ETV Bharat / state

ଶ୍ରୀମନ୍ଦିରରେ ସେବାୟତଙ୍କୁ ମରଣାନ୍ତଙ୍କ ଆକ୍ରମଣ, ପନ୍ତିବଡୁ ସେବକ ନିଲମ୍ବିତ

ଆକ୍ରମଣ ଘଟଣାରେ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଭିଯୁକ୍ତଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖିଛି ପୋଲିସ ।

author img

By ETV Bharat Odisha Team

Published : 2 hours ago

ATTACKS ON SENIOR SERVITOR
ATTACKS ON SENIOR SERVITOR (ETV BHARAT ODISHA)

ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସୁପରଭାଇଜର ତଥା ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତି କାରଣରୁ ପନ୍ତିବଡୁ ସେବକ ଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ 1955 ର 21 - ଖ (କ) ଧାରା ଅନୁସାରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । ଏଥି ସହ ତାଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଆକ୍ରମଣ ଘଟଣାରେ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ:

ପରବର୍ତ୍ତୀ ସମୟରେ ଯାହାର ବି ସମ୍ପୃକ୍ତି ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଏହି ନିଲମ୍ବନ ଆଦେଶ ଏହାର ନିଦର୍ଶନ । ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ବୋଲି ସେ କହିଛନ୍ତି । ସେପଟେ ଅଭିଯୁକ୍ତଙ୍କୁ ସିଂହ ଦ୍ଵାର ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି । ତାଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିନି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ପୁଣି ଚାରି ଦ୍ବାର ପ୍ରବେଶ କଟକଣା, ଭକ୍ତ ଓ ସେବାୟତଙ୍କ ନାପସନ୍ଦ

ଏହା ମଧ୍ୟ ପଢନ୍ତୁ-ଶେଷ ଇଚ୍ଛା ଥିଲା ଜଗା ଦର୍ଶନ, ଷ୍ଟ୍ରେଚରରେ ଶୋଇ ସିଂହଦ୍ବାର ଆସିଲେ ବୃଦ୍ଧ

ସେବାୟତ ବକ୍ସି ରାମଚନ୍ଦ୍ରଙ୍କୁ ଆକ୍ରମଣ:

ଗତକାଲି (ଶନିବାର) ସନ୍ଧ୍ୟାରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ କେହି ଦୁର୍ବୃତ୍ତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭୁଜାଲିରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଆହତ ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ ପୁରୀ ସିଡିଏମଓ ରୁପଭାନୁ ମିଶ୍ର । ସିଡିଏମଓଙ୍କ ସୂଚନା ଅନୁସାରେ, ଆହତ ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ହାତ, କାନ୍ଧ ଏବଂ ପିଠିରେ ଗଭୀର ଆଘାତ ଲାଗିଛି । ଚିକିତ୍ସା କରାଯିବା ସହ ଏକ୍ସରେ ମଧ୍ୟ କରାଯାଇଛି ।

ଆକ୍ରମଣର କାରଣ କହିଲେ ଗୁରୁତର ସେବାୟତ:

ସିଡିଏମଓଙ୍କ ସୂଚନା ଅନୁସାରେ, ଆହତ ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ହାତ, କାନ୍ଧ ଏବଂ ପିଠିରେ ଗଭୀର ଆଘାତ ଲାଗିଛି । ଚିକିତ୍ସା କରାଯିବା ସହ ଏକ୍ସରେ ମଧ୍ୟ କରାଯାଇଛି । ସେପଟେ ଆକ୍ରମଣର ଶିକାର ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀ କହିଛନ୍ତି, ଗତ କିଛିଦିନ ହେବ ଜଣେ ଅଣସେବାୟତ ଆନନ୍ଦ ବଜାରରେ ବେଆଇନ ଭାବେ କ୍ଷୀରା ଏବଂ ରାବିଡି ବିକ୍ରି କରୁଥିଲା । ଏହାକୁ ନେଇ ବାରମ୍ବାର ବାରଣ କରିଥିଲି । ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଉକ୍ତ ଅଣସେବାୟତ ମରଣାନ୍ତକ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ମହାସୁଆର ନିଯୋଗର ସମ୍ପାଦକ ଗଣେଶ୍ଵର ମହାସୁଆର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ବରିଷ୍ଠ ସେବାୟତ ଗଣେଶ୍ଵର ମହାସୁଆର କହିଥିଲେ, ''ଏହା ଏକ ଗୁରୁତର ଘଟଣା । ମନ୍ଦିର ପ୍ରଶାସନ ଏହାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବ । ଆହତ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଜଣେ ଉତ୍ତମ ବ୍ୟକ୍ତି । ସେ ଶ୍ରୀମନ୍ଦିରକୁ ଶୃଙ୍ଖଳାର ସହ ପରିଚାଳନା କରନ୍ତି । ଯିଏ ବି ଏଭଳି କାର୍ଯ୍ୟ କରିଛି ତାହା ସିସିଟିଭିରେ ଚିହ୍ନଟ କରାଯିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେବାୟତ ଭୁବନେଶ୍ୱର ସ୍ଥାନାନ୍ତର:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଏହି ଘଟଣାକୁ ଗୁରୁତର ସହ ନେଇ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗତକାଲି ଆହତ ସବାୟତଙ୍କୁ ହସ୍ପିଟାଲରେ ଭେଟିବା ସହ ଆଶୁ ସମାଧାନ ଆରୋଗ୍ୟ କାମନା କରିଥିଲେ । ସେପଟେ ଆହତ ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.