ETV Bharat / state

ଫତେଗଡ଼ ରାମ ମନ୍ଦିର ଉଦଘାଟିତ, ପରିବେଶ ରାମମୟ - ଫତେଗଡ ରାମ ମନ୍ଦିର

Ram temple in nayagarh: ନୟାଗଡ଼ ଫତେଗଡ଼ ଗାଁ ନିକଟ ପାହାଡ଼ ଉପରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି । ଯାହାକୁ ନେଇ ସାରା ଅଂଚଳରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Ram temple in nayagarh
Ram temple in nayagarh
author img

By ETV Bharat Odisha Team

Published : Jan 22, 2024, 3:25 PM IST

Ram temple in nayagarh

ଖୋର୍ଦ୍ଧା/ନୟାଗଡ଼: ଆଜି ରାମମୟ ହୋଇ ପଡ଼ିଛି ସାରା ବିଶ୍ୱ । କେବଳ ଅଯୋଧ୍ୟା ନୁହଁ ବରଂ ବିଶ୍ୱର କୋଣ ଅନୁକୋଣରେ ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ। ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ସେହିପରି ନୟାଗଡ଼ ଫତେଗଡ଼ର ଗିରି ଗୋବର୍ଦ୍ଧନ ପାହାଡ ଦ୍ବିତୀୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରିଛି। ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଏଠାରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସହ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି। ଏଥିପାଇଁ ଶ୍ରୀରାମ ମନ୍ଦିର ଓ ପାର୍ଶ୍ବ ଦେବାଦେବୀ ମନ୍ଦିର ସଜେଇ ହୋଇଛି ।

ପାହାଡ଼ ଶୀର୍ଷରେ ରାମ ମନ୍ଦିର । ଅଯୋଧ୍ୟା ନ ଯାଇପାରିଲେ ବି ଏହି ସ୍ଥାନକୁ ଆସିଲେ ଅଯୋଧ୍ୟାର ଭ୍ରମ ସୃଷ୍ଟି କରିବ। ପ୍ରାକୃତିକ ପରିବେଶରେ ରହିଛି ଏହି ମନ୍ଦିର । ରାମଙ୍କ ଦର୍ଶନ ସହ ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କର ମିଳିବ ଦର୍ଶନ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ଼ ଶୀର୍ଷରେ ରହିଛି ଏହି ଅଯୋଧ୍ୟା ରୂପୀ ସ୍ଥାନ । ଫତେଗଡ ଗ୍ରାମବାସୀ ଓ ଶ୍ରୀରାମ ସେବା ପରିଷଦ ନିଜସ୍ବ ପୁଞ୍ଜିରେ ନିର୍ମାଣ କରିଛନ୍ତି ଏହି ଭବ୍ୟ ରାମ ମନ୍ଦିର । ଜିଲ୍ଲାର ବଛା ବଛା କାରିଗର ଏହି ମନ୍ଦିର ନିର୍ମାଣ କରିଛନ୍ତି । ତେବେ ରେଖା, ଭଦ୍ର , ମୋହନ ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ପ୍ରାୟ 65 ଫୁଟ । ରେଖା ଉଚ୍ଚତା 65, ଭଦ୍ରର 35 ଓ ମୋହନର ଉଚ୍ଚତା 25 ଫୁଟ ରହିଛି । ମନ୍ଦିରରେ ପୁରୀ, କୋଣାର୍କ ଓ ତାରାତାରିଣୀର କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଏକ ହଜାର ଫୁଟ ପାହାଡ଼ ଶିଖରରେ ବିରାଜିବେ ରାମଲାଲା, ଯୋଗଦେବେ ଆଦିଗୁରୁ ଶଙ୍କରାଚାର୍ଯ୍ୟ

କେବଳ ବଉଳମାଳା ପଥରରେ ନିର୍ମାଣ ହୋଇଛି ମନ୍ଦିର ଏବଂ ଚତୁଃପାର୍ଶ୍ୱ। ନୟାଗଡରୁ ପ୍ରାୟ 35 କିଲୋମିଟର ଏବଂ ଭୁବନେଶ୍ୱରରୁ 70 କିଲୋମିଟର ଦୂର ହେବ ଏହି ଫତେଗଡ଼ ଶ୍ରୀରାମ ମନ୍ଦିର। ମନ୍ଦିର ନିର୍ମାଣ ପୂର୍ବରୁ ଏହି ପାହାଡ ଉପରେ ଭାଗବତ ପୀଠ ଥିଲା । ବିଶ୍ବାସ ରହିଛି, ଗାଁରେ ବର୍ଷା ହେବା ପାଇଁ ଏଠାରେ ପୂଜା କରାଯାଉଥିଲା । ସେହି ବିଶ୍ୱାସକୁ ଆଧାର କରି, ଠାକୁର ଏହି ଠାରେ ରହୁଥିବାରୁ ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀ ସ୍ବପ୍ନ ଦେଖିଥିଲେ । ତେଣୁ ଏବେ ପାହାଡ କାଟି ଏଠାରେ ମନ୍ଦିର ତିଆରି କରିଛନ୍ତି ଗ୍ରାମବାସୀ । ନିଖୁଣ କାରିଗରୀ ଦେଖିବାକୁ ମିଳିଛି ଏଠାରେ । ମନ୍ଦିରର ଶୋଭାକୁ ଦ୍ବିଗୁଣିତ କରୁଛି ପାରିପାର୍ଶ୍ବିକ ପରିବେଶ । ଗତ 17 ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଜାରି ରହିଥିଲା । ଅଯୋଧ୍ୟା ରାମ ମନ୍ଦିର ସହ ଆଜି ଫତେଗଡ ରାମ ମନ୍ଦିରରେ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଯାହାକୁ ନେଇ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଭବ୍ୟ ମନ୍ଦିରକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.