ETV Bharat / state

ପେଶା ଥିଲା ପୂଜାପାଠ ନିଶା ଥିଲା ଚୋରି: ବନ୍ଧା ହେଲେ ନନା, 24 ବାଇକ ଜବତ - Priest Arrested

author img

By ETV Bharat Odisha Team

Published : Jun 7, 2024, 5:43 PM IST

BIKE THIEF ARRESTED IN BHUBANESWAR: ରାଜଧାନୀରୁ ଜଣେ ପେଶାଦାର ବାଇକ ଚୋରକୁ ଗିରଫ କରିଛି ପୋଲିସ । ବିଭିନ୍ନ ମଲ, ହସ୍ପିଟାଲ ପାର୍କିଂରୁ ବାଇକ ଚୋରି କରୁଥିବା ବେଳେ କମିଶନରେଟ୍ ପୋଲିସ ହାବୁଡରେ ପଡ଼ିଲେ ଚୋର ନନା । ଅଧିକ ପଢନ୍ତୁ

BIKE THIEF ARRESTED IN BHUBANESWAR
BIKE THIEF ARRESTED IN BHUBANESWAR (ETV Bharat Odisha)

ଭୁବନେଶ୍ବର: କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ପର୍ଦ୍ଦାଫାସ ହେଲା ରାଜଧାନୀର ଏକ ବାଇକ ଚୋରି ରାକେଟ । ଧରାପଡ଼ିଲା ୨୪ଟି ବାଇକ ସହ ଜଣେ କୁଖ୍ୟାତ ଚୋର । ରାଜଧାନୀରୁ ପାଖାପାଖି ୨୦ଲକ୍ଷ ଟଙ୍କାର ଗାଡି ଚୋରି କରିଥିବା ଚୋରକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ପୂଜକ ନନାଙ୍କ ଚୋରି କାରନାମା ଲାଗିଲା ପୋଲିସ ହାତରେ । ଉକ୍ତ ଚୋର ଜଣକ ହେଲେ କୃପାସିନ୍ଧୁ ମହାପାତ୍ର ଘର ତମାଣ୍ଡୋ ଜାଆଁଳା ଅଞ୍ଚଳରେ । ଚୋରି ପାଇଁ ପୂଜକ ବାବା ନନା ଆପଣାଇ ଥିଲା ଅଭିନବ ଉପାୟ । କେତେବେଳେ ଚନ୍ଦନ ମାରି ନନା ବେଶରେ ବୁଲି ଚୋରି କରୁଥିଲେ । ଆଉ କେତେବେଳେ ସାଧାରଣ ବେଶରେ କଳା ଚଷମା ପିନ୍ଧି ବୁଲି ବୁଲି ଗାଡି ପାର୍କିଂ ଠାବ କରୁଥିଲା । କୃପାସିନ୍ଧୁ ରାଜଧାନୀର ବିଭିନ୍ନ ପାର୍କିଂରୁ ଗାଡ଼ି ଚୋରି କରିଥିବା ସୂଚନା ଦେଇଛି ପୋଲିସ ।

ଏନେଇ ୨୪ଟି ଚୋରି ଗାଡି ଧରା ପଡିବା ପରେ ଖୁଲାସା ହୋଇଛି ନନାଙ୍କ କାରନାମା । ଚୋରି ପରେ ଗାଡି ସବୁକୁ ବିଭିନ୍ନ ଲୋକଙ୍କ ପାଖରେ ବନ୍ଧା ପକାଇ ଅର୍ଥ ଆଣିଥାଏ । ୫ହଜାର ୧୦ହଜାର ଧାର ଆଣି ସେମାନଙ୍କୁ ଚୋରି ଗାଡ଼ିକୁ ବନ୍ଧକ ଭାବେ ରଖି ଦେଉଥିଲା । ବନ୍ଧା ରଖୁଥିବା ଲୋକଟି ଚୋରି ଗାଡି ବୋଲି ମଧ୍ୟ ଅନେକ ଜାଣି ପାରୁନଥିଲେ । ଏବେ ୨୪ଟି ଗାଡିକୁ ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ ....ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ, ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ - Interim Bail To Prashant Jagaddev
ଏହା ମଧ୍ୟ ପଢନ୍ତୁ....ସୁନ୍ଦରୀଙ୍କ ଟାର୍ଗେଟରେ ସୁନା ଦୋକାନ, ଧରାପଡ଼ିଲା ଚୋରଣୀ - Bhubaneswar Jewellery Shop Loot

ଏନେଇ ପୋଲିସ କମିଶନର କହିଛନ୍ତି, ‘ଅଭିଯୁକ୍ତ ଜଣକ ହେଉଛି କୃପାସିନ୍ଧୁ ମହାପାତ୍ର ଘର ତମାଣ୍ଡୋ ଜାଆଁଳା ଅଞ୍ଚଳରେ । ନୟାପଲ୍ଲୀ , ଖଣ୍ଡଗିରି, ସହିଦନଗର ଆଦି ଅଞ୍ଚଳର ବିଭିନ୍ନ ମଲ, ହସ୍ପିଟାଲ ପାର୍କିଂ ଓ ହାଟ ବା ମାର୍କେଟ ପାର୍କିଂରୁ ଏଭଳି ଗାଡି ଚୋରି କରୁଥିଲା । ବୟସ୍କ ଲୋକ ୨୪ଟି ବାଇକ ଚୋରି ଜବତ କରାଯାଇଛି । ଏହି ଘଟଣାରେ ଅଧିକ ଗାଡି ସଂଶ୍ଳିଷ୍ଟ ଥିବା ସନ୍ଦେହ ହେଉଛି । ପୂର୍ବରୁ ମଧ୍ୟ ସେ କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସରୁ ଗାଡି ଚୋରି କେସରେ ମଧ୍ୟ ପୂର୍ବରୁ ଗିରଫ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.