ETV Bharat / state

ରାଜ୍ୟରେ ୧୩ରୁ ପୁଣି ବଢିବ ବର୍ଷା ! ୟେଲୋ ଆଲର୍ଟରେ ୮ ଜିଲ୍ଲା - ODISHA WEATHER UPDATE

author img

By ETV Bharat Odisha Team

Published : Jul 11, 2024, 9:33 PM IST

Odisha Weather Update: ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଜାଣନ୍ତୁ ବର୍ଷା ପାଇଁ କେଉଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

Weather Update
Weather Update (ETV Bharat Odisha)

ଭୁବନେଶ୍ବର: ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ ମୌସୁମୀ ଦୁର୍ବଳ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ କାଁଭାଁ ସ୍ଥାନରେ ୨ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ପୁଣି ୧୩ ତାରିଖ ପରଠାରୁ ବର୍ଷାର ବିସ୍ତୃତି ବଢିବ । ତେବେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୩ ବେଳକୁ ଗୋଟିଏ ଟ୍ରପ୍ ଲାଇନ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ ଗରମ ଅନୁଭୂତ ହେଉଥିବାବେଳେ ପୁଣିଥରେ ଆଶ୍ବସ୍ତି ଆଣି ଦେବ ବର୍ଷା ।

Weather Update (ETV Bharat Odisha)

ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ଏହାସହ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ତାପମାତ୍ରା ଯଦିଓ ୪୦ଡିିଗ୍ରୀ ତଳେ ରହୁଛି ହେଲେ ଆର୍ଦ୍ରତା ୮୦ ରୁ ୯୦ ପ୍ରତିଶତ ରହୁଛି । ରାଜ୍ୟର ଅନେକ ସ୍ଥାନରେ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା କହିଛି ପାଣିପାଗ ବିଭାଗ। ୨ରୁ ୩ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ବିଭାଗ ସୂଚନା ଦେଇଛି ।

Weather Update
Weather Update (ETV Bharat Odisha)

ଏହା ବି ପଢନ୍ତୁ...୩ ଦିନ ଯାଏଁ ରାଜ୍ୟରେ ନାହିଁ ବଡ଼ ବର୍ଷା, ଏହି ଦିନରୁ ପୁଣି ବଢ଼ିବ - Odisha Weather Update

ଏହା ବି ପଢନ୍ତୁ...ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର: ସମାଧାନ କରିପାରିବ ତ ମୋହନ ସରକାର ? - Mahanadi water dispute

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ସୁଦ୍ଧା ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବାଲେଶ୍ୱରରେ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେହିପରି ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଏହାସହ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ କାଁଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ମୟୂରଭଞ୍ଜ ରାରୁରଣାରେ ସର୍ବାଧିକ ୩୪ ମିଲିମିଟର ବର୍ଷା ହେଇଛି। ସେହିପରି ସର୍ବାଧିକ ୩୭.୨ ଡିଗ୍ରୀ ତାପମାତ୍ରା ନୂଆପଡ଼ାରେ ରେକର୍ଡ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.