ETV Bharat / state

ଏମ୍‌କେସିଜି ରାଗିଂ ଘଟଣା: ଚାରି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

author img

By ETV Bharat Odisha Team

Published : Feb 17, 2024, 8:32 PM IST

Ragging In MKCG: ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିବା ଘଟଣା । ଦୁଇ ଜଣଙ୍କୁ ଦୁଇ ମାସ ଏବଂ ଅନ୍ୟ ଦୁଇ ଜଣଙ୍କୁ ଦୁଇ ସପ୍ତାହ ପାଇଁ କ୍ୟାମ୍ପସ୍ ବାରଣ । ଅଧିକ ପଢନ୍ତୁ

ଏମ୍‌କେସିଜି ରାଗିଂ ଘଟଣା: ଚାରି ଛାତ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ

ବ୍ରହ୍ମପୁର: ଏମ୍‌କେସିଜି ମେଡ଼ିକାଲ କଲେଜ ରାଗିଂ ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି କଲେଜ କର୍ତ୍ତୃପକ୍ଷ । ଜଣେ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଚାରି ଜଣ ସିନିୟର ଛାତ୍ରଙ୍କୁ କ୍ୟାମ୍ପସ ମନା । ଏହି ରାଗିଂ ଘଟଣା ସମ୍ନାକୁ ଆସିବା ପରେ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ଏକ ବୈଠକ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଛାତ୍ରମାନେ ସାମିଲ ଥିବା ପ୍ରମାଣିତ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଜଣେ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଇ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ କଲେଜ କର୍ତ୍ତୃପକ୍ଷ ଆକ୍ସନମୋଡକୁ ଆସିଥିଲେ । ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ହେଲା ପରେ, ଏଥିରେ ଚାରି ଜଣ ଛାତ୍ର ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଥିଲା । ତେବେ ବିଦ୍ୟାର୍ଥୀଙ୍କୁ ମାଡ଼ ମାରିଥିବା ଦୁଇ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ମାସ ପାଇଁ କ୍ୟାମ୍ପସ୍ ବାରଣ କରାଯିବା ସହ ସେମାନେ ଏହି ସମୟରେ କ୍ୟାମ୍ପସ ପରିସରକୁ ଆସିବାକୁ ବାରଣ କରାଯାଇଛି । ଏହା ସହ କୌଣସି କ୍ଲାସ୍ କିମ୍ବା ଛାତ୍ରାବାସରେ ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ରାଗିଂର ଶିକାର ହୋଇଥିବା ଛାତ୍ର ଯେଉଁ ଦୁଇଜଣ ଛାତ୍ରଙ୍କୁ ହଷ୍ଟେଲରେ ଛାଡ଼ିବା ପାଇଁ ଯାଇଥିଲେ ,ତାଙ୍କୁ ଦୁଇ ସପ୍ତାହ ପାଇଁ କ୍ଲାସ୍ ଏବଂ ଛାତ୍ରାବାସରେ ରହିବା ପାଇଁ ବାରଣ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ, ଡିଏମ୍ଇଟି ଓ ୟୁଜିସିର ଆଣ୍ଟି ରାଙ୍ଗି ସେଲ୍‌କୁ ମଧ୍ୟ ଲିଖିତ ଭାବେ କଲେଜ କର୍ତ୍ତୃପକ୍ଷ ଅବଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ବ୍ରହ୍ମପୁର MKCG ମେଡିକାଲରେ ରାଗି°! ଜୁନିୟର ଛାତ୍ରଙ୍କୁ ମାରିଲେ ସିନିୟର, ଟ୍ବିଟ୍ କରି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ପରିବାର

ସୂଚନାଯୋଗ୍ୟ ବାଲେଶ୍ଵରର ଜଣେ ଛାତ୍ର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଦ୍ବିତୀୟ ବର୍ଷ ଏମ୍.ବି.ବିଏସ୍‌ରେ ଅଧ୍ୟୟନ କରୁଛନ୍ତି । ଗତ ୯ ତାରିଖ ରାତ୍ରରେ ବ୍ୟାଣ୍ଡ୍ ଅଭ୍ୟାସ ସାରି ସେ ଫେରୁଥିବାବେଳେ ଚତୁର୍ଥ ବର୍ଷର ଦୁଇ ଜଣ ଛାତ୍ର ମେଡିକାଲ ଫାଣ୍ଡି ରାସ୍ତାରେ ଛାଡ଼ି ଦେବାକୁ କହିଥିଲେ । ସେ ଉଭୟଙ୍କୁ ମୋଟର ସାଇକେଲରେ ନେଇ ଛାଡ଼ିଥିଲେ । ଏହି ସମୟରେ ସେଠାରେ ରହିଥିବା ଚତୁର୍ଥ ବର୍ଷର ଦୁଇଜଣ ଛାତ୍ର ତାଙ୍କୁ ବିନା କାରଣରେ ମାଡ଼ ମାରିବା ସହିତ ରାଗିଂ କରିଥିଲେ । ପରେ ପୀଡ଼ିତ ଛାତ୍ରଙ୍କ ବାପାଙ୍କ ଅଭିଯୋଗ ଆଣ୍ଟି ରାଗିଂ ସେଲ୍ , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଓ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଟ୍ବିଟ୍ ଯୋଗେ ଅବଗତ କରିଥିଲେ । ଏବଂ ଉକ୍ତ ଛାତ୍ରଙ୍କ ବିରୋଧରେରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.