ETV Bharat / state

ଭିଜିଲାନ୍ସ ସ୍କାନରରେ ଟ୍ରାଫିକ ଇନ୍ସପେକ୍ଟର, ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଯିବାବେଳେ ଅଟକ - ଭିଜିଲାନ୍ସ ଜାଲରେ ଇନସ୍ପେକ୍ଟର

Traffic Inspector In Vigilance Net: ଟ୍ରାଫିକ ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି । ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଯିବାବେଳେ ସେ ଧରାପଡ଼ିଛନ୍ତି । ଅଧିକ ପଢନ୍ତୁ

Traffic Inspector In Vigilance Net
Traffic Inspector In Vigilance Net
author img

By ETV Bharat Odisha Team

Published : Feb 9, 2024, 9:54 PM IST

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ପରିବହନ ବିଭାଗର ବରିଷ୍ଠ ଅଧିକାରୀ । ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବାବେଳେ ଟ୍ରାଫିକ ଇନସ୍ପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଧରିଲା ଭିଜିଲାନ୍ସ । ସେ ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟରୁ ବାହାରି ନିଜ କାର ଯୋଗେ କଟକ ଫେରୁଥିଲେ । ଏହି ସମୟରେ କନ୍ଦରପୁର ଥାନା ଅନ୍ତର୍ଗତ ବିରିବାଟି ତାରିଣୀ ମନ୍ଦିର ନିକଟରୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ । ଛାନଭିନ କରିବାରୁ ଗାଡି଼ ଭିତରୁ 4ଲକ୍ଷ 27 ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କାହାର ଓ କେଉଁଠାରୁ ଆସିଲା ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ପ୍ରଶାନ୍ତ । ତେଣୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରାଫିକ ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଜଗତସିଂହପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । 4 ଲକ୍ଷ 27 ହଜାର ଟଙ୍କା ନେଇ ନିଜ କାର ଯୋଗେ ସେ ଭୁବନେଶ୍ୱର ବାସଭବନ ଅଭିମୁଖେ ଯାଉଥିଲେ । ଏହି ସମୟରେ କଟକର ବିରିବାଟି ନିକଟରେ ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଭିଜିଲାନ୍ସ ସ୍କାନରରେ ଥିଲେ ପ୍ରଶାନ୍ତ । ସେ ୪ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବାର ଖବର ପାଇଥିଲା ଭିଜିଲାନ୍ସ । ଆଉ ତା'ପରେ ବିରିବାଟି ନିକଟରେ ତାଙ୍କ କାରକୁ ଅଟକାଇ ଗାଡି଼କୁ ତନଖି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ପଞ୍ଝାରେ ଡାଟା ଏଣ୍ଟ୍ରି ଅପରେଟର, ନେଉଥିଲେ ୧୨ ହଜାର ଲାଞ୍ଚ

ଏହା ମଧ୍ୟ ପଢନ୍ତୁ...ଜମି ମାପିବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ସ୍କାନରରେ ୨ ସରକାରୀ ବାବୁ, ନିଯୁକ୍ତି ଆଳରେ ନେଉଥିଲେ ୬୦ ହଜାର ଟଙ୍କା

ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ବୋଲି ପଚାରିଥିଲେ ଭିଜିଲାନ୍ସ ଅଧିକାରୀ । ହେଲେ ପ୍ରଶାନ୍ତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାହା ପରେ ଭିଜିଲାନ୍ସ ପ୍ରଶାନ୍ତ ମହାପାତ୍ରଙ୍କୁ କଟକ କାର୍ଯ୍ୟାଳୟକୁ ନେଇଥିବା ଜଣାପଡ଼ିଛି । ଏହାସହ ସମ୍ପୃକ୍ତ ଟ୍ରାଫିକ ଇନ୍ସପେକ୍ଟରଙ୍କ କଟକ ଓ ଭୁବନେଶ୍ୱର ବାସଭବନ ଉପରେ ଚଢ଼ାଉ ଜାରି ରହିଥିବା ଖବର ମିଳିଛି । ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ତାହା ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.