ETV Bharat / state

ସାଉଥରେ ଓଡ଼ିଆ ପୁଅ ମିଲନଙ୍କ କମାଲ୍, 'ହନୁମାନ'ରେ ସହ ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ - ହନୁମାନର ସହ ନିର୍ଦ୍ଦେଶକ ମିଲନ

Hanuman Film: ଟଲିଉଡରେ ଜଲୱା ଦେଖାଇଛନ୍ତି ରାୟଗଡା ପୁଅ ମିଲନ କୁମାର ନାୟକ । ସାଉଥ ସୁପରହିଟ ଫିଲ୍ମ 'ହନୁମାନ'ରେ ସହ ନିର୍ଦ୍ଦେଶନା ଭାବେ କାମ କରି ଏବେ ଚର୍ଚ୍ଚାରେ ରହିଛନ୍ତି ମିଲନ । ତାଙ୍କର ଏହି ସଫଳତା ନେଇ ବର୍ତ୍ତମାନ ଛୁଟୁଛି ଶୁଭେଚ୍ଛାର ସୁଅ ।

ସାଉଥରେ ଓଡ଼ିଆ ପୁଅ ମିଲନଙ୍କ କମାଲ୍, 'ହନୁମାନ'ରେ ସହ ନିର୍ଦ୍ଦେଶନା ଏବେ ଚର୍ଚ୍ଚାରେ

author img

By ETV Bharat Odisha Team

Published : Feb 2, 2024, 2:00 PM IST

ସାଉଥରେ ଓଡ଼ିଆ ପୁଅ ମିଲନଙ୍କ କମାଲ୍, 'ହନୁମାନ'ରେ ସହ ନିର୍ଦ୍ଦେଶନା ଏବେ ଚର୍ଚ୍ଚାରେ

ରାୟଗଡ଼ା: ଓଡ଼ିଶା ମାଟିରେ ଭରି ରହିଛନ୍ତି କଳାକାର । ଏଠାରୁ ଅନେକ କଳାକାର ବାହାରକୁ ଯାଇ ଖ୍ୟାତି ଅର୍ଜନ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହିପରି କିଛି କଳାକାର ଅଛନ୍ତି, ଯେଉଁମାନେ ବଲିଉଡ, ଟଲିଉଡ ଏବଂ ହଲିଉଡ ଭଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଯାଦୁ ଦେଖାଇଛନ୍ତି । ବର୍ତ୍ତମାନ ସେହି ତାଲିକାରେ ଆଉ ଏକ ଓଡ଼ିଆ କଳାକାରଙ୍କ ନାଁ ଯୋଡି ହୋଇଛି । ରାୟଗଡ଼ାର ପୁଅ ମିଲନ କୁମାର ନାୟକ, ଯିଏ ସାଉଥର ରିଲିଜ ହୋଇଥିବା ସୁପରହିଟ୍ ଫିଲ୍ମ 'ହନୁମାନ' ରେ ସହ-ନିର୍ଦ୍ଦେଶକ ଭାବେ କାମ କରି ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସରେ ୨୭୫ କୋଟିରୁ ଅଧିକ ଆୟ କରିବା ସହ ଲୋକପ୍ରିୟତା ହାସଲ କରିଛି ।

ମିଲନ କୁମାର ନାୟକଙ୍କ କ୍ୟାରିଅର: ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଜନ୍ମଗ୍ରହଣ କରିଥିବା ମିଲନ ନିଜ ଗାଁରେ ନିଜ ପାଠପଢା ସାରିଥିଲେ । ଏହାପରେ ପାରଳାଖେମୁଣ୍ଡି ଠାରେ ବିଟେକ ଅଧ୍ୟୟନ କରିବା ପରେ ଚାକିରି ପାଇଁ ମୁମ୍ବାଇ ଯାଇଥିଲେ । ସେଠାରେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ୩ବର୍ଷ ଧରି ଚାକିରି କରିଥିଲେ । ହେଲେ ପିଲା ବେଳୁ ସିନେମାରେ ନିର୍ଦ୍ଦେଶନା ଦେବା ପାଇଁ ତାଙ୍କର ରହିଥିବା ଦୁର୍ବଳତା ତାଙ୍କୁ ସିନେମା ଜଗତକୁ ଟାଣି ନେଇଥିଲା । ମୁମ୍ବାଇରେ ୨ଟି ହିନ୍ଦୀ ଫିଲ୍ମରେ କାମ କରିଥିବା ବେଳେ ପରେ ସେ ୨୦୧୯ ମସିହାରେ ହାଇଦ୍ରାବାଦ ଆସି ସାଉଥ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ।

ମିଲନ କୁମାର ନାୟକଙ୍କ ଫିଲ୍ମି କ୍ୟାରିଅର: ମିଲନ ନିଜ କ୍ୟାରିଅରରେ ୪ଟି ଫିଲ୍ମରେ ସହ ନିର୍ଦ୍ଦେଶନା ଦେଇଛନ୍ତି । ଦୁଇଟି ହିନ୍ଦୀ ଏବଂ ଦୁଇଟି ତେଲୁଗୁ ଫିଲ୍ମରେ ସେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତିଲାଇଛନ୍ତି । ସିନେମା ଲୁପ୍ତ ଓ ମୋଦି ଜି କି ବେଟି ସହକାରୀ ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ସାଉଥରେ ପାଦ ଦେବା ସହ ଦୁଇଟି ତେଲୁଗୁ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ । ହେଲେ ଚଳିତ ମାସରେ ମୁକ୍ତିଲାଭ କରିଥିବା ତେଲୁଗୁ ସିନେମା 'ହନୁମାନ'ରେ ତାଙ୍କର ଭୂମିକା ସର୍ବାଧିକ ରହିଛି ।

