ETV Bharat / state

ପ୍ରଭାବ ପକାଇଲା କାଳବୈଶାଖୀ: କମିଲା ତାତି, କାଲିଠୁ ବଦଳିବ ପାଗର ମିଜାଜ - ODISHA WEATHER UPDATE

author img

By ETV Bharat Odisha Team

Published : Jun 3, 2024, 6:06 PM IST

Odisha Weather Update: ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ହିଟ୍ ୱେଭ ବା ଗ୍ରୀଷ୍ମ ପ୍ରବାହ । ହେଲେ ଆସନ୍ତାକାଲି ଠାରୁ ପୁଣି ରାଜ୍ୟରେ ବଢିବ ତାତି । ପଢନ୍ତୁ ପୁରା ଖବର

Weather Update
Weather Update (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ହିଟ୍ ୱେଭ ବା ଗ୍ରୀଷ୍ମ ପ୍ରବାହ । ହେଲେ ଆସନ୍ତାକାଲି ଠାରୁ ପୁଣି ରାଜ୍ୟରେ ବଢିବ ତାତି । ୪ ଓ ୫ ତାରିଖ ପାଇଁ ଗ୍ରୀଷ୍ମ ପ୍ରବାହ ସହ ଆଗାମୀ ୫ ଦିନରେ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି ଲାଗି ରହିବ ଗୁଳୁଗୁଳି । ୭ ତାରିଖ ଯାଏଁ ଏଭଳି ଗୁଳୁଗୁଳି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

Weather Update (ETV Bharat Odisha)

ଏନେଇ ଉପକୂଳର ଜିଲ୍ଲା ଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଆଉ କେତେକ ସ୍ଥାନରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡା, କନ୍ଧମାଳ ଜିଲ୍ଲାରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଜିଲ୍ଲାର ମାଲକାନଗିରି, କୋରାପୁଟ, ରାୟଗଡ଼ା ,ଗଜପତି , ଗଞ୍ଜାମ, କନ୍ଧମାଳ, ନୟାଗଡ, ଅନୁଗୋଳ,ଢେଙ୍କାନାଳ, କଟକ, ଯାଜପୁର,ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ମୟୂରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଉଷ୍ମ ଓ ଆଦ୍ର ସ୍ଥିତି ବି ଲାଗି ରହିବ ।

Weather Update
Weather Update (ETV Bharat Odisha)

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ଆଜି କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ । ରାଜ୍ୟରେ ଏବେ ବଡ ବର୍ଷା ନାହିଁ । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ୬ ଓ ୭ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ଏହି ସମୟରେ ଝଟକା ପବନ ୪୦ ରୁ ୫୦ କିମି ବେଗରେ ବହିବ ବୋଲି ଆକଳନ କରିଛି ବିଭାଗ ।"

ଏହା ବି ପଢନ୍ତୁ...ଅଦିନିଆ ବର୍ଷାରେ ଜଳାର୍ଣ୍ଣବ କଟକ, ଚଣ୍ଡି ମନ୍ଦିରରେ ଆଣ୍ଠୁଏ ପାଣି - Heavy Rain In Cuttack

ସେପଟେ ମୌସୁମୀ କେବେ ଛୁଇଁବ ତାହା ବିଭାଗ ସ୍ପଷ୍ଟ କରିନଥିବାବେଳେ ଓଡି଼ଶାକୁ ଆସିବାର ପ୍ରକ୍ରିୟା ଆରମ୍ଭ ସହ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବାବେଳେ କଟକ ମାହାଙ୍ଗାରେ ସର୍ବାଧିକ ୧୪୦.୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ତାତି ସହ ଗୁଳୁଗୁଳି ଲାଗିରହିଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.