ETV Bharat / state

ସେଚାଞ୍ଚଳରେ ବଢୁଛି ମହିଳା କୃଷକମାନଙ୍କର ଭାଗିଦାରିତା: ଓଏଲଆଇସି ଅଧ୍ୟକ୍ଷ

OLIC Chairman Visits Rourkela: ଓଡିଶା ଗସ୍ତରେ ଥିଲେ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ଗସ୍ତର ପ୍ରଥମ ଦିନରେ ସମ୍ବଲପୁର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିବା ବେଳେ ଦ୍ବିତୀୟ ଦିନରେ ରାଉରକେଲା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 5, 2024, 7:49 AM IST

OLIC Chairman Visit Rourkela
OLIC Chairman Visit Rourkela

ଭୁବନେଶ୍ବର: ଦୁଇ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଥିଲେ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ତେବେ ଗସ୍ତର ପ୍ରଥମ ଦିନରେ ସମ୍ବଲପୁର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିବା ବେଳେ ଦ୍ବିତୀୟ ଦିନରେ ରାଉରକେଲା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏଥିସହ କାର୍ଯ୍ୟାଳୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ସେ ଏକ ସମୀକ୍ଷା ବୈଠକ କରିଛନ୍ତି । କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସେ ଆଲୋଚନା କରିଛନ୍ତି ।

ଏଥିସହ ଓଏଲଆଇସି ଅଧ୍ୟକ୍ଷ ରାଉରକେଲା ଡିଭିଜନ ଅନ୍ତର୍ଗତ ନୂଆଗାଁ ବ୍ଲକରେ ପ୍ରମୁଖ କାର୍ଯ୍ୟ ଯୋଜନାରେ ପୁନରୁଦ୍ଧାର ହୋଇଥିବା ବର୍ଲେତ୍ତା କମ୍ୟୁନିଟି ଏଲଆଇପିର କାର୍ଯ୍ୟକାରିତା ବୁଲି ଦେଖିଥିଲେ । ମୋଟ ୨୫ରୁ ୩୦ ଏକର ସେଚ ସାମର୍ଥ୍ୟ ସୃଷ୍ଟି ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଚାଷୀ ଆଳୁ, ଲଙ୍କା, ପିଆଜ ଆଦି ଚାଷ କରି ଲାଭବାନ ହେଉଛନ୍ତି । ସେହିପରି ସେ ନୂଆଗାଁ ବ୍ଲକର ଡୋଲଙ୍ଗସରା ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଗତ ଆରଏଲ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦ ହେକ୍ଟର ସେଚାଞ୍ଚଳରେ ଜଳସେଚନ ସୁବିଧା ହୋଇପାରିଥିବା ଏହି ପ୍ରକଳ୍ପରୁ ଚାଷୀମାନେ କିପରି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ସେ ପଚାରି ବୁଝିଥିଲେ ।

ଏହା ମଧ୍ୟ ପଢନ୍ତୁ- ଓଏଲଆଇସି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ; ସମୀକ୍ଷା, କ୍ଷେତ୍ର ପରିଦର୍ଶନ ଓ କୃଷକଙ୍କ ସହ କଲେ ଆଲୋଚନା

ଏହା ମଧ୍ୟ ପଢନ୍ତୁ- ଚାଷୀ ବିକ୍ଷୋଭ, ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବା ଉଭୟ ପୁରୁଷ ଓ ମହିଳା କୃଷକଙ୍କ ସହିତ ସେ ଆଲୋଚନା କରିଥିଲେ । ବିଶେଷ କରି ପ୍ରକଳ୍ପ ଅନ୍ତର୍ଗତ ସେଚାଞ୍ଚଳରେ ମହିଳା କୃଷକମାନଙ୍କର ଅଧିକ ଭାଗିଦାରିତା ରହୁଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଚାଷୀଙ୍କ ପାଇଁ ଜଳ ସେଚନ ସୁବିଧା କରିପାରିଥିବାରୁ ମହିଳା କୃଷକମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହିତ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ପରିଦର୍ଶନ ସମୟରେ ଓଏଲଆଇସି ଅଧିକ୍ଷଣ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ନାଏକ, ସହକାରୀ ଯନ୍ତ୍ରୀ ତିରୁପତି ନନ୍ଦ, ମିଲନ ଟପ୍ପୋ, ଶୁଭମ ପାଲ ଓ ପଲ୍ଲବୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.