ETV Bharat / state

ଆଜି ଆସିବ ‘ସୁଭଦ୍ରା’ ଟଙ୍କା; ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଜନ୍ମଦିନରେ ମହିଳାଙ୍କୁ ଦେବେ ଭେଟି - women centric schemes

author img

By ETV Bharat Odisha Team

Published : Sep 16, 2024, 9:26 PM IST

Updated : Sep 17, 2024, 8:12 AM IST

Odisha To Roll Out Subhadra Yojana: ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ଫ୍ଲାଗସିପ୍ ପୋଗ୍ରାମ୍’ ସୁଭଦ୍ରା ଯୋଜନାର କରିବେ ଲୋକାର୍ପଣ । ଆଉ ଏହା ପରେ ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ 5000 ଟଙ୍କା । ଅଧିକ ପଢନ୍ତୁ

Odisha To Roll Out Subhadra Yojana
Odisha To Roll Out Subhadra Yojana (ETV Bharat Odisha)

ଭୁବନେଶ୍ବର: ମୋହନ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ । ମହିଳାଙ୍କ ଆକାଉଣ୍ଟକୁ ଆସିବ ସିଧାସଳଖ ଟଙ୍କା । ମହିଳା ସଶକ୍ତିକରଣ କାର୍ଡ ଖେଳିଛନ୍ତି ନୂଆ ସରକାର । ‘ଡିବିଟି’ ମାଧ୍ୟମରେ ଆକାଉଣ୍ଟକୁ ଆସିବ ଟଙ୍କା । ସଶକ୍ତ ହେବେ ମହିଳା । କାରଣ ରାଜ୍ୟରେ ବିଜେପି ସରକାର ଆସିବା ପରେ ନିର୍ବାଚନ ପ୍ରତିଶୃତି ପୂରଣ ସ୍ବରୂପ ଆଜି (ମଙ୍ଗଳବାର ,17 ସେପ୍ଟେମ୍ବର ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଜନ୍ମନେବ ‘ସୁଭଦ୍ରା ଯୋଜନା’ ।

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ଫ୍ଲାଗସିପ୍ ପୋଗ୍ରାମ୍’ ସୁଭଦ୍ରା ଯୋଜନାର କରିବେ ଲୋକାର୍ପଣ । ଆଉ ଏହା ପରେ ଯୋଗ୍ୟ ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ପ୍ରସ୍ତମ କିସ୍ତିର 5ହଜାର ଟଙ୍କା । ପୂର୍ବ ବିଜେଡି ସରକାରକୁ ଚେକ୍ ଦେବାକୁ ନିର୍ବାଚନୀ ସମୟରେ ‘ସୁଭଦ୍ରା’ ଯୋଜନା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ‘ସୁଭଦ୍ରା’ ଗୋଟି ଚାଳନା ମଧ୍ୟ ସଫଳ ହୋଇଛି । ବିଜେଡିର ମହିଳା ଦୁର୍ଗକୁ ଭାଙ୍ଗି ମହିଳା ଭୋଟ୍ ହାତେଇ ନୂଆ ସରକାର କରିଛି ବିଜେପି । ଏପଟେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ବାର୍ଷିକ ଦୁଇଟି କିସ୍ତିରେ 10 ହଜାର ଟଙ୍କା ଯିବ । ବିଜେପି ସରକାର ଏହାକୁ ମହିଳା ସଶକ୍ତୀକରଣ ପାଇଁ ମାଇଲଷ୍ଟୋନ କହିଛି । ତେବେ ଆସନ୍ତୁ ଜାଣିବା ଓଡିଶାରେ ‘ସୁଭଦ୍ରା’ ଯୋଜନା ଭଳି ଅନ୍ୟ ରାଜ୍ୟରେ କେଉଁ କେଉଁ ଯୋଜନା ରହିଛି....

