ETV Bharat / state

ସିଲିଭର ସିଟିର ମାଳ ମାଳ ସମସ୍ୟା ଉପରେ ଗମ୍ଭୀର ହେଲେ ହାଇକୋର୍ଟ, CMC ଓ ସରକାରଙ୍କୁ ଦେଲେ ନିର୍ଦ୍ଦେଶ - High court remark on pending case

author img

By ETV Bharat Odisha Team

Published : Aug 11, 2024, 5:33 PM IST

Orissa high court on various issue of cuttack: ସହରର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ହାଇକୋର୍ଟଙ୍କ ଟିପ୍ପଣୀ । ‘ସିଏମସି’କୁ ଦେଲେ ନିର୍ଦ୍ଦେଶ, କିଛି ମାମଲାରେ ମାଗିଲେ ଆକ୍ସନ ଟେକେନ ରିପୋର୍ଟ । ଅଧିକ ପଢନ୍ତୁ

ସିଲିଭର ସିଟିର ମାଳ ମାଳ ସମସ୍ୟା ଉପରେ ଗମ୍ଭୀର ହେଲେ ହାଇକୋର୍ଟ, ସିଏମସି ଓ ସରକାରଙ୍କୁ ଦେଲେ ନିର୍ଦ୍ଦେଶ
ସିଲିଭର ସିଟିର ମାଳ ମାଳ ସମସ୍ୟା ଉପରେ ଗମ୍ଭୀର ହେଲେ ହାଇକୋର୍ଟ, ସିଏମସି ଓ ସରକାରଙ୍କୁ ଦେଲେ ନିର୍ଦ୍ଦେଶ (ETV Bharat Odisha)

କଟକ: ହଜାର ବର୍ଷର ଐତିହ୍ୟ ସହର କଟକର ବିଭିନ୍ନ ସମସ୍ୟା ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ବିଶେଷକରି ସହରର ବିଭିନ୍ନ ସ୍ଥାନରେ ଜବରଦଖଲ, ପରିମଳ, ପାର୍କିଂ, ଉଠା ବ୍ୟବସାୟୀଙ୍କ ଥଇଥାନ, ରାସ୍ତାରେ ବୁଲା ଜୀବଜନ୍ତୁଙ୍କ ସମସ୍ୟା ପ୍ରସଙ୍ଗରେ ତତ୍ପରତାର ସହ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅଦାଲତ । କିଛି ମାମଲାରେ ମହନଗର ନିଗମକୁ ନିର୍ଦ୍ଦେଶ ଦେବା ସହ କିଛି ମାମଲାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ରିପୋର୍ଟ ତଲବ କରିଛନ୍ତି । ତୁରନ୍ତ ସହରରେ ଥିବା ଜବରଦଖଲକୁ ଉଚ୍ଛେଦ କରିବା ସହ ପୁନର୍ବାର ଯେପରି ଉକ୍ତ ସ୍ଥାନ ଯେପରି ଜବରଦଖଲ ନହୁଏ, ସେଥିପ୍ରତି ପଦକ୍ଷେପ ନେବାକୁ ମଧ୍ୟ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଯଦିଓ ଏହି ମାମଲା ହାଇକୋର୍ଟରେ ବାରମ୍ବାର ଶୁଣାଣି ହେଉଛି ତଥାପି ସହରର ପ୍ରତ୍ୟକଟି ସମସ୍ୟା ଯେପରି ସମାଧାନ ହେବ ସେନେଇ ଅଦାଲତ ପଦକ୍ଷେପ ନେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସହରର ଯେଉଁ ସ୍ଥାନଗୁଡିକ ଜବରଦଖଲ ଅବସ୍ଥାରେ ରହିଛି, ତାହା ପ୍ରତି କଟକ ମହାନଗର ନିଗମ (ସିଏମସି) ଏବଂ ଜିଲ୍ଲା ପ୍ରଶାସନ କ’ଣ ସବୁ ପଦକ୍ଷେପ ନେଉଛନ୍ତି ଏହାର ପ୍ରତ୍ୟକ ତଥ୍ୟ ରଖୁଛନ୍ତି କୋର୍ଟ ।

ଆଡଭୋକେଟ କମିଟି କୋର୍ଟଙ୍କୁ କଣ ଦର୍ଶାଇଲେ !

