ETV Bharat / state

ଗୋଚାଲାଣ ବେଳେ ପୋଲିସ ଉପରକୁ ଗୁଳିମାଡ, ଜଣେ ଗୁରୁତର - Police firing in Kendujhar

author img

By ETV Bharat Odisha Team

Published : Aug 11, 2024, 10:45 AM IST

Updated : Aug 11, 2024, 2:02 PM IST

Cattle smuggler injured in encounter: ଗୋଚାଲାଣ ଅଟକାଇବା ବେଳେ ପୋଲିସ ଉପରକୁ ଗୁଳିମାଡ ଗୋରୁ ମାଫିଆ । ପୋଲିସର ପାଲଟା ଜବାବରେ ଜଣେ ଆହତ । ଅଧିକ ପଢନ୍ତୁ

ଗୋଚାଲାଣ ବେଳେ ପୋଲିସ ଉପରକୁ ଗୁଳିମାଡ, ଜଣେ ଆହତ
ଗୋଚାଲାଣ ବେଳେ ପୋଲିସ ଉପରକୁ ଗୁଳିମାଡ, ଜଣେ ଆହତ (ETV Bharat Odisha)

କେନ୍ଦୁଝର: ଗୋଚାଲାଣ ଅଟକାଇବା ବେଳେ ପୋଲିସ ଉପରକୁ ଗୁଳିମାଡ । ଗୁଳି ଫୁଟାଇଲେ ଗୋରୁ ମାଫିଆ । ପୋଲିସର ପାଲଟା ଜବାବରେ ଜଣେ ମାଫିଆ ଆହତ ହୋଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି । ପୋଲିସର ଗୁଳିମାଡରେ ଆହତ ଗୋରୁ ମାଫିଆକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 5 ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ।

ଗୋଚାଲାଣ ବେଳେ ପୋଲିସ ଉପରକୁ ଗୁଳିମାଡ, ଜଣେ ଗୁରୁତର (ETV Bharat Odisha)

ପୋଲିସ-ଗୋରୁ ମାଫିଆ ମୁହାଁମୁହିଁ:

ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା କୁଲାଢାଙ୍କୁଣି ଅଞ୍ଚଳରେ 4ଟି ପିକଅପ୍ ଭ୍ୟାନ ଗୋରୁ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଟିମ୍ ପହଞ୍ଚି ଗୋଚାଲାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଗୋରୁ ଚାଲାଣକାରୀ । ଏହାର କଡ଼ା ଜବାବ ଦେଇଥିଲା ପୋଲିସ । ପୋଲିସ ଗୋରୁ ଚାଲାଣକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। । ଏଥିରେ ଜଣେ ଗୋରୁ ମାଫିଆ ଗୋଡରେ ଦୁଇଟି ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ପୋଲିସ ତାକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । ଯାହା ସୂଚନା ମିଳିଛି, ଆହତ ଗୋଚାଲାଣକାରୀ ଜଣଙ୍କ ସାନ୍ତରାପୁର ଅଞ୍ଚଳର ।

ଗୁଳିମାଡରେ 2 ପୋଲିସ ସାମାନ୍ୟ ଆହତ:

ଏନେଇ କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାଏକ କହିଛନ୍ତି, ''ଘଟଣାସ୍ଥଳରୁ ଚାରୋଟି ପିକଅପ୍ ଭ୍ୟାନ ଜବତ ହୋଇଛି ଓ ପାଞ୍ଚ ଜଣଙ୍କୁ ଅଟକ ରଖାଯାଇଛି । ଏହାସହ ଦୁଇଟି ଦେଶୀ ବନ୍ଧୁକ ମଧ୍ୟ ପୋଲିସ ଜବତ କରିଛି । କେଉଁଠିକୁ ଏହି ଗୋରୁଚାଲାଣ ହେଉଥିଲା ଏବଂ ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି । ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନାରେ ପୃଥକ ପୃଥକ କେସ୍ ରୁଜୁ ହୋଇଛି । ଗୁଳିମାଡରେ ଗୁରୁତର ଥିବା ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇ ଚିକିତ୍ସତ ହେଉଛନ୍ତି ।''

ଏହା ମଧ୍ୟ ପଢନ୍ତୁ: ରେମୁଣାରେ ଯୁବକଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ - Balasore Firing

ଏହା ମଧ୍ୟ ପଢନ୍ତୁ: ଜୀବନ ହାରିବା ଉଦ୍ୟମ ପରେ ନିଖୋଜ ଓ ସକାଳୁ ଥାନାରେ ହାଜର - attempt for suicide in KATHAJODI

ଇଟିଭି ଭାରତ, କେନ୍ଦୁଝର

Last Updated : Aug 11, 2024, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.