ETV Bharat / state

ଓଡ଼ିଶା ଆସିବେ 5 ମହାବଳ, ବାଘଙ୍କ ପାଇଁ କେତେ ପ୍ରସ୍ତୁତ ଦେବ୍ରିଗଡ଼ ଅଭୟାରଣ୍ୟ ? - Debrigarh Wildlife Sanctuary

author img

By ETV Bharat Odisha Team

Published : Aug 18, 2024, 5:04 PM IST

Debrigarh Wildlife Sanctuary: ଓଡ଼ିଶା ଆସିବାକୁ ଥିବା 5 ମହାବଳ ବାଘ ମଧ୍ୟରୁ 3ଟି ବାଘ ଦେବ୍ରିଗଡ଼ ଅଭୟାରଣ୍ୟକୁ ଅଣାଯିବ । ଏନେଇ ଅଭୟାରଣ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଅଧିକ ପଢ଼ନ୍ତୁ

Debrigarh Wildlife Sanctuary
Debrigarh Wildlife Sanctuary (ETV Bharat Odisha)

ସମ୍ବଲପୁର: ଓଡ଼ିଶା ଆସିବେ 5 ମହାବଳ । ଏମାନଙ୍କ ମଧ୍ୟରୁ 3ଟି ମହାବଳ ବାଘକୁ ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟକୁ ଅଣାଯିବ । ଏନେଇ Central Zoo Authorityଙ୍କୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହି ପ୍ରସ୍ତାବକୁ ସ୍ୱୀକୃତି ମିଳିଥିବାରୁ ମହାବଳ ବାଘ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ଦେବ୍ରିଗଡ଼ ଅଭୟାରଣ୍ୟକୁ ଅଣାଯିବ ।

ଦେବ୍ରିଗଡ଼ ଆସିବେ 3 ମହାବଳ:

ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ଦେବ୍ରିଗଡ଼ ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବ ଜନ୍ତୁ ଅଛନ୍ତି । ପାଖରେ ହୀରାକୁଦ ଜଳ ଭଣ୍ଡାର ଥିବାରୁ ଏଠାରେ ଜୀବଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ରହିଛି । ଆଉ ବର୍ତ୍ତମାନ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ସଠିକ ବନ୍ୟ ପରିଚାଳନା ଯୋଗୁଁ ଏଠାରେ ପର୍ଯ୍ୟାପ୍ତ ତୃଣଭୂମି ସୃଷ୍ଟି ହୋଇ ପାରିଛି । ଏହାସହ ଅଭୟାରଣ୍ୟର ଆଖପାଖ ଗାଁ ଲୋକେ ଏଠାରେ ନିଯୁକ୍ତି ପାଇବା ସହ ଜୀବଜନ୍ତୁ ସୁରକ୍ଷାରେ ପ୍ରମୁଖ ଭୂମିକା ନିଭାଉଛନ୍ତି । ତେଣୁ ଏଠାକୁ ବାଘ ଆସିଲେ କୌଣସି ଅସୁବିଧା ନାହିଁ l ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ 3ଟି ମହାବଳ ଅଗଷ୍ଟ ଶେଷ ସୁଦ୍ଧା ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଆସିବେ । ବନ ବିଭାଗର ତଥ୍ୟ ଅନୁସାରେ ଦେବ୍ରିଗଡ଼ ପାଇଁ 3 ମହାବଳ ମଧ୍ୟରୁ ଗୋଟିଏ ମହାବଳ ଏବଂ 2ଟି ବାଘୁଣୀ ଅଣାଯିବ ।

ବାଘ ପାଇଁ ଉପଯୁକ୍ତ ପରିବେଶ ଦେବ୍ରିଗଡ଼:

ଏନେଇ ହୀରାକୁଦ ବନ୍ୟପ୍ରାଣୀ ବିଭାଗର DFO ଅଂଶୁପ୍ରଜ୍ଞା ଦାସ କହିଛନ୍ତି, "ଦେବ୍ରିଗଡ଼ ଅଭୟାରଣ୍ୟରେ ବାଘ ପାଇଁ ଉପଯୁକ୍ତ ପରିବେଶ ଅଛି । ଗତ ବର୍ଷ ଯେତେବେଳେ ଗୋଟିଏ ମାହବଳ ବାଘ ତେଲେଙ୍ଗାନାରୁ ଚାଲି ଚାଲି ଆସି ଛତିଶଗଡ ଦେଇ ଦେବ୍ରିଗଡ଼ରେ ବର୍ଷେ ଧରି ରହିଲା । ଯାହା ପ୍ରମାଣିତ କରୁଛି ଯେ, ଦେବ୍ରିଗଡ଼ ବାଘଙ୍କ ପାଇଁ ଉପଯୁକ୍ତ ସ୍ଥାନ । ବାଘଟି ଏହି ଜାନୁଆରୀରୁ ଫେବୃଆରୀ ମାସରେ ଦେବ୍ରିଗଡ଼ ଛାଡି ଛତିଶଗଡ ଆଡକୁ ମୁହାଁଇଥିଲା । ଆମେ ଏନେଇ ତାଙ୍କ କର୍ତ୍ତୃପକ୍ଷଙ୍କୁ ଜଣେଇ ଦେଇଥିଲୁ ଯେ, ବାଘଟି ଏଠାରୁ ପଳାଇଛି ।" ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର 1, 2022ରେ ଏହି ବାଘ ତେଲେଙ୍ଗାନାରୁ ଦେବ୍ରିଗଡ଼କୁ ଆସି ପାଖାପାଖି ଏକ ବର୍ଷ ରହିଥିଲା ।

ଅଭୟାରଣ୍ୟରେ ପ୍ରୋଟୋକଲକୁ ଭଲ ଭାବରେ ମେଣ୍ଟେନ କରାଯାଇଛି:

ଦେବ୍ରିଗଡ଼ରେ ବାଘ ଆସିବା ପ୍ରସଙ୍ଗ ନେଇ DFO ଅଂଶୁପ୍ରଜ୍ଞା ଦାସ କହିଛନ୍ତି, "ଆମେ ପ୍ରଥମେ ଦେବ୍ରିଗଡ଼ ଅଭୟାରଣ୍ୟରେ ପ୍ରୋଟୋକଲକୁ କମ୍ୟୁନିଟି ସହାୟତାରେ ବହୁତ ଭଲ ଭାବେ ମେଣ୍ଟେନ କରିଛୁ । ଭିତରେ ଯେତିକି ଵି ଗାଁ ଥିଲେ ସବୁ ଅସୁବିଧାରେ ରହୁଥିଲେ । ସବୁ ଗାଁ ଗୁଡିକୁ ଆମେ ବାହାରେ ଥଇଥାନ କରିଛୁ । ଭିତରେ ଯେଉଁ ଜାଗା କରାଗଲା ସେଥିରେ ଆମେ ଗ୍ରାସ ଲ୍ୟାଣ୍ଡ ବନେଇଛୁ । ଏହା ଦ୍ୱାରା ଜନ୍ତୁଙ୍କୁ ଜଙ୍ଗଲ ଭିତରେ ଯଥେଷ୍ଟ ପରିମାଣର ଖାଦ୍ୟ ମିଳିଲା । ସେମାନେ ଯେଉଁ ଗାଁ ମୁହାଁ ହେଉଥିଲେ, ସବୁ ବେଳେ ଗାଁ ଯାଇ ଫସଲ କ୍ଷୟକ୍ଷତି କରୁଥିଲେ ସେଟା ଏବେ ଧିରେ ଧିରେ କମି ଆସିଲାଣି ।"

ବାଘଙ୍କ ପାଇଁ ପ୍ରସ୍ତୁତ ଦେବ୍ରିଗଡ଼:

DFO ଅଂଶୁପ୍ରଜ୍ଞା ଦାସ ଆହୁରି ମଧ୍ୟ କହିଛନ୍ତି, "ଯେହେତୁ Habitat ଆମେ ଭଲ ବନେଇଛୁ, ଆମ କର୍ମଚାରୀ ବି ଭଲ କାମ କରି ଭଲ ବାବରେ ବନେଇଛନ୍ତି । ଆଖପାଖି ଗାଁ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ ସହଯୋଗ କରିଛନ୍ତି । ସେଥିପାଇଁ ଗତବର୍ଷ ତେଲେଙ୍ଗାନାରୁ ଆସିଥିବା ବାଘଟି ବର୍ଷେ ଧରି ଭଲ ଭାବରେ ରହି ପାରିଲା । ଯେହେତୁ ମେଲ ଟାଇଗର ଥିଲା, ଏକୁଟିଆ ଥିଲା । ଫିମେଲ ପାର୍ଟନର ସର୍ଚ୍ଚରେ ପ୍ରାୟ ମୁଭ କରନ୍ତି । ଏହାସହ ଖାଦ୍ୟ ପାଇଁ ମଧ୍ୟ ମୁଭ କରନ୍ତି । ଦେବ୍ରିଗଡ଼ରେ ଖାଦ୍ୟ କିମ୍ବା ପାଣିର ଅସୁବିଧା ନାହିଁ । ସେଥିପାଇଁ Tiger Supplementation ବିଷୟରେ ଆମେ ପ୍ରସ୍ତୁତି କରୁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ମାଡ଼ି ବସିଲା ଟ୍ରାପ୍ କ୍ୟାମେରା; ଶିମିଳିପାଳରେ ପୁଣି ଧରାପଡିଲେ ୩ ଶିକାରୀ - Poachers Arrested from Similipal

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.