ETV Bharat / state

ପୁରୀ ବେଳାଭୂମିରେ ମର୍ଣ୍ଣିଂ ଓ୍ୱାକ୍‌ କଲେ ରାଷ୍ଟ୍ରପତି; ପ୍ରକୃତି ପ୍ରେମରେ ହଜାଇ ଦେଲେ ନିଜକୁ, ପ୍ରକୃତି ସୁରକ୍ଷା ବାର୍ତ୍ତା ଦେଲେ - president puri visit

President Morning Walk in Puri Sea Beach: ପୁରୀ ସମୁଦ୍ରକୂଳରେ ମର୍ଣ୍ଣିଂ ଓ୍ୱାକ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମୁଦ୍ରର ସୌନ୍ଦର୍ଯ୍ୟକୁ ଉପଭୋଗ କଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 8:31 AM IST

Updated : Jul 8, 2024, 1:00 PM IST

President  Droupadi Murmu
President Droupadi Murmu (@rashtrapatibhvn)

ପୁରୀ: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ରବିବାର ମହାପ୍ରଭୁଙ୍କ ରଥଟାଣିବା ପରେ ଆଜି ସକାଳୁ ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ବାକ୍‌ କରିଛନ୍ତି ମହାମହିମ । ପ୍ରାତଃ ଭ୍ରମଣ କରିବା ସହ ସମୁଦ୍ରର ସୌନ୍ଦର୍ଯ୍ୟକୁ ବଖାଣିଛନ୍ତି ରାଷ୍ଟ୍ରପତି । ଏଥି ସହ ପରିବେଶ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସୁରକ୍ଷା ପାଇଁ ଆହ୍ବାନ ଦେଇଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରାଯାଇଛି ।

ସମୁଦ୍ରର ପରିବେଶରେ ନିଜକୁ ହଜାଇ ଦେଲେ ରାଷ୍ଟ୍ରପତି: ରାଷ୍ଟ୍ରପତି ଏକ୍ସ ହ୍ୟାଣ୍ଡଲରେ ଟ୍ବିଟ କରି କହିଛନ୍ତି, ''ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାମମଗ୍ନ ହୋଇଯାଇଛି । ''

'ଜଗନ୍ନାଥଙ୍କ ଦର୍ଶନ କରି ମୁଁ ପ୍ରଶାନ୍ତି ଲାଭ କରିଛି': '' ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଟି ହୁଏ । ଏହି ସତ୍ତା ଆମକୁ ଧରି ରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ । ''

ଏହା ମଧ୍ୟ ପଢନ୍ତୁ-ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ରାଷ୍ଟ୍ରପତିଙ୍କ ମଙ୍ଗଳ କାମନା କରି ନୀଳଚକ୍ରରେ ବନ୍ଧାଗଲା ବାନା - Puri Rath Yatra 2024

ପ୍ରକୃତିକୁ ନେଇ ଚିନ୍ତା ପ୍ରକଟ କଲେ ରାଷ୍ଟ୍ରପତି: ''ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି । ଭୂପୃଷ୍ଠର 70 ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର ଏବଂ ପୃଥିବୀବ୍ୟାପୀ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି । ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି । ''

'ସମୁଦ୍ରର ଭାଷା ବୁଝନ୍ତି ସମୁଦ୍ରକୂଳିଆ': ''ଅପରପକ୍ଷେ, ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଥିରେ ଥିବା ନାନା ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ବହୁ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ପ୍ରକୃତି କୋଳରେ ବସବାସ କରୁଥିବା ଲୋକମାନଙ୍କ ଦ୍ୱାରା ଅନୁସୃତ ପରମ୍ପରା ଏ କ୍ଷେତ୍ରରେ ଆମ ପାଇଁ ପଥ-ପ୍ରଦର୍ଶକ ହୋଇପାରିବ । ଉଦାହରଣ ସ୍ୱରୂପ, ସମୁଦ୍ର-କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ସାମୁଦ୍ରିକ ପବନ ଓ ସମୁଦ୍ର ଲହରୀର ଭାଷା ବୁଝିପାରନ୍ତି । ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ସେମାନେ ସମୁଦ୍ରକୁ ଦେବତା ଭାବରେ ପୂଜା କରନ୍ତି ।''

ବରିବେଶ ସୁରକ୍ଷା ପାଇଁ ଆହ୍ବାନ: ପରିବେଶ ସୁରକ୍ଷା ଓ ପରିବେଶ ସଂରକ୍ଷଣ ଜନିତ ଆହ୍ୱାନର ମୁକାବିଲା ପାଇଁ ଆମ ପାଖରେ ଦୁଇଟି ଉପାୟ ଅଛି ବୋଲି ମୁଁ ବିଶ୍ୱାସ କରେ । ପ୍ରଥମତଃ, ସରକାର ଏବଂ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇପାରିବ ଏବଂ ଦ୍ୱିତୀୟତଃ, ନାଗରିକ ଭାବରେ ଆମେ ସ୍ଥାନୀୟ ସ୍ତରରେ ଛୋଟ ଛୋଟ ପଦକ୍ଷେପ ମଧ୍ୟ ନେଇପାରିବା । ଅବଶ୍ୟ ଏହି ଦୁଇଟି ଯାକ ପଦକ୍ଷେପ ପରସ୍ପର ପରିପୂରକ । ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ, ସ୍ଥାନୀୟ ସ୍ତରରେ ଯଥାସାଧ୍ୟ ଉଦ୍ୟମ କରିବା ପାଇଁ ଆସନ୍ତୁ ଶପଥ ନେବା । ଉତ୍ତରପିଢ଼ି ପାଇଁ ଆମକୁ ଏହା ଅବଶ୍ୟ କରିବାକୁ ହେବ ।

Last Updated : Jul 8, 2024, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.