅରୁଆ ଚାଉଳ ମହାପ୍ରଭୁଙ୍କ ବିଭିନ୍ନ ପୂଜାନୀତିରେ ଲଗାଯାଇ ପାରିବ।

ଏହା ମଧ୍ୟ ପଢନ୍ତୁ-'ମହାପ୍ରଭୁଙ୍କ ନାଁ ନେଇ ଲୋକଙ୍କ ଶ୍ରଦ୍ଧା ସହ ଖେଳିଛନ୍ତି ସରକାର', ଜବାବ ରଖିଲା ବିଜେଡି

ସେହିପରି ନାରାୟଣ ମହାସୁଆର ଏହା ମଧ୍ୟ କହିଛନ୍ତି ଯେ,ସଂଗ୍ରହ କରାଯାଇଥିବା ଗୁଆକୁ ହଡ଼ପ ନାୟକ ନିଯୋଗକୁ ଦିଆଯିବ। ମହାପ୍ରଭୁଙ୍କ ପ୍ରତି ଭୋଗରେ ପାନ ଭୋଗ ଲାଗି ହୋଇଥାଏ । ହଡ଼ପ ସେବାୟତ ଏହି ଗୁଆକୁ ମହାପ୍ରଭୁଙ୍କ ପାନରେ ଗୁଆକୁ ଲାଗୁ କରିବେ । ସେହିପରି ସଂଗୃହିତ ନଡ଼ିଆକୁ ମଧ୍ୟ ମହାପ୍ରଭୁଙ୍କ ପୂଜା ସହ ବିଭିନ୍ନ ନିତିରେ ବ୍ୟବହାର ହେବ । ଏଣୁ ଏହାକୁ ନେଇ ବିବାଦ ହେବା ଉଚିତ ନୁହେଁ। ମହାପ୍ରଭୁଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲିଥିବା ଅର୍ପଣ ରଥ ଏକ ସ୍ଵାଗତଯୋଗ୍ୟ କାର୍ଯକ୍ରମ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.