ETV Bharat / state

କଟକରେ ରଥଯାତ୍ରା ପାଳିତ, ଭକ୍ତିରେ ଝୁମିଲେ ଭକ୍ତ - Ratha Yatra 2024 - RATHA YATRA 2024

Ratha Yatra 2024: ଆଜି ହେଉଛି ପବିତ୍ର ଗୁଣ୍ଡିଚା ଯାତ୍ରା । କଟକ ସହରର ପ୍ରମୁଖ ୩ଟି ସ୍ଥାନ ଚାନ୍ଦିନୀ ଚୌକ, ଦୋଳ ମୁଣ୍ଡେଇ ଓ ରାଣୀହାଟ ଆଦି ଅଞ୍ଚଳରେ ବେଶ ଆଡ଼ମ୍ବରରେ ପାଳିତ ହୋଇଛି ରଥଯାତ୍ରା । ଅଧିକ ପଢନ୍ତୁ

Ratha Yatra 2024
Ratha Yatra 2024 (ETV Bharat Odisha)
author img

By ETV Bharat Odisha Team

Published : Jul 7, 2024, 7:14 PM IST

କଟକ: ଆଜି ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା। ଭକ୍ତ ଓ ଭଗବାନଙ୍କର ମିଳନର ପର୍ବ । ପବିତ୍ର ଘୋଷଯାତ୍ରା ଅବସରରେ ଚଳଚଞ୍ଚଳ ଜଗନ୍ନାଥ ମନ୍ଦିର । ସେହିକ୍ରମରେ ଆଜି ହଜାର ବର୍ଷର ପୁରାତନ ଐତିହାସିକ କଟକ ନଗରରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ବା ଘୋଷଯାତ୍ରା ପାଳନ ହୋଇଛି । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ, ଲୋକାରଣ୍ୟ ହୋଇ ଉଠିଛି କଟକ ସହର। ସହରର ଅନ୍ୟତମ ତିନୋଟି ଶ୍ରୀଜଗନ୍ନାଥ ମନ୍ଦିର ଚାନ୍ଦିନୀ ଚୌକ, ହରିପୁର-ଦୋଳମୁଣ୍ଡାଇ ଓ ରାଣୀହାଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କର ସମାବେଶ ହୋଇଥିଲା।

Ratha Yatra 2024 (ETV Bharat Odisha)

ରଥଯାତ୍ରା ପାଇଁ ସହରର ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଣୀହାଟ, ଦୋଳମୁଣ୍ଡାଇ ଏବଂ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ସଂଲଗ୍ନ ରାସ୍ତାକୁ ଏକତରଫା ଗାଡ଼ି ଚଳାଚଳ ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ପ୍ରଭୁଙ୍କର ପହଣ୍ଡି ବିଜେ ଏବଂ ରଥ ଟଣାଯାଇ ଥିଲା । ସେହିଭଳି ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ଚାନ୍ଦିନୀଚୌକର ୩ଟି ରଥ ବେଲଭ୍ୟୁ ଛକ ସ୍ଥିତ ଅସ୍ଥାୟୀ ଗୁଣ୍ଡିଚା ଘରେ ପହଞ୍ଚି ଯାଇଥିଲା । ସେହିଭଳି ଦୋଳମୁଣ୍ଡାଇ ପତିତପାବନ ଜୀଉ ମନ୍ଦିରରେ ପହଣ୍ଡି ବିଜେ, ଛେରାପହଁରା କରାଯାଇ ଅପରାହ୍ନରେ ରଥ ଟଣା ଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ.. ଭକ୍ତିରେ ଭିଜୁଛି ଶାବର ଶ୍ରୀକ୍ଷେତ୍ର, ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲେ ଭକ୍ତ - Nabajouban Darshan

ଚାନ୍ଦିନୀଚୌକ ଏବଂ ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିରରେ ମା’ ସୁଭଦ୍ରାଙ୍କର ରଥକୁ ମହିଳା ମାନେ ଟାଣିଥିଲେ। ସକାଳୁ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆରତୀ, ମୈଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ନୀତି ନିୟମ ପାଳନ କରାଯାଇ ଆଜ୍ଞାମାଳ ଆସିବାପରେ ରଥଟଣା ଆରମ୍ଭ ହୋଇଥିଲା । କଟକ ସହରରେ ଏହି ଘୋଷଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା। ହୁଳହୁଳି, ଶଙ୍ଖ ଧ୍ୱନି ମଧ୍ୟରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥଟଣା ଆରମ୍ଭ ହୋଇଥିଲା । ରଥ ଶୋଭାଯାତ୍ରାରେ ନୃତ୍ୟ, ବାଜା ଶୋଭାଯାତ୍ରାକୁ ଆହୁରୀ ଆକର୍ଷଣୀୟ କରିଥିଲା । ଆଜି କଟକ ନଗରରେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳା ଓ ଶାନ୍ତିପୂର୍ଣ୍ଣ ଭାବରେ ରଥଯାତ୍ରା ସମ୍ପନ୍ନ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.