ETV Bharat / state

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, 3 ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ - Ratha Khala Update

author img

By ETV Bharat Odisha Team

Published : Jun 14, 2024, 7:23 PM IST

Puri Ratha Yatra 2024: ରଥଯାତ୍ରାକୁ ନେଇ ଚଳଚଞ୍ଚଳ ରଥ ଖଳା । ଆଜି ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢ଼ନ୍ତୁ

Puri Ratha Yatra 2024
Puri Ratha Yatra 2024 (ETV Bharat Odisha)

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଯାହାକୁ ନେଇ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏଥିପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ତିନି ରଥର ଚାରି ନାହାକା ଗୁଡ଼ିକର ଅଗ ଓ ମୂଳ ସାଲ ସହ ତିନି ରଥର ମୋଟ ୨୫ ଗୋଟି ଦଣ୍ଡାର ନିର୍ମାଣ ଶେଷ ହୋଇ ଦଣ୍ଡା ଗୁଡ଼ିକର ଦୁଇ ମୁଖ ସାଲ କାର୍ଯ୍ୟ ଶେଷ ହୋଇଥିଲା । ଆଜି ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ ହୋଇଛି ।

3 ରଥର ପାଞ୍ଚ ଦଣ୍ଡାରେ ମୁହାଁଟି ସଂଯୋଗ ପରେ ଆଗ ଓ ପଛ ନିରାଡ଼ି ଉଠି ପାର୍ଶ୍ୱ ଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ଵ ନିରାଡି ପଡ଼ିଛି । ଏହାର ଆଗ ଆଣି ମୁହାଁଟରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ଆଣି ମୁହାଁଟରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ କୋଣ ଗୁଜ ଉଠି ସେହି ଗୁଜ ଉପରେ ବିରାଡ଼ି ସଂଯୋଗ ହୋଇ ଦଣ୍ଡାଫ୍ରେମ୍ ପ୍ରସ୍ତୁତି ଶେଷ ହୋଇଛି । ଏହି ଦଣ୍ଡା ପ୍ରେମ ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟ ମହାରଣାମାନଙ୍କ ତତ୍ତ୍ୱାବଧାନରେ ସହିଯୋଗୀ ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଛି । 3 ରଥର ଆଗ ଆଣି ପଛ ଆଣି ଢ଼ମକ ଚଉପଟ ଶେଷ ହୋଇଛି । ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଏଁ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରଥ ଖଳା ହାଲଚାଲ: ତିନି ରଥର ଚାରି ନାହାକା ଗୁଡ଼ିକର ଅଗ ଏବଂ ମୂଳ ସାଲ କାର୍ଯ୍ୟ ଶେଷ - Ratha Yatra 2024

3 ରଥର ଚାରୋଟି ଲେଖାଏଁ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 3 ରଥର ମହାରଣା ସେବକମାନେ ରଥ ପାଇଁ 8ଟି ଲେଖାଏଁ ୨୪ଟି ନାଟ ଗୋଡ଼ ପ୍ରସ୍ତୁତ କରି, ସେଥିରେ ରାହୁ ରୂପ ଖୋଦେଇ ପାଇଁ ରୂପକାର ସେବକମାନଙ୍କୁ ଯୋଗାଇ ଦେଇଛନ୍ତି । ରୂପକାର ସେବକମାନେ 3 ରଥର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ସହ ରଥ ଚାରି ଦୁଆର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଦର୍ପଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକମାନେ ଜାରି ରଖିଛନ୍ତି । ଦୋଳବେଦୀ ଠାରେ ପାହି ମହାରଣାମାନେ ରଥରେ ପୂଜାର୍ଚ୍ଚନା ପାଇଁ ବେଶ ଘୋଡିଆ ଏବଂ ଫୁଲ ଚାଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଯୋକା କଣ୍ଟା, ଗୟଳ କଣ୍ଟା ଏବଂ ପୋଟଳ ପାଇଁ ବାଗିଆ କଣ୍ଟା ସହ ଚାରି ବାହାକାରେ ବଟନ ବାଡିଆ ପାଇଁ ଚଣାକ କଣ୍ଟା ପ୍ରସ୍ତୁତ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.