ETV Bharat / state

ଝିଅର ପ୍ରେମ ରାସ୍ତାରେ ଖଳନାୟକ ସାଜିଲେ ବାପା, ପ୍ରେମିକକୁ ହାଣିଦେଲେ - Rayagada Murder

author img

By ETV Bharat Odisha Team

Published : Sep 12, 2024, 8:19 PM IST

Rayagada Murder: ବାପାକୁ ପସନ୍ଦ ଆସିଲାଣି ଝିଅର ପ୍ରେମ । ଝିଅ ଓ ତାର ପ୍ରେମିକକୁ ଟାଙ୍ଗିଆରେ ହାଣିଦେଲେ । କାହିଁକି ଘଟିଲା ଏପରି ହତ୍ୟାକାଣ୍ଡ । ପଢନ୍ତୁ ପୂରା ଖବର

ପ୍ରେମିକକୁ ହାଣିଦେଲେ
ପ୍ରେମିକକୁ ହାଣିଦେଲେ (ETV Bharat Odisha)

ରାୟଗଡା: ପ୍ରେମ କରୁଥିଲା ଝିଅ । ଗ୍ରହଣ କରିପାରିଲେନି ବାପା । ଆଉ ଝିଅର ପ୍ରେମରେ ଖଳନାୟକ ସାଜିଲେ ବାପା । ସବୁଦିନ ପାଇଁ ପ୍ରେମିକକୁ ରାସ୍ତାରୁ ହଟାଇ ଦେଲେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାୟଗଡା ଜିଲ୍ଲାର କାଶୀପୁର ଥାନା ଅନ୍ତର୍ଗତ ଅଡାଯୋର ଗ୍ରାମରେ । ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । କଣ ଥିଲା ପୂରା ଘଟଣା ଜାଣନ୍ତୁ ।

ପ୍ରେମିକକୁ ହାଣିଦେଲେ (ETV Bharat Odisha)

ଘଟଣାଟି ଏମିତି....

ରାୟଗଡା ଜିଲ୍ଲା ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଲ ସିଂ ମାଝି ଅଡାଯୋର ଗାଁର ଜଣେ ଯୁବତୀକୁ ଭଲ ପାଇବସିଥିଲେ। ଉଭୟେ ପ୍ରେମକୁ ନେଇ ଖୁସିର ସଂସାର ଗଢିବାକୁ ସ୍ବପ୍ନ ଦେଖୁଥିଲେ । ପ୍ରେମ ଆକାଶରେ ଉଡିବୁଲିଥିଲେ ପ୍ରେମ ପକ୍ଷୀ । ହେଲେ ଝିଅର ପ୍ରେମ ସମ୍ପର୍କରେ ଜାଣିପାରିଥିଲେ ବାପା । ଯାହାକୁ ସେ ଗ୍ରହଣ କରିପାରିନଥିଲେ । ଆଉ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।

ପ୍ରେମିକକୁ ମାରିଦେଲେ:

ଝିଅ ପ୍ରେମ କରୁଥିବା ଜାଣି ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଅଭିଯୁକ୍ତ । ଗତକାଲି(ବୁଧବାର) ମଙ୍ଗଲସିଂ ମାଝୀ ଓ ତାଙ୍କ ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ମଙ୍ଗଲସିଂ ମାଝୀ । ଆଉ ଝିଅ ଗୁରୁତର ହୋଇପଡିଥିଲେ । ଆଉ ଘଟଣା ଘଟାଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ହସ୍ପିଟାଲରେ ଚାଲିଛି ଯୁବତୀଙ୍କ ଚିକିତ୍ସା:

ସେପଟେ ଟାଙ୍ଗିଆ ଆକ୍ରମଣରେ ଗୁରୁତର ହୋଇପଡିଛନ୍ତି ଯୁବତୀ । ଖବର ପାଇ କାଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି ପ୍ରଥମେ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ପାରିବାରିକ କଳହରୁ ସ୍ବାମୀ ସାଜିଲା ସୈତାନ, 10 ମାସର ଶିଶୁପୁତ୍ର ସହ ଝିଅ ଓ ସ୍ତ୍ରୀକୁ କଲା ହତ୍ୟା

ଔରସରୁ ନୁହେଁ ବୋଲି ମାରିଦେଲା ବାପା, ୫ ବର୍ଷ ପୁଅ ହତ୍ୟାକାଣ୍ଡରେ ସାବତ ବାପାକୁ ସଜ୍ଜା

ହତ୍ୟାକୁ ନେଇ କଣ କହିଲା ପୋଲିସ:

ରାୟଗଡା ଏସଡିପିଓ ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି, ‘ମୃତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଯାହାକୁ ନେଇ ଅଭିଯୁକ୍ତ ଉଭୟଙ୍କୁ ତାଗିତ୍‌ କରିଥିଲେ । ଘଟଣା ଦିନ ପ୍ରେମିକ ଓ ପ୍ରେମିକା ଗାଁକୁ ଯିବାକୁ ବାହାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: Bhubaneswar Murder:ନାବାଳକର ନାରକୀୟ କାଣ୍ଡ; ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା, ଶରୀରରୁ ଅଲଗା କରିଦେଲା ମୁଣ୍ଡ

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.