ଆଜି ଆସିବ ‘ସୁଭଦ୍ରା’ ଟଙ୍କା-

ମୋହନ ସରକାରଙ୍କ ଦୀର୍ଘ ଦିନରୁ ପ୍ରତୀକ୍ଷାରତ ମହିଳା-କୈନ୍ଦ୍ରୀକ ଯୋଜନା ‘ସୁଭଦ୍ରା’ ସ୍କିମରେ ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ 3,800 କୋଟିର ଅନ୍ୟାନ୍ୟ ଯୋଜନା ଏବଂ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

ଏହା ବି ପଢନ୍ତୁ- ସେପ୍ଟେମ୍ବର 17 ପରେ ବି ମିଳିବ, ସୁଭଦ୍ରା ଯୋଜନା ପାଇଁ ଅଧିକ ଭିଡ଼ ନକରିବାକୁ ଅନୁରୋଧ; ଉପମୁଖ୍ୟମନ୍ତ୍ରୀ - SUBHADRA YOJANA

‘ସୁଭଦ୍ରା’ ଯୋଜନାକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା-

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ଆସନ୍ତାକାଲି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିବସ । କାରଣ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଏହା ପ୍ରଥମ ପ୍ରୟାସ । ଏହା ମଧ୍ୟ ନାରୀଶକ୍ତିଙ୍କ ସଶକ୍ତକରଣ ଦିଗରେ ବଡ ପଦକ୍ଷେପ ହେବ । ଏହା ସହିତ ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।

"ଯେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଶେଷ ହିତାଧିକାରୀ ଲାଭାନ୍ବିତ ହୋଇନାହାଁନ୍ତି, ସେପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ । ଯୋଜନାର କାର୍ଯ୍ୟକାରିତା ନେଇ କୌଣସି ପ୍ରକାରେ ସନ୍ଦେହ ଉପୁଜିବା ଉଚିତ ନୁହେଁ, ଏହି ଯୋଜନା ମହିଳାଙ୍କୁ ସଶକ୍ତ କରିବ । ବର୍ତ୍ତମାନ 60 ଲକ୍ଷରୁ ଅଧିକ ଏହି ଯୋଜନାରେ ଆବେଦନ କରିଛନ୍ତି । ଯେଉଁମାନେ ସେପ୍ଟେମ୍ବର 15 ତାରିଖ ପୂର୍ବରୁ ଆବେଦନ କରିସାରିଛନ୍ତି, ସେମାନଙ୍କ ପ୍ରଥମ କିସ୍ତି 5 ହଜାର ଟଙ୍କା ମିଳିବ ।" ବୋଲି ଗତକାଲି ସୁଭଦ୍ରା ସ୍ବାଗତ ପଦଯାତ୍ରାରେ ସାମିଲ ହୋଇ ଏହା କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏପଟେ ପରୀକ୍ଷାମୂଳକ ଭାବେ ମଧ୍ୟ ହାତିଧିକାରୀଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ଛାଡିଛନ୍ତି ରାଜ୍ୟ ସରକାର ।

ଏହା ବି ପଢନ୍ତୁ- ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା - Subhadra Yojana

କାହାକୁ ମିଳିବ ‘ସୁଭଦ୍ରା’ ଟଙ୍କା-

  • 21ରୁ 60 ବର୍ଷ ବୟସ୍କ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା
  • ଆର୍ଥିକ ବର୍ଷ 2024-25ରୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ମିଳିବ ସହାୟତା
  • ବାର୍ଷିକ 10000 ଟଙ୍କା ମିଳିବ, ଦୁଇଟି କିସ୍ତିରେ 5 ହଜାର ଲେଖାଏଁ ମିଳିବ
  • ଆଧାର-ଲିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା
  • 5 ବର୍ଷରେ ମିଳିବ 50 ହଜାର ଟଙ୍କା
  • ଭାରତରେ କ୍ରମବର୍ଦ୍ଧିଷ୍ଣୁ ମହିଳା-କୈନ୍ଦ୍ରିକ ଯୋଜନାରେ ସାମିଲ ହେବ ‘ସୁଭଦ୍ରା’
‘ଲାଡଲୀ ବେହନା’ ଯୋଜନା
‘ଲାଡଲୀ ବେହନା’ ଯୋଜନା (ETV Bharat Odisha)
  • ‘ଲାଡଲୀ ବେହନା’ ଯୋଜନା-

