ETV Bharat / state

ସ୍ପାରୁ ନାବାଳିକା ଉଦ୍ଧାର ଘଟଣା, ମାମଲା ରୁଜୁ କଲା OSCPCR, ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ନିର୍ଦ୍ଦେଶ

ରାଜଧାନୀର ଏକ ସ୍ପାରୁ ନାବାଳିକା ଉଦ୍ଧାର ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା OSCPCR । ଡିସିପି କହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Minor Girl Rescued From Sap In Bhubaneswar
Minor Girl Rescued From Sap In Bhubaneswar (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ୱର: ରାଜଧାନୀର ରବି ଟକିଜ ଛକରେ ଥିବା ଏକ ସ୍ପା ସେଣ୍ଟରରୁ ନାବାଳିକା ଉଦ୍ଧାର ଘଟଣା । ନିଜଆଡୁ ଏକ ମାମଲା ଦାୟର କରିଛି ‘ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ’ ବା ‘OSCPCR’ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ସିଡିପିଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପୋଲିସର ତଦନ୍ତ ଜାରି ।
ତଦନ୍ତ ରିପୋର୍ଟ ଦେବେ ଜିଲ୍ଲାପାଳ:

ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ସସ୍ମିତା ନନ୍ଦ କହିଛନ୍ତି, "ଓସିପିସିଆର ପକ୍ଷରୁ ମାମଲା ଦାୟର କରାଯାଇଛି । ପୋଲିସକୁ ନିର୍ଦ୍ଦେଶ ପରେ ପୋଲିସ କିଛି ଜଣଙ୍କୁ ଗିରଫ କରାଯାଇଛି । ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଆମେ ଜିଲ୍ଲାପାଳ ଓ ସିଡିପିଓଙ୍କୁ ଜଣାଇଛୁ । ଯଦି ଆବଶ୍ୟକ ହୁଏ ଆମ ଟିମ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବେ । ୧୮ ବର୍ଷ ପର୍ଯ୍ୟନ୍ତ କୌଣସି ପିଲା ଚାଇଲ୍ଡ ଲେବର କାମ କରିପାରିବେ ନାହିଁ ।"

Minor Girl Rescued From Sap In Bhubaneswar (ETV Bharat Odisha)
କ'ଣ କହୁଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ :

ଅନ୍ୟପଟେ ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତି କହିଛନ୍ତି, "ଯଦି ସ୍ପା ଭିତରେ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଉଥିଲା ତେବେ ପୋକ୍ସୋ ଆକ୍ଟର ସେକ୍ସନ ୬ ଲାଗିବା କଥା । ଯଦି ସେପରି ଚାପ ପକାଯାଉଥିଲା ସେକ୍ସୁଆଲ ହାରାସମେଣ୍ଟ ଲାଗିବା କଥା । ଏନେଇ ପୋଲିସ ନିଜ ପକ୍ଷରୁ ତଦନ୍ତ କରି ସ୍ପା ମାଲିକକୁ ଗିରଫ କରିପାରିବ । ପିଲାଟିକୁ ସିଡବ୍ଲୁସିରେ ପ୍ରଡକ୍ସନ କରିବା କଥା‌ । ପିଲାଟି ତୁରନ୍ତ ଅଭିଭାବକକୁ ହସ୍ତାନ୍ତର ସହ ତାର ଶିକ୍ଷା କ୍ଷେତ୍ରରେ ସାମିଲ କରିବାର ଆବଶ୍ୟକତା ଅଛି ।"

OSCPCR (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ମାଟ୍ରିମନି ସାଇଟରୁ ସମ୍ପର୍କ, ମହିଳାମାନଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ ! ବାନ୍ଧିଲା କ୍ରାଇମବ୍ରାଞ୍ଚ - Sexual harassment for marriage

ଏହା ମଧ୍ୟ ପଢ଼ନ୍ତୁ...କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, ମାମଲା ରୁଜୁ - FIR Filed Against Jani Master

ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ:

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, "ଯଦି କୌଣସି ଯୌନ ନିର୍ଯାତନା ହୋଇଥାଏ ତେବେ ସେହି ଅନୁଯାୟୀ, ପୋକ୍ସୋ କିମ୍ବା ଅନ୍ୟାନ୍ୟ ଧାରା ଅନୁସାରେ ମାମଲା ହେବ । ବିସ୍ତୃତ ଷ୍ଟେଟମେଣ୍ଟ ଦେଲା ପରେ ଆମେ ତଦନ୍ତ କରି ସେନେଇ କାର୍ଯ୍ୟନୁଷ୍ଠାନ ନେବୁ । ନାବାଳିକାଙ୍କୁ ଯଦି କେହି ଜବରଦସ୍ତ କୌଣସି କାର୍ଯ୍ୟରେ ନିୟୋଜିତ କରୁଛି ତେବେ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ଯୁବତୀ ବା ନାବାଳିକା ଅନିଚ୍ଛା ସତ୍ତ୍ବେ କେଉଁଠି ନିୟୋଜିତ ଅଛନ୍ତି ତେବେ ସେମାନେ Her ଟିମ୍, ପୋଲିସ କଣ୍ଟ୍ରୋଲ ରୁମ ଟିମ୍ ୧୧୨ ଅଛି । ଆମ ସହ ଯୋଗାଯୋଗ କରନ୍ତୁ । ଆମେ ବିଧିବଦ୍ଧ ଭାବେ କାର୍ଯାନୁଷ୍ଠାନ ନେବୁ ।"

Minor Girl Rescued From Sap In Bhubaneswar
Minor Girl Rescued From Sap In Bhubaneswar (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.