ETV Bharat / state

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ହେବା ମୋର ସୌଭାଗ୍ୟ: ରାଷ୍ଟ୍ରପତି

author img

By ETV Bharat Odisha Team

Published : Mar 1, 2024, 6:16 AM IST

Updated : Mar 1, 2024, 7:25 AM IST

53rd Convocation Of Utkal University: ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି । ଏହି ଅବସରରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି । କ'ଣ କହିଲେ ରାଷ୍ଟ୍ରପତି ଜାଣନ୍ତୁ ।

ସମାବର୍ତ୍ତନ ଉତ୍ସବ
ସମାବର୍ତ୍ତନ ଉତ୍ସବ
ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି । ଏହି ଅବସରରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି,"ପ୍ରତିଷ୍ଠା ପର ଠାରୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ । କ୍ୟାମ୍ପସ, ପରିବେଶ ଓ ଶିକ୍ଷାଦାନ ପରମ୍ପରା ଦୃଷ୍ଟିରୁ ଏହା ଦେଶର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ।" ଏହି ବିଶ୍ୱବିଦ୍ୟାଳୟର ଯାତ୍ରାରେ ଯୋଗଦାନ ଦେଇଥିବା ସମସ୍ତ ଦିବଙ୍ଗତଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ହେବା ତାଙ୍କର ସୌଭାଗ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି ।

ସମାବର୍ତ୍ତନ ଉତ୍ସବ
ସମାବର୍ତ୍ତନ ଉତ୍ସବ

ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ୱୀକୃତିପ୍ରାପ୍ତ କଲେଜରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ଏହା ଜାଣି ଖୁସି ହୋଇଥିଲେ ଯେ, ଏହି ଛାତ୍ରମାନଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରତିଶତ ଅଧିକ । ମାନବ ସମାଜର ଅସ୍ଥିତ୍ବ ପାଇଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଜରୁରୀ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ।

ସମାବର୍ତ୍ତନ ଉତ୍ସବ
ସମାବର୍ତ୍ତନ ଉତ୍ସବ

ଏହା ମଧ୍ୟ ପଢନ୍ତୁ...ଆସନ୍ତାକାଲି କଟକ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବଳୟରେ ସିଲଭର ସିଟି

ଏହା ମଧ୍ୟ ପଢନ୍ତୁ...ରାଷ୍ଟ୍ରପତିଙ୍କ ରେଢାଖୋଲ ଗସ୍ତ ପାଇଁ ପୋଲିସ ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, "ସ୍କୁଲରେ ପଢୁଥିବାବେଳେ ଶିକ୍ଷକମାନେ ପ୍ରାୟତଃ ମାଆ, ମାତୃଭୂମି ଏବଂ ମାତୃଭାଷାକୁ ଭଲ ପାଇବା କଥା ଶିଖାଉଥିଲେ । ମାତୃଭାଷା ଶିକ୍ଷା ଆମକୁ ଆମ ସଂସ୍କୃତି ସହ ଯୋଡ଼ିଥାଏ । ଆମକୁ ଅତି ସମୃଦ୍ଧ ସଂସ୍କୃତି ମିଳିଛି ଏବଂ ଆମକୁ ଏହାର ସଂରକ୍ଷଣ କରିବାକୁ ପଡିବ । ଭାରତୀୟ ଜ୍ଞାନ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଆମେ ଆମର ମୂଳକୁ ଚିହ୍ନିବା ଉଚିତ।" ତେବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ୧୬୬ ଜଣ ପିଏଚଡି ଏବଂ ୯୫ ଜଣ ଗୋଲଡ଼ ମେଡାଲ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ମିଳିଛି । ସମ୍ମାନସୂଚକ ଡ଼କ୍ଟରକେଟ ଉପାଧି ପାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର, ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ସତୀଶ । ସେପଟେ ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । ଯେଉଁଥିରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବାବେଳେ ସୁରକ୍ଷା କଡ଼ାକଡ଼ି ହୋଇଛି ।

ସମାବର୍ତ୍ତନ ଉତ୍ସବ
ସମାବର୍ତ୍ତନ ଉତ୍ସବ

ଇଟିଭି ଭାରତ,ଭୁବନେଶ୍ବର

Last Updated : Mar 1, 2024, 7:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.