ମଧ୍ୟ ପ୍ରଦେଶ ସରକାର 2023 ମସିହା ଜାନୁଆରୀ ମାସ 28 ତାରିଖରେ ଶୁଭାରମ୍ଭ କରିଥିଲେ ଗେମ୍ ଚେଞ୍ଜର ସ୍କିମ୍ ‘ ମୁଖ୍ୟମନ୍ତ୍ରୀ ଲାଡଲୀ ବେହନା ଯୋଜନା’ । ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ପୋଷଣ ଏବଂ ଆର୍ଥିକ-ସ୍ବାୟତତ୍ତା ପାଇଁ ଆରମ୍ଭ କରିଥିଲେ ଏହି ଯୋଜନା । ଏହି ସ୍କିମ୍ ଅଧିନରେ ମାସିକ 1250 ଟଙ୍କା ଲେଖାଏଁ ମହିଳାଙ୍କୁ ମିଳୁଛି । ପ୍ରଥମରୁ ଏହା 1 ହଜାର ଟଙ୍କା ଥିଲା । ଆଧାର-ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଟଙ୍କା । 21 ବର୍ଷରୁ 60 ବର୍ଷ ବୟସ ମଧ୍ୟରେ ମହିଳାଙ୍କୁ ମିଳୁଛି ଏହି ଟଙ୍କା । ଏହି ଯୋଜନା କାର୍ଯ୍ୟକାରୀତା ପାଇଁ ସରକାର ବାର୍ଷିକ 15 ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

‘ମୁଖ୍ୟମନ୍ତ୍ରୀ ଲଡକୀ ବାହିନ’
‘ମୁଖ୍ୟମନ୍ତ୍ରୀ ଲଡକୀ ବାହିନ’ (ETV Bharat Odisha)
ଏହା ବି ପଢନ୍ତୁ- ଓଡ଼ିଶାରେ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ ମୋଦି, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ - PM Modi to visit Odisha
  • ‘ମୁଖ୍ୟମନ୍ତ୍ରୀ ଲଡକୀ ବାହିନ’-

ଚଳିତ ବର୍ଷ ଅଗଷ୍ଟ 17 ତାରିଖରେ ମହାରାଷ୍ଟ୍ର ସରକାର ଆର୍ଥିକ ଅନଗ୍ରସର ମହିଳାଙ୍କ ପାଇଁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଲଡକୀ ବାହିନ । ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ଏହି ଆର୍ଥିକ ସହାୟତା ମିଳିଥିଲା । ରାଜ୍ୟର ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗର ଏକ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ମାସିକ 1500 ଟଙ୍କା ପ୍ରଦାନ କରାଯାଉଛି । ଏଥିପାଇଁ ମହାରଷ୍ଟ୍ର ସରକାର ବାର୍ଷିକ 46 ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହା ବି ପଢନ୍ତୁ- ସୁଭଦ୍ରା ସ୍ୱାଗତ ପଦଯାତ୍ରା, ଆଜିଠୁ ଆକାଉଣ୍ଟକୁ ଗଲା ଟଙ୍କା, 17ରେ ପୂରା କିସ୍ତି - Subhadra Yojana
  • କେନ୍ଦ୍ର ସରକାରଙ୍କ ବିଭିନ୍ନ ମହିଳା-କୈନ୍ଦ୍ରିକ ଯୋଜନା

ମହିଳାଙ୍କ ପାଇଁ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର କାର୍ଯ୍ୟକାରୀ, ଉଜ୍ବଳା ଯୋଜନା, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ୍, ‘ବେଟି ବଚାଓ ବେଟି ପଢାଓ‘, ମହିଳା ଶକ୍ତି କେନ୍ଦ୍ର, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ସୁଧାର ଗୃହ ସ୍କିମ୍ ଭଳି ଅନେକ ଯୋଜନା କେନ୍ଦ୍ର ସରକାର ମହିଳାଙ୍କ ପାଇଁ କରି ପ୍ରଣୟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2024, 8:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.