ETV Bharat / state

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ୍ ମାର୍କ; ଜାଣନ୍ତୁ କେଉଁ କଲେଜ ଆଗରେ, କେବେଠୁ ନାମଲେଖା ? - Odisha plus two cut off

author img

By ETV Bharat Odisha Team

Published : Jul 20, 2024, 2:19 PM IST

Updated : Jul 20, 2024, 3:58 PM IST

+2 Cut Off Phase 1 released: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ୍ ଲିଷ୍ଟ । ଶୀର୍ଷରେ ରେଭେନ୍ସା । ଜାଣନ୍ତୁ କେବେଠୁ ଆରମ୍ଭ ହେବ ନାମଲେଖା..

+2 Cut Off Phase 1 released
+2 Cut Off Phase 1 released (ETV Bharat Odisha)

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ୍ ଲିଷ୍ଟ । ସମସ୍ତ ବିଭାଗରେ ଆଗରେ ରହିଛି ରେଭେନ୍ସା । ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ 4 ଲକ୍ଷ 26 ହଜାର 472 ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । 22ରୁ 30 ତାରିଖ ମଧ୍ୟରେ କୃତି ଛାତ୍ରଛାତ୍ରୀମାନେ ସେମାନଙ୍କ ମନପସନ୍ଦର କଲେଜରେ ନାମ ଲେଖାଇ ପାରିବେ ।

Odisha plus two cut off