ଏହି କ୍ରମରେ ଲିଙ୍କରୋଡ-ବାଦାମବାଡ଼ି ମଧ୍ୟରେ ୯୦ ପ୍ରତିଶତ ଜବରଦଖଲ ଉଚ୍ଛେଦ କରାଯାଇଥିବା ନେଇ ‘ସିଏମସି’ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ଏନେଇ ମଧ୍ୟ ଗତ ଜୁଲାଇ ୨୫ ତାରିଖରେ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ତେବେ ବହୁ ସ୍ଥାନରେ ରାସ୍ତାଘାଟ, ନାଳ ଉପର ଜବରଦଖଲରେ ରହିଥିବା ନେଇ ଆଡଭୋକେଟ କମିଟି ଅଭିଯୋଗ କରିବା ସହ ହାଇକୋର୍ଟଙ୍କୁ ରିପୋର୍ଟରେ ଦର୍ଶାଇଛି । ଆଡଭୋକେଟ କମିଟି ଗତ ଅଗଷ୍ଟ ୩ ତାରିଖରେ ଯେଉଁ ରିପୋର୍ଟ ଦାଖଲ କରିଥିଲେ ,ସେଥିରେ ଦର୍ଶାଇଥିଲେ କି,ବାଦାମବାଡ଼ି-ଶଙ୍କରପୁର ପୂଜା କମିଟି ପାଖ, ପାଲାମଣ୍ଡପ ତାରିଣୀ ମନ୍ଦିର, ଏଲଆଇସି କଲୋନୀକୁ ସଂଯୋଗ କରୁଥିବା ରାସ୍ତାକଡରେ ଥିବା ତ୍ରିନାଥ ମନ୍ଦିର ନିକଟରେ ଜବରଦଖଲ ରହିଛି । ସେହିପରି ବାଦାମବାଡ଼ି-ଲିଙ୍କରୋଡ୍ ରାସ୍ତାର ‘ଏଚଡିଏଫସି ବ୍ୟାଙ୍କ’ ନିକଟ ଡ୍ରେନ ଉପରେ ଅଳିଆ ଜମା ହୋଇ ରହିଛି । ବହୁ ଦିନ ହେବ ଏହି ଡ୍ରେନ୍ ଯେପରି ସଫେଇ ହୋଇନାହିଁ ।

ସିଏମସି କର୍ତ୍ତୃପକ୍ଷ କୋର୍ଟଙ୍କୁ କଣ ପ୍ରତିଶୃତି ଦେଲେ !

ସିଏମସି ଡେପୁଟି କମିସନର ଭର୍ଚୁଆଲ ମାଧ୍ୟମରେ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିଲେ ଏବଂ ଦର୍ଶାଇଥିଲେ ଯେ ତ୍ରିନାଥ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ରିପୋର୍ଟରେ ଥିବା ଅନ୍ୟ ସ୍ଥାନଗୁଡ଼ିକରୁ ଖୁବଶୀଘ୍ର ଜବରଦଖଲ ହଟାଯିବ । ଏହି ଡ୍ରେନ୍ ସଫେଇ ଓ ସ୍ଲାବ ପକାଇବା ପ୍ରସଙ୍ଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବାକୁ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନୂଆବଜର- ଓଏମପି ରାସ୍ତାରେ ଉଚ୍ଛେଦ କରାଯାଇଥିବା ସ୍ଥାନରେ ପୁଣି ଯେପରି ଜବରଦଖଲ ଗଢି ନଉଠେ ତାହା ସୁନିଶ୍ଚିତ କରିବା ପାଇଁ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଧ୍ୟାନ ପାଇଁ ଜଣେ ଏଏସଆଇଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି:-

ଜୁଲାଇ ୨୫ର ନିର୍ଦ୍ଦେଶ ପାଳନ କରି ଡିସିପିଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ,ବାଦାମବାଡ଼ି ଥାନାର ଆଇଆଇସି ଜଣେ ଏଏସଆଇଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦେଇଛନ୍ତି । ଜବରଦଖଲ ମୁକ୍ତ ପ୍ରସଙ୍ଗ ଅନୁଧ୍ୟାନ କରିବା ଓ ପୁଣି ଯେପରି ଜବରଦଖଲ ଗଢି ନଉଠେ ତାହା ନୋଡାଲ ଅଫିସର ତଦାରଖ କରିବେ । ବାଦାମବାଡ଼ି-ଲିଙ୍କରୋଡ୍, ଦୋଳମୁଣ୍ଡାଇ-ଛତ୍ରବଜାର, ବାଦାମବାଡ଼ି-ଖାନନଗର ରାସ୍ତା ଉପରେ ନୋଡାଲ ଅଫିସର ନଜର ରଖିବେ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା । ଏହି ସତ୍ୟପାଠର କପି ହାଇକୋର୍ଟ ବାର୍ ଆସୋସିଏସନ ସଭାପତିଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଉପରେ ପରବର୍ତ୍ତୀ ଶୁଣାଣି ସମୟରେ ବାର୍ ସଭାପତି ପକ୍ଷ ରଖିବେ ବୋଲି ହାଇକୋର୍ଟ କହିଛନ୍ତି ।

ରେଭେନ୍ସା ମୁଖ୍ୟ ଫାଟକରୁ ଛତ୍ରବଜାର କଲଭର୍ଟ ଜବରଦଖଲ ଉଚ୍ଛେଦ ହେବ !

