ETV Bharat / state

ରାଜଧାନୀ ହେବ ଅପରାଧମୁକ୍ତ; ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌: ଗୃହ ଓ ନଗର ଉନ୍ନୟନ - Traffic Jam in Bhubaneswar

author img

By ETV Bharat Odisha Team

Published : Jun 25, 2024, 5:23 PM IST

Traffic Jam in Bhubaneswar: ସହରାଞ୍ଚଳରେ ଏଣିକି ହେବନି ଟ୍ରାଫିକ ଜାମ । ଟ୍ରାଫିକ ପୋଷ୍ଟରୁ ରେଡ୍‌ ଲାଇଟ୍‌ ଗୁଡ଼ିକୁ ହଟାଯାଇ ବିକଳ୍ପ ଭାବେ ଓଭର ବ୍ରିଜ, ଆପ୍ରୋଚ ରୋଡ ବ୍ୟବସ୍ଥା କରାଯିବ । ରାଜଧାନୀକୁ ଅପରାଧମୁକ୍ତ କରିବାକୁ ନିଆଯିବ ପଦକ୍ଷେପ । ଅଧିକ ପଢ଼ନ୍ତୁ

Traffic Jam in Bhubaneswar
Traffic Jam in Bhubaneswar (ETV Bharat Odisha)

ଭୁବନେଶ୍ବର: ସହରାଞ୍ଚଳରେ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍‌ । ଏଥିପାଇଁ ବିକଳ୍ପ ଭାବେ ଓଭର ବ୍ରିଜ, ଆପ୍ରୋଚ ରୋଡ ବ୍ୟବସ୍ଥା କରାଯିବ । ଖୁବଶୀଘ୍ର ଏନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ସେହିପରି ସହରାଞ୍ଚଳରେ ଅପରାଧ ନିୟନ୍ତ୍ରଣ କରିବା ଲାଗି ସିସିଟିଭି ଓ ଲାଇଟ୍‌ର ବ୍ୟାପକ ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ମେଟ୍ରୋ ଟ୍ରେନ ଏକ ବଡ଼ ବ୍ୟବସ୍ଥା । ଏନେଇ ସମ୍ୟକ ତଥ୍ୟ ହସ୍ତଗତ ହୋଇଛି । ଆଗାମୀ ଦିନରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ମେଟ୍ରୋ ରେଳ ପ୍ରକଳ୍ପକୁ ଦିଲ୍ଲୀ ମେଟ୍ରୋ ଅଥରିଟିକୁ ଦିଆଯାଇଛି । ଆଗକୁ ବର୍ଷା ଆସୁଛି । ଆଗକୁ ଏହାକୁ କିପରି ତ୍ବରାନ୍ବିତ ଗତିରେ କରାଯିବ ସେନେଇ ଆଲୋଚନା ହେବ । ଟ୍ବିନ୍‌ସିଟିରେ ମେଟ୍ରୋ ସଂଯୋଗ ହେବ । ଲୋକେ ସୁବିଧାରେ ଯିବା ଆସିବା କରିପାରିବେ, ସେନେଇ ଆମର ନଜର ରହିଛି । ଟ୍ରାଫିକ ସମସ୍ୟା ଭୁବନେଶ୍ବରର ବଡ଼ ସମସ୍ୟା । ଟ୍ରାଫିକରେ ଥିବା ରେଡ୍‌ ଲାଇଟର ସମସ୍ୟା ରହିଛି । ରେଡ୍‌ ଲାଇଟ ସମସ୍ୟାର ସମସ୍ୟାକୁ କିପରି କମାଯାଇପାରିବ, ତାହା ଉପରେ ପଦକ୍ଷେପ ନିଆଯିବ ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସାଧାରଣ ଲୋକ ଅଫିସ ଗଲାବେଳେ ଓ ଫେରିଲା ବେଳେ ଟ୍ରାଫିକ ସମସ୍ୟା ଯୋଗୁଁ ପେଷି ହେଉଛନ୍ତି । ଘଣ୍ଟା ଘଣ୍ଟା ଟ୍ରାଫିକରେ ଅଟକି ରୁହନ୍ତି । ସାଧାରଣ ଲୋକ କିପରି ସହଜରେ ଯାତାୟତ କରିବେ ଏବଂ ଅଫିସ ଯାଉଥିବା ଲୋକ ଠିକ ସମୟରେ ଅଫିସରେ ପହଞ୍ଚିବ ସେନେଇ ଆମେ ପଦକ୍ଷେପ ନେବୁ । ନାଲି ବତୀ ହଟେଇ ଲୋକଙ୍କ ଯାତ୍ରା ସହଜ କରିବାକୁ ପଦକ୍ଷେପ ନିଆଯିବ । ପ୍ରତ୍ୟେକ କର୍ପୋରେସନରେ କ୍ରାଇମ କଣ୍ଟ୍ରୋଲ କରିବା ଲାଗି ଅଧିକ ସିସି କ୍ୟାମେରା ବ୍ୟବସ୍ଥା କରାଯିବ । ଏହା ଉପରେ ଯୋଜନା ପ୍ରସ୍ତୁତ କରିବା । ଲାଇଟର ବ୍ୟାପକ ବ୍ୟବସ୍ଥା ହେବ । ସମସ୍ତ ବଡ଼ ସହରରେ ଲାଇଟର ବ୍ୟବସ୍ଥା କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ୱର ନିର୍ମାଣାଧୀନ କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଆଇନ ମନ୍ତ୍ରୀ - LAW MINISTER VISITS COURT

ସେହିପରି ନାଲିବତୀ ହଟେଇବା ବା ଏହାର ବିକଳ୍ପ ବ୍ୟବସ୍ଥା କରିବା ଲାଗି ଯୋଜନା ପ୍ରସ୍ତୁତ ହେବ ବୋଲି କହିଛନ୍ତି ମନ୍ତ୍ରୀ । ଯେଉଁ ଛକରେ ଟ୍ରାଫିକ ଘଣ୍ଟା ଘଣ୍ଟା ଧରି ଜାମ ହୋଇଯାଉଛି, ସେଠାରେ ଓଭର ବ୍ରିଜ, ଛକ ସାଇଡରେ ରାସ୍ତାର ବ୍ୟବସ୍ଥା ଓ ଅନ୍ୟାନ୍ୟ ଯୋଜନା ପ୍ରସ୍ତୁତ ହେବ । ଦୀର୍ଘ ଦିନର ଏହି ସମସ୍ୟା ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଯୋଜନା କରାଯିବ । ବଜେଟ ବ୍ୟବସ୍ଥାର ତର୍ଜମା କରାଯିବ । ଆବଶ୍ୟକ ପଡିଲେ ଡବଲ ଇଞ୍ଜିନ ସରକାର ଥିବାରୁ କେନ୍ଦ୍ରର ସହଯୋଗ ନେବୁ ବୋଲି ମଧ୍ୟ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କର ଓଡିଶା ପ୍ରତି ଶ୍ରଦ୍ଧା ଓ ଭଲ ପାଇବା ଅଛି । ଓଡ଼ିଶାର ଉନ୍ନତି ଲାଗି ଯାହା ଯାହା ଆବଶ୍ୟକତା ପଡିବ କେନ୍ଦ୍ର ସରକାର ନିଶ୍ଚୟ ସହଯୋଗ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.