ETV Bharat / state

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଚଳଚଞ୍ଚଳ ଲୋକନାଥ ପୀଠ - ପଙ୍କୋଦ୍ଧାର ଏକାଦଶୀ

Pankodhar Ekadashi: ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥ ଦେବ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଯାଇଛି । ପ୍ରଭୁ ଲୋକନାଥଙ୍କ ଦିବ୍ୟ ଜ୍ୟୋତିର୍ଲିଙ୍ଗକୁ ଦର୍ଶନ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଅଧିକ ପଢନ୍ତୁ

Pankodhar Ekadashi
Pankodhar Ekadashi
author img

By ETV Bharat Odisha Team

Published : Mar 6, 2024, 11:19 AM IST

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ

ପୁରୀ: ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥ ଦେବ ପୀଠ ଉତ୍ସବ ମୁଖର । ହଜାର ହଜାର ଭକ୍ତ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରୁଛନ୍ତି । ପଙ୍କୋଦ୍ଧାର ଏକାଦଶୀ ଅବସରରେ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁଯାୟୀ କଢ଼ାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳବାର ରାତି ୧ଟାରେ ମନ୍ଦିର ଦ୍ଵାରଫିଟା ନୀତି ହୋଇଥିଲା । ଏହାପରେ ପ୍ରଭୁ ଲୋକନାଥ ଦେବଙ୍କ ମଙ୍ଗଳ ଆଳତୀ, ସକାଳ ଧୂପ, ଦ୍ଵିପ୍ରହର ଧୂପ, ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥିଲା । ପରେ ରାତ୍ର 4ଟାରୁ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେଇଥିଲା । ବର୍ଷ ତମାମ ପ୍ରଭୁ ଲୋକନାଥଙ୍କ ଉପରେ ପଡି ରହିଥିବା ବେଲପତ୍ର, ଫୁଲ ଆଦିକୁ ସେବମାନେ କାଢିଥିଲେ । ସକାଳ 7ଟା ଯାଏ ଏହି ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଥଲା । ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଆଜି ରାତି 10ଟା ଯାଏ ପ୍ରଭୁ ଲୋକନାଥଙ୍କୁ ଭକ୍ତ ଦର୍ଶନ କରିପାରିବେ ।

ଏହା ମଧ୍ୟ ପଢନ୍ତୁ- ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପର୍ବ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ସେହିପରି 100 ଟଙ୍କା ଟିକେଟ ନେଇ ପ୍ରଭୁଙ୍କୁ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରଭୁ ଲୋକନାଥଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷାରେ କରିଥାନ୍ତି । ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏଣୁ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦିବ୍ୟ ଜ୍ୟୋତିର୍ଲିଙ୍ଗକୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି ।

ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ପାଇଁ ପୁରୀ ପୋଲିସ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା ସହିତ କିଭଳି ଶୀଘ୍ର ଦର୍ଶନ ଭକ୍ତ କରିପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗାଡି ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି । 2 ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିଛନ୍ତି । ସେପଟେ ଶୁକ୍ରବାର ପ୍ରଭୁ ଲୋକନାଥଙ୍କ ପୀଠରେ ପାଳନ ହେବ ପ୍ରସିଦ୍ଧ ଜାଗର ପର୍ବ । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ଶ୍ରୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ଥିବାରୁ ସେଠାରେ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯିବ । ତେବେ ଶାନ୍ତି ଶୃଙ୍ଖଳାରେ କିଭଳି ପ୍ରଭୁ ଲୋକନାଥଙ୍କ ପ୍ରସିଦ୍ଧ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପର୍ବ ପାଳନ ହେବ ତାହା ଉପରେ ପୋଲିସର ଦୃଷ୍ଟି ଥିବା ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.