ରେଭେନ୍ସା ବିଶ୍ବବିଦ୍ୟାଳୟର ମୁଖ୍ୟଫାଟକ ଠାରୁ ଛତ୍ରବଜାର କଲଭର୍ଟ ପର୍ଯ୍ୟନ୍ତ ପିଲିଗ୍ରିମ୍‌ ରୋଡର ଡ୍ରେନ ଉପରେ ଥିବା ସମସ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଡିସିପି ଆବଶ୍ୟକ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ‌ ଦେବେ । ପରବର୍ତ୍ତୀ ଶୁଣାଣି ସମୟରେ ସିଏମସି ତରଫରୁ ଜବରଦଖଲ ଉଚ୍ଛେଦ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରାଯିବ ।

ଶୁଣାଣିରେ ଉଠିଲା ସହରର ପାର୍କିଂ ପ୍ରସଙ୍ଗ:-

ସିଏମସି ପକ୍ଷରୁ ସତ୍ୟପାଠ ମାଧ୍ୟମରେ କଟକ ସହରରେ ରହିଥିବା ପାର୍କି ସ୍ଥାନଗୁଡ଼ିକ ସଂକ୍ରାନ୍ତରେ ତଥ୍ୟ ଦାଖଲ କରାଯାଇଥିଲା । ଏଥିରେ ୨୦ଟି ପାର୍କିଂ ସ୍ଥାନ ଓ ତିନୋଟି ଟ୍ୟାକ୍ସି ଷ୍ଟାଣ୍ଡର ତାଲିକା ରହିଥିଲା । ‌ସିଏମସି ଦ୍ବାରା ଚିହ୍ନଟ କରାଯାଇଥିବା ପାର୍କିଂ ସ୍ଥାନକୁ କେତେକ ଅନୁଷ୍ଠାନ ବ୍ୟବହାର କରୁଥିବାରୁ ଜନସାଧାରଣ ଆଉ ସମ୍ପୃକ୍ତ ସ୍ଥାନରେ ଗାଡ଼ି ରଖି ପାରୁନାହାନ୍ତି ବୋଲି ହାଇକୋର୍ଟ ବାର୍ ସଭାପତି ବିଜୟ କୁମାର ଦାଶ ଦର୍ଶାଇଛନ୍ତି ।

ତେବେ ଏହିଭଳି ଘଟଣାରେ ପଦକ୍ଷେପ ନିଆଯିବ ଓ ସମ୍ପକ୍ତ ସ୍ଥାନକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ସିଏମସି ତରଫରୁ ଦର୍ଶାଯାଇଥିଲା । ମାତାମାଠ ପାଖରେ ମହାନଦୀ ଶଯ୍ୟାରେ ‘ଏସସିବି’ ନିକଟରେ ସିଏମସି ପକ୍ଷରୁ କରାଯାଇଥିବା ପାର୍କିଂ ସ୍ଥାନରେ ଗାଡ଼ିଗୁଡ଼ିକଠାରୁ ନିର୍ଦ୍ଧାରିତ ୨୦ ଟଙ୍କା ବଦଳରେ ବେଆଇନ ଭାବେ ୫୦ଟଙ୍କା ପାର୍କିଂ ଫି ଆଦାୟ କରାଯାଉଥିବା ବାର୍ ସଦସ୍ୟ ଦର୍ଶାଇଥିଲେ । ଏହି ପ୍ରସଙ୍ଗରେ ସିଏମସି ଠାରୁ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି ।

ସହର ସମସ୍ୟା ଜାଣିବା ପାଇଁ ‘ସିଏମସି’ରେ କଣ୍ଟ୍ରୋଲ ରୁମ

ସିଏମସି ଯୁଗ୍ମ କମିସନରଙ୍କ ତଦାରଖରେ କଂଟ୍ରୋଲ ରୁମ୍ ସପ୍ତାହର ୭ଦିନ ୨୪ ଘଣ୍ଟା କାମ କରୁଛି । ସିଏମସି କଣ୍ଟ୍ରୋଲ ରୁମ ବା କଲ‌ ସେଣ୍ଟରରେ ୧୭ଟି କମ୍ପ୍ୟୁଟର ରହିଛି ଓ ୧୬ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଟୋଲ ଫ୍ରି ନମ୍ବର- ୧୮୦୦୩୪୫୬୭୨୮ ଓ ଲ୍ୟାଣ୍ଡ-ଲାଇନ ନମ୍ବର ୨୩୧୦୪୭୨ ରେ କେହି ଯୋଗାଯୋଗ କରିପାରିବେ । ଜୁଲାଇ ପହିଲାରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ୨୫୦୯ ଟି ଅଭିଯୋଗ କଣ୍ଟ୍ରୋଲ ରୁମକୁ ଆସିଥିଲା ଓ ୧୮୨୨ଟି ମାମଲାର ସମାଧାନ କରାଯାଇଛି । ଅବଶିଷ୍ଟ ଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ ବୋଲି ସିଏମସି ପକ୍ଷରୁ କୋର୍ଟଙ୍କୁ ଦର୍ଶାଯାଇଥିଲା ।

