ETV Bharat / state

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ, ସ୍ଵାଗତ ପାଇଁ କୌଳିକ ପଣ୍ଡା ଉତ୍ସାହିତ

author img

By ETV Bharat Odisha Team

Published : Feb 23, 2024, 8:57 PM IST

PM Modi Visit to Puri: ଚଳିତ ଫେବୃଆରୀ ଶେଷ ସପ୍ତାହ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିବେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡା ବେଶ ଉତ୍ସାହିତ ଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ପୁରୀ: ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପୁଣି ଓଡ଼ିସା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଚଳିତ ଫେବୃଆରୀ ମାସର ଶେଷ ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇସାରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର ।

ପ୍ରଧାନମନ୍ତ୍ରୀଙ୍କ ପୁରୀ ଆଗମନ ନେଇ ସରକାରୀ ଭାବେ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହି ସୂଚନା ତାଙ୍କୁ ଦିଆଯାଇଥିବା ସେ କହିଛନ୍ତି । ତେବେ ତାଙ୍କ ଯଜମାନ ପ୍ରଧାନମନ୍ତ୍ରୀ ହୋଇ ଥିବାରୁ ସେ ବେଶ ଆନନ୍ଦିତ । ତାଙ୍କୁ ସ୍ଵାଗତ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି । ସେ କହିଛନ୍ତି, "ସବୁ ଯଜମାନଙ୍କୁ ଆମେ ସ୍ବାଗତ କରୁ । ହେଲେ ପ୍ରଧାନମନ୍ତ୍ରୀ ଜଣେ ଭିଭିଆଇପି ହୋଇଥିବାରୁ ତାଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ମୁଁ ବ୍ୟକ୍ତିଗତସ୍ତରରେ ପ୍ରସ୍ତୁତ ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ କରାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମହାପ୍ରସାଦ, ଫୋଟୋ ଆଦି ପ୍ରଦାନ କରିବି ।" ତେବେ ଆଗାମୀ ନିର୍ବାଚନରେ ସେ ପୁଣି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତୁ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...୨୮ତାରିଖ ପାଖାପାଖି ଓଡ଼ିଶା ଆସିବେ ମୋଦି, ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ: ବିଜେପି ସଭାପତି

ପୂର୍ବରୁ ଗତ ୨୦୧୬ ଫେବୃଆରୀ ୭ ତାରିଖରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ୨୦୧୩ ମସିହାରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହା ପୂର୍ବରୁ ମଧ୍ୟ ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଓ ବିଭିନ୍ନ ଦଳୀୟ ପଦ ପଦବୀରେ ଥିବାବେଳେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିବା ତାଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ସେ ବେଶ ଉତ୍ସାହିତ ଥିବା କହିଛନ୍ତି । ଫେବୃଆରୀ ଶେଷ ସପ୍ତାହ, କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଏକ ଦଳୀୟ ସଭାରେ ଯୋଗ ଦେବାର କରିବାର କାର୍ଯକ୍ରମ ରହିଛି । ଏହି ଗସ୍ତ ଅବସରରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀରେ ଏକ ଦଳୀୟ ରୋଡ଼ ଶୋ'ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.