ETV Bharat / state

୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ, ମାଟିର ଝିଅକୁ ସ୍ବାଗତ ପାଇଁ ଉତ୍ସାହିତ ଅଞ୍ଚଳବାସୀ - ଦ୍ରୌପଦୀ ମୁର୍ମୁ

President Murmu Mayurbhanj visit: ଫେବୃଆରୀ ୨୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହିତ କୀଚକେଶ୍ବରୀ ମନ୍ଦିର ପରିଦର୍ଶନ କରିବେ । ଅଧିକ ପଢନ୍ତୁ

୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ
୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ
author img

By ETV Bharat Odisha Team

Published : Feb 25, 2024, 7:47 AM IST

ମୟୂରଭଞ୍ଜ ଆସୁଛନ୍ତି ମହାମହିମ

ରାଇରଙ୍ଗପୁର: ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୃତୀୟ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସୁଛନ୍ତି । ଯାହା କାର୍ଯ୍ୟସୂଚୀ ରହିଛି, ମହାମହିମ ଆଉ ଦୁଇ ଦିନ ପରେ ମୟୂରଭଞ୍ଜ ଆସିବେ । ୨୮ ତାରିଖ ଦିନ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦର ପହଞ୍ଚିବେ । ସେଠାରୁ ଦିନ ୩.୫୦ ମିନିଟ୍ ସମୟରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ପୂର୍ବାହ୍ନ ୪.୪୫ ମିନିଟରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ସେହିଦିନ ପୂର୍ବାହ୍ନ ୫.୧୫ଟାରୁ ୬.୦୦ ପର୍ଯ୍ୟନ୍ତ ହଲିଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇ ଲେନ ବିଶିଷ୍ଟ ବାଇପାସ୍ ରୋଡ଼ ନିର୍ମାଣ, ରାଇରଙ୍ଗପୁରରୁ ଯଶୀପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଷ୍ଟ୍ରେଚ ମଜବୁତ କରିବା ସହିତ ପ୍ରଶସ୍ତିକରଣ, ବାଇଦାପୋଷି ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଆଦିବାସୀ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ ଏବଂ ବଡ଼ସାହି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ ଭର୍ଚୁଆଲ ମୋଡ଼ରେ କରିବେ । ପରେ ସେଠାରୁ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ୬.୧୦ ସମୟରେ ପହଞ୍ଚି ସେଠାରେ ସମ୍ପର୍କୀୟ ଓ ବିଜେପିର ବରିଷ୍ଠ ନେତାମାନଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ: ୨୯ରେ କେନ୍ଦୁଝର ଆସୁଛନ୍ତି ରାଷ୍ଟ୍ରପତି, ଜିଲ୍ଲାର ଆଦିବାସୀ ସଂସ୍କୃତି ଦେଖିବ ସାରା ବିଶ୍ଵ

ତେବେ ନିଜ ଘରେ ରାତ୍ରୀଭୋଜନ ସହିତ ବିଶ୍ରାମ ନେବେ ମହାମହିମ । ପରଦିନ ଅର୍ଥାତ୍ ଫେବୃଆରୀ ୨୯ ତାରିଖ (ଗୁରୁବାର) ସକାଳୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଘରେ ଜଳଖିଆ ଖାଇ ସାରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସକାଳ ୮.୪୦ ସମୟରେ ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଖିଚିଂ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସକାଳ ୯.୧୫ ସମୟରେ ଶୁକୃଳି ସ୍ଥିତ ପାଣ୍ଡରଶିଳ ଫୁଟବଲ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ଖିଚିଂ ସ୍ଥିତ ମା' କୀଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଯିବେ । ୯.୪୦ରୁ ୧୦.୧୦ ସମୟ ପର୍ଯ୍ୟନ୍ତ ମା'ଙ୍କ ଦର୍ଶନ ଓ ଆରତୀରେ ଉପସ୍ଥିତ ରହିବେ ରାଷ୍ଟ୍ରପତି । ଖିଚିଂ ସ୍ଥିତ ମା' କୀଚକେଶ୍ବରୀ ମନ୍ଦିରକୁ ଆସିବା ପାଇଁ ମନ୍ଦିର କମିଟି ପକ୍ଷରୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖ ଦିନ ଇମେଲ ଯୋଗେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା ବେଳେ ସେ ଅନୁରୋଧ ରକ୍ଷା କରି ଆସୁଛନ୍ତି ।

ରାଷ୍ଟ୍ରପତିଙ୍କ ଆଗମନକୁ ନେଇ କାର୍ଯ୍ୟସୂଚୀ ମିଳିବା ପରେ ଅତ୍ୟନ୍ତ ଉତ୍ସାହ ସହକାରେ ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରପତି ଖିଚିଂ ସ୍ଥିତ ମା' କୀଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସୁଛନ୍ତି । ତାଙ୍କର ସ୍ବାଗତ ପାଇଁ ରାଇରଙ୍ଗପୁର ଓ ଖିଚିଂରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାମହିମ ରାଷ୍ଟ୍ରପତିଙ୍କ ଏହି ତୃତୀୟ ଗସ୍ତ ନେଇ ସମଗ୍ର ଜିଲ୍ଲାବାସୀଙ୍କୁ ବେଶ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.