ଷ୍ଟ୍ରିଟ ଭେଣ୍ଡରଙ୍କ ତାଲିକା ମାଗିଲେ ଖଣ୍ଡପୀଠ:-

ଷ୍ଟ୍ରିଟ ଭେଣ୍ଡରଙ୍କ ଥଇଥାନ ପ୍ରସଙ୍ଗକୁ ନେଇ ଦାଖଲ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । କଟକ ଷ୍ଟ୍ରିଟ ଭେଣ୍ଡର ଆସୋସିଏସନ ପକ୍ଷରୁ ଦାଖଲ ଆବେଦନରେ ଦର୍ଶାଯାଇଥିଲା ଯେ, ରାସ୍ତାକଡ଼ରେ ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନରୁ ଉଚ୍ଛେଦ କରାଯିବା ପରେ ଥଇଥାନ କରାଯିବା ଉଚିତ୍‌ । ବହୁ ବର୍ଷ ଧରି ବ୍ୟବସାୟ କରି ପରିବାର ଚଳାଉଥିବା ଏହି ବ୍ୟକ୍ତିବିଶେଷଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଇଛି । ଏହି ପ୍ରସଙ୍ଗରେ ଜବାବ ରଖିବାକୁ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ‌ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ବିଭିନ୍ନ ଅଞ୍ଚଳରେ ରହିଥିବା ଭେଣ୍ଡିଂ ଜୋନର ତାଲିକା ଦାଖଲ ପାଇଁ ସିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଲା ଗାଈଗୋରୁ ଓ କକୁରଙ୍କ ପାଇଁ କଣ ଆକ୍ସନ ପ୍ଲାନ:-
ରାସ୍ତାରେ ଗାଈଗୋରୁ ଓ ବୁଲା କୁକୁରଙ୍କ ସମସ୍ୟା ସମାଧାନ ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ଆକ୍ସନ ପ୍ଲାନ ଦାଖଲ ପାଇଁ ରାଜ୍ୟ ସରକାର ଓ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ରାସ୍ତାରେ ଗାଈଗୋରୁ ଓ କୁକୁରଙ୍କ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବହୁ ସମୟରେ ଏଥିପାଇଁ ସଡକ ଦୁର୍ଘଟଣାରେ ଧନଜୀବନ ହାନି ହେଉଛି ବୋଲି ଦର୍ଶାଯାଇଥିଲା ।

ବିଭିନ୍ନ ସମସ୍ୟା ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଗଲା:-

ସିଟି ହସ୍ପିଟାଲର ମଇଳା ପାଣି ଗଙ୍ଗାମନ୍ଦର ପୋଖରୀକୁ ଛଡ଼ା ଯାଉଥିବା ଅଭିଯୋଗ ଉପରେ ହାଇକୋର୍ଟ ଶୁଣାଣି କରି ସିଏମସି ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି । ଏଥିସହିତ ଆଡଭୋକେଟ କମିଟି ସଦସ୍ୟମାନେ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି । ସେହିପରି ତାଳଦଣ୍ଡା ମୁଖ୍ୟ କେନାଲରେ ବୋଟିଂ ବ୍ୟବସ୍ଥାକୁ ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା । ୨୦୨୪ ମସିହା ଜୁଲାଇ 16 ତାରିଖରୁ ପୁଣି ଆରମ୍ଭ କରାଯାଇଥିବା ନେଇ ମହାନଦୀ ସାଉଥ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ୨୦୨୪, ଅଗଷ୍ଟ ୨ର ଚିଠି ସରକାରଙ୍କ ତରଫରୁ ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିଲା । ପାଣିରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁ ବୋଟିଂ ବାଧାପ୍ରାପ୍ତ ହୋଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଥିଲା । ମଇଳା ପାଣି ସିଏମସି ତାଳଦଣ୍ଡା କେନାଲକୁ ଛାଡ଼ୁଥିବାରୁ ଏଭଳି ସ୍ଥିତି ସୃ‌ଷ୍ଟି ହୋଇଛି । ତାଳଦଣ୍ଡା କେନାଲକୁ କୌଣସି ପ୍ରକାରର ଡ୍ରେନ୍ ପାଣି ଛଡ଼ା ଯାଉଛି କି ନାହିଁ ସେ ନେଇ ଅବଗତ କରିବାକୁ ହାଇକୋର୍ଟ କଟକ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.