ଏଥିରେ ସେ ସେଟ୍ ହ୍ୟାଣ୍ଡେଲ, ପୋଷ୍ଟ ପ୍ରଡକ୍ସନ ଓ ଷ୍ଟୋରି ଡେଭଲପମେଣ୍ଟ ଦାୟିତ୍ଵ ତୁଲାଇଛନ୍ତି । ଏଥିସହ ବିଭିନ୍ନ ମୂହୁର୍ତ୍ତରେ ତାଙ୍କ ନିର୍ଦ୍ଦେଶନାରେ ଆଗକୁ ବଢିଥିଲା ସିନେମା । ଯାହାକି ଆଜି ଉକ୍ତ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ତେବେ ଆଗକୁ ନିର୍ଦ୍ଦେଶନା କ୍ଷେତ୍ରରେ ଭଲ କାମ କରି ଆଗାମୀ ଦିନରେ ଜଣେ ନିର୍ଦ୍ଦେଶକ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ମିଲନ । ସୁଯୋଗ ମିଳିଲେ ଓଡ଼ିଆ ଫିଲ୍ମ ପ୍ରସ୍ତୁତ କରିବେ ବୋଲି ସେ ମତ ରଖିଛନ୍ତି ।

ପୁଅ ମିଲନଙ୍କ ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି ପରିବାର ଲୋକେ: ମିଲନଙ୍କ ବାପା ରାମଚନ୍ଦ୍ର ଜେକେ କାଗଜକଳର ଜଣେ କର୍ମଚାରୀ ହୋଇଥିବା ବେଳେ ମା' ଜ୍ୟୋତ୍ସ୍ନା ଜଣେ ଗୃହିଣୀ । ତାଙ୍କ ବାପା ବିଭିନ୍ନ ଡ୍ରାମା କରିଥିବା ବେଳେ ଏଥିରୁ ଅନୁପ୍ରାଣିତ ହୋଇ ମିଲନ ସିନେ ଜଗତରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତାଙ୍କର ଏହି ଆଗ୍ରହ ଆଜି ତାଙ୍କୁ ଏହି ସଫଳତା ଦେଇଛି । ଏହା ଦେଖି ବାପା ଓ ମା' ବେଶ ଖୁସିଥିବା କହିଛନ୍ତି । ମିଲନଙ୍କକ ମା' କହିଛନ୍ତି, ଆମର ପ୍ରୋତ୍ସାହନ ତା' ପ୍ରତି ସର୍ବଦା ରହିଥିଲା । ତାହା ମିଲନ ସଫଳତାର ସହ ଅନୁକରଣ କରିଛନ୍ତି । ଆଗକୁ ମଧ୍ୟ ସେ ନିର୍ଦ୍ଦେଶକ ହେବେ ବୋଲି ବେଶ ଆମେ ଆଶାବାଦୀ ରହିଛୁ ।

ଏହା ମଧ୍ୟ ପଢନ୍ତୁ: ହନୁମାନ ନିର୍ମାତାଙ୍କ ବଡ ହୃଦୟ, ରାମ ମନ୍ଦିର ପାଇଁ ଦାନ କଲେ ୨.୬୬ କୋଟି

ହନୁମାନ ଫିଲ୍ମ ବିଷୟରେ କହିବାକୁ ଗଲେ, ଜାନୁଆରୀ ୧୨ ମକର ସଂକ୍ରାନ୍ତି ଅବସରରେ 'ହନୁମାନ' ରିଲିଜ ହୋଇଥିଲା । ଏହି ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ଦର୍ଶକଙ୍କ ମନ ଜିତୁଛି । ଆଜି ଫିଲ୍ମ ରିଲିଜର ୨୧ଦିନରେ ପହଞ୍ଚିବା ବେଳେ ଭାରତରେ ଫିଲ୍ମ ମୋଟ ୧୮୦.୩୫ କୋଟି ଆୟ କରିଛି ଏବଂ ବିଶ୍ବରେ ୨୭୫କୋଟିରୁ ଅଧିକ ଆୟ କରିଛି । ଏଥିସହ ଏହି ଫିଲ୍ମ ପ୍ରତ୍ୟେକ ଟିକେଟର ୫ଟଙ୍କା ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ପାଇଁ ଦାନ କରି ଚର୍ଚ୍ଚାରେ ରହିଛି । ତେବେ ଏହି ଫିଲ୍ମରେ ସାଉଥ ତାରକା ତେଜା ସଜ୍ଜା ବ୍ୟତୀତ, ବିନୟ ରୟ, ଅମୃତା ଆୟର୍, ବରଲକ୍ଷ୍ମୀ ସରଥ କୁମାର, ରାଜ ଦୀପକ ଶେଟ୍ଟୀ, ଭେନେଲା କିଶୋର ଏବଂ ଅନ୍ୟାନ୍ୟ କଳାକାର ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ବର୍ମା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.