ETV Bharat / state

ପଦ୍ମଶ୍ରୀ ପାଇଁ ମନୋନୀତ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ସମ୍ମାନିତ କଲା କଂଗ୍ରେସ - PCC president Sarat Patnaik

Binod Maharana honored by PCC president: ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପଟ୍ଟଚିତ୍ର ଶିଳ୍ପ ବିନୋଦ ମହାରଣାଙ୍କୁ କଂଗ୍ରେସ ପକ୍ଷରୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

Binod Maharana honored by PCC president
ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ସମ୍ମାନିତ କଲା କଂଗ୍ରେସ
author img

By ETV Bharat Odisha Team

Published : Jan 29, 2024, 9:07 AM IST

ଭୁବନେଶ୍ବର: ପଦ୍ମଶ୍ରୀ ପୁରସ୍କାର 2024 ପାଇଁ ମନୋନୀତ ହୋଇଥିବା ଓଡ଼ିଆ ଶିଳ୍ପୀ ବିନୋଦ ମହାରଣାଙ୍କୁ ସମ୍ମାନିତ କଲା କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ସମ୍ମାନିତ କରିଛନ୍ତି । ବିନୋଦ ମହାରଣାଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ବାସଭବନରେ ସାକ୍ଷାତ କରି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା କଳା କ୍ଷେତ୍ରରେ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଯାଉଛନ୍ତି ।

ଗତକାଲି (ରବିବାର) ଦିନ ପିସିସି ସଭାପତି ଶରତ ପଟ୍ଟନାୟକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ପ୍ରଥମ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ସମ୍ମାନୀତ କରିଛନ୍ତି । ପୁରୁଣା ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି ଶରତ ପଟ୍ଟନାୟକ । ଏହି ଅବସରରେ ଶରତ ପଟ୍ଟନାୟକ ତାଙ୍କୁ ଓ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇବା ସହ କିଛି ସମୟ ସେମାନଙ୍କ ସହ କଥା ହୋଇଥିଲେ । ତେବେ ପଟ୍ଟଚିତ୍ର ଶିଳ୍ପରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଶିଳ୍ପୀ ଦେଶର ସମ୍ମାନଜନକ ପୁରସ୍କାର ପାଉଛନ୍ତି । ଯାହା ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବ କଥା ବୋଲି କହିଛନ୍ତି ପିସିସି ସଭାପତି ।

ଏହାମଧ୍ୟ ପଢନ୍ତୁ.. ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ବିଭିନ୍ନ ପୁରସ୍କାର ବିଜେତା ହେବେ ସମ୍ବର୍ଦ୍ଧିତ

ଅନୁରୂପ ଭାବେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହୀନିପତି, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ମୁଖପାତ୍ର ରଜନୀ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ନେତା ପ୍ରଶାନ୍ତ ଚମ୍ପତି ଓ ପ୍ରଭାତ ପ୍ରତାପ ସିଂ ପ୍ରମୁଖ ପଦ୍ମଶ୍ରୀ ମହାରଣାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ସୂଚନା ଯୋଗ୍ୟ, ଚଳିତ ବର୍ଷ ଓଡ଼ିଶାର 4 ଜଣ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି । 75 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏନେଇ ଘୋଷଣା କରିଥିଲେ ଭାରତ ସରକାର । ଚଳିତ ବର୍ଷ 5 ଜଣଙ୍କୁ ପଦ୍ମବିଭୂଷଣ, 17 ଜଣଙ୍କୁ ପଦ୍ମଭୂଷଣ ଓ 110ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବାକୁ ଯାଉଥିବା ବେଳେ ଓଡିଶାର 4 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କଳାକ୍ଷେତ୍ରରେ ସମସ୍ତ 4 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ତେବେ ସେମାନେ ହେଲେ ଗଞ୍ଜାମର କୃଷ୍ଣଲୀଳାର ସଙ୍ଗୀତକାର ଗୋପୀନାଥ ସ୍ବାଇଁ, ବରଗଡର ଶବ୍ଦ ନୃତ୍ୟ ଶିଳ୍ପୀ ଭାଗବତ ପ୍ରଧାନ, ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ସମ୍ବଲପୁରର ନାଗ୍ୟକାର ତଥା ଗୀତିକାର ବିନୋଦ ପଶାୟତ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.