ETV Bharat / state

MKCG ମେଡିକାଲର ରୂପାନ୍ତରଣ ଦାବି, ବ୍ରହ୍ମପୁରରୁ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଲେ 2 ଯୁବକ - ବ୍ରହ୍ମପୁରରୁ ଭୁବନେଶ୍ୱରକୁ ପଦଯାତ୍ରା

Padayatra From Berhampur To Bhubaneswar: ଏମ.କେ.ସି.ଜି ମେଡିକାଲ ରୂପାନ୍ତରଣ ଓ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଦାବି କରି ବ୍ରହ୍ମପୁରରୁ ରାଜଧାନୀ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଛନ୍ତି ଦୁଇ ଯୁବକ ବିନୋଦ ସାବତ ଓ ଦୀନେଶ ରାଜ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରରୁ ଭୁବନେଶ୍ୱରକୁ ପଦଯାତ୍ରା
ବ୍ରହ୍ମପୁରରୁ ଭୁବନେଶ୍ୱରକୁ ପଦଯାତ୍ରା
author img

By ETV Bharat Odisha Team

Published : Feb 5, 2024, 10:04 PM IST

ବ୍ରହ୍ମପୁରରୁ ଭୁବନେଶ୍ୱରକୁ ପଦଯାତ୍ରା

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ମେଡିକାଲ ହେଉଛି ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ.କେ.ସି.ଜି) ମେଡିକାଲ । ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥ୍ୟ ସେବା ପାଇଁ ଏମ.କେ.ସି.ଜି ମେଡିକାଲ ଉପରେ ନିର୍ଭରଶୀଳ । ତେବେ ଏହାରୁ ରୂପାନ୍ତରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ସରକାର ତାଙ୍କ ପ୍ରତିଶୃତି ଭୁଲିଯାଇଥିବା ଅଭିଯୋଗ କରି ମେଡିକାଲର ରୂପାନ୍ତରଣ ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ଦାବିରେ ରେଶମ ସହର ବ୍ରହ୍ମପୁରରୁ ରାଜଧାନୀ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଛନ୍ତି ସହରର ଦୁଇ ଯୁବକ ।

ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲ ରୂପାନ୍ତରଣ ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଦାବି କରି ବ୍ରହ୍ମପୁରରୁ ରାଜଧାନୀ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଛନ୍ତି ଦୁଇ ଯୁବକ ବିନୋଦ ସାବତ ଓ ଦୀନେଶ ରାଜ । ଏହା ପୂର୍ବରୁ ଅନେକବାର ଯୁବ ସମାଜସେବୀ ବିନୋଦ ସାବତ ଏମ୍.କେ.ସି.ଜି ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ମେଡିକାଲର ବର୍ଣ୍ଣ କେୟାର ୟୁନିଟ୍ ତୁରନ୍ତ ଖୋଲାଯାଇ ଏହାକୁ କାର୍ଯ୍ୟକାରୀ କରିବା ଦାବି ନେଇ ଆନ୍ଦୋଳନ କରିଛନ୍ତି । ଏହା ସହିତ ବିଭିନ୍ନ ଫୋରମରେ ମଧ୍ୟ ଏହାକୁ ଉପସ୍ଥାପନା କରିଛନ୍ତି । ହେଲେ ବାରମ୍ବାର ଏହି ଦାବିକୁ ନେଇ ଆନ୍ଦୋଳନ କରିବା ପରେ ବାରମ୍ବାର ପ୍ରତିଶୃତି ମିଳିଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇନାହିଁ । ଶେଷରେ ବାଧ୍ୟ ହୋଇ ଏପରି ନିଜର ସାଥୀଙ୍କୁ ନେଇ ବ୍ରହ୍ମପୁର ସହରରୁ ପଦଯାତ୍ରାରେ ବାହାରି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଜଣାଇବା ପାଇଁ ବାହାରିଛନ୍ତି ବିନୋଦ ।

ଏହା ମଧ୍ୟ ପଢ଼ନ୍ତୁ....ଏମକେସିଜିରେ ହେବ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା, 5T ଅଧ୍ୟକ୍ଷଙ୍କ ଘୋଷଣା

ଏହା ମଧ୍ୟ ପଢ଼ନ୍ତୁ...ମରିଗଲାଣି ମାନବିକତା: ଚିକିତ୍ସା ନାଁରେ ଆଣି ମେଡିକାଲ ଛାଡି ଦେଲେ, ଆଶ୍ରୟସ୍ଥଳ ପାଲଟିଛି MKCG

ଏନେଇ ବ୍ରହ୍ମପୁର ସହରର ଗାନ୍ଧୀନଗର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ନିକଟରୁ ଏହି ପଦଯାତ୍ରା ଆରମ୍ଭ କରିଥିବା ବେଳେ ଆଗାମୀ ଚାରିରୁ ପାଞ୍ଚ ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପଦଯାତ୍ରା ମାଧ୍ୟମରେ ପହଞ୍ଚିବେ ବୋଲି କହିଛନ୍ତି ବିନୋଦ । ମୁଖ୍ୟତଃ ବିନୋଦ ସାବତ ଓ ଦୀନେଶ ରାଜ ସାଙ୍ଗରେ ଏକ ଜାତୀୟ ପତକା ଧରି ଏଭଳି ପଦଯାତ୍ରାରେ ବାହାରିଥିବା ବେଳେ ତାଙ୍କ ସହିତ ସହଯୋଗ କରିବାକୁ ବ୍ରହ୍ମପୁର ସହରର ଅନ୍ୟ ଜଣେ ଯୁବକ ଶିଶିର କୁମାର ସାହୁ ମଧ୍ୟ ସେମାନଙ୍କ ସହ ଯାଇଛନ୍ତି । ତେବେ ସରକାର ଏହି ଯୁବକମାନଙ୍କ ପକ୍ଷରୁ କରାଯାଉଥିବା ସମସ୍ୟାର ସମାଧାନ କରିବେ ବୋଲି ସେମାନେ ଆଶା ରଖିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.