ETV Bharat / state

‘ମୁଖ୍ୟ ଶାସନ ସଚିବ ସବୁକିଛି କରିପାରନ୍ତି ନାହିଁ ’: ଅବସର ପୂର୍ବରୁ ପ୍ରଦୀପଙ୍କ ଭାବପ୍ରବଣ ଟ୍ବିଟ୍‌ - PRADEEP JENA

New CS of Odisha: ଅବସର ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଭାବପ୍ରବଣ ଟ୍ବିଟ୍‌ । ପ୍ରଶାସକ ଜୀବନର ଅନୁଭବ ବାଣ୍ଟିଲେ, ନୂଆ ଯାତ୍ରା ପାଇଁ ସମସ୍ତଙ୍କ ଆଶୀର୍ବାଦ ଲୋଡିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 30, 2024, 1:01 PM IST

ଅବସର ପୂର୍ବରୁ ପ୍ରଦୀପଙ୍କ ଭାବପ୍ରବଣ ଟ୍ବିଟ୍‌
ଅବସର ପୂର୍ବରୁ ପ୍ରଦୀପଙ୍କ ଭାବପ୍ରବଣ ଟ୍ବିଟ୍‌ (ETV Bharat Odisha)

ହାଇଦ୍ରାବାଦ: ‘‘ଜଣେ ମୁଖ୍ୟ ଶାସନ ସଚିବ ସବୁକିଛି କରିପାରନ୍ତି ବୋଲି ବେଳେବେଳେ ଲୋକେ ଭାବନ୍ତି । ମାତ୍ର ତାହା ସତ ନୁହେଁ । ମୁଁ ବ୍ୟବସ୍ଥା, ପ୍ରକ୍ରିୟା, ପ୍ରଣାଳୀ ଓ ନୀତି ନିୟମ ମଧ୍ୟରେ ସୀମିତ । ମୁଁ ପ୍ରୟାସ କଲେ ମଧ୍ୟ କିଛି କ୍ଷେତ୍ରରେ ଏହି ସୀମିତତା କାରଣରୁ ଲୋକଙ୍କୁ ସାହାଯ୍ୟ କରିପାରି ନଥାଏ । ଲୋକଙ୍କର କିଛି ଆଶା ମୋର କ୍ଷମତା ପରିସର ବାହାରେ ଥାଏ ।’’ କାର୍ଯ୍ୟକାଳ ଶେଷ ହେବା ପରେ ଦାୟିତ୍ବରୁ ଅବ୍ୟାହତି ନେବା ପୂର୍ବରୁ ବିଧି ବ୍ୟବସ୍ଥା ମଧ୍ୟରେ ପ୍ରଶାସନିକ ଜୀବନ ଓ ଜଣେ ପ୍ରଶାସକଙ୍କ ଠାରୁ ସାଧାରଣ ଲୋକଙ୍କର ଥିବା ଆଶାକୁ ଏପରି ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଭାବେ ଆଜି (ଜୁନ 30) ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତକାଲି (ଶନିବାର) ରାତିରେ ସେ ଏକାଧିକ ଭାବବିହ୍ବଳ ଟ୍ବିଟ୍‌ କରି ନିଜ ପ୍ରଶାସକ ଜୀବନର ଅନୁଭବ ବାଣ୍ଟିଛନ୍ତି ।

ଟ୍ବିଟରେ ପ୍ରଦୀପ ଲେଖିଛନ୍ତି, ‘‘ପ୍ରିୟ ବନ୍ଧୁମାନେ, ଆସନ୍ତାକାଲି (ରବିବାର) ମୁଖ୍ୟ ଶାସନ ସଚିବ ଭାବେ ମୋର ଶେଷ କାର୍ଯ୍ୟଦିବସ । ମୁଁ ଜଣେ ସାଧାରଣ ବ୍ୟକ୍ତି ଭାବେ ରାଷ୍ଟ୍ର ପ୍ରତି କାର୍ଯ୍ୟ କରିବା ପାଇଁ ଜୀବନର ଆଉ ଏକ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛି । ତେଣୁ ସମସ୍ତେ ମତେ ଆଶୀର୍ବାଦ କରନ୍ତୁ । ମୁଁ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଯେତେବେଳେ କୌଣସି ପ୍ରସଙ୍ଗରେ ବିଧି ବ୍ୟବସ୍ଥା ମତେ ସମର୍ଥନ କରିଛି, ମୁଁ ସମସ୍ୟା ସମାଧାନ କରିବା ପାଇଁ ସର୍ବୋତ୍କୃଷ୍ଟ ପ୍ରୟାସ କରିଛି । ଯଦି କୌଣସି ପ୍ରସଙ୍ଗରେ କାହାକୁ ସହାୟତା କରିପାରି ନଥାଏ, ସେଥିପାଇଁ ମୁଁ ଦୁଃଖିତ । ସରକାରୀ ବିଧି ବ୍ୟବସ୍ଥା ପରେ ମଧ୍ୟ ମୁଁ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରୟାସ କରିବା ଜାରି ରଖିବି ।’’

ପ୍ରଦୀପଙ୍କ ସମ୍ପର୍କରେ...

1989 ବ୍ୟାଚର ଓଡିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ହେଉଛନ୍ତି ପ୍ରଦୀପ ଜେନା । ସେ ସୁରେଶ ମହାପାତ୍ରଙ୍କ ପରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ପରି ଗୁରୁଦାୟିତ୍ବ ତୁଲାଇଛନ୍ତି । ପୂର୍ବ ସରକାରରେ ତାଙ୍କ କାର୍ଯ୍ୟକାଳ 6 ମାସ ବୃଦ୍ଧି ମଧ୍ୟ କରାଯାଇଥିଲା । ଆଜି ମୁଖ୍ୟ ଶାସନ ସଚିବ ଭାବେ ତାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେଉଛି ।

ଦୁଇ ଦଶନ୍ଧି ପରେ ଅଣଓଡିଆ ମୁଖ୍ୟ ଶାସନ ସଚିବ:-

ରାଜ୍ୟରେ ଦୀର୍ଘ 24ବର୍ଷ ପରେ ଶାସନ ପରିବର୍ତ୍ତନ ହୋଇଥିବା ବେଳେ ସମାନ ସ୍ଥିତି ପ୍ରଶାସନରେ ମଧ୍ୟ ଦେଖିବାକୁ ମିଳିଛି । ନୂଆ ସରକାର ସହ ପ୍ରାୟ ଦୁଇ ଦଶନ୍ଧି ପରେ ଜଣେ ଅଣଓଡିଆ ଅଧିକାରୀ ରାଜ୍ୟ ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି । ପ୍ରଦୀପଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା ପରବର୍ତ୍ତୀ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ବରିଷ୍ଠ ଆଇଏଏସ ଆହୁଜାଙ୍କ ନାମରେ ମୋହର ମାରିବା ପରେ ସେ ଆଜି ଭୁବନେଶ୍ବରେ ପହଞ୍ଚିଛନ୍ତି । ହରିୟାଣାରେ ଜନ୍ମିତ ମନୋଜ ଆହୁଜା ହେଉଛନ୍ତି 1990 ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଧିକାରୀ । 2017ରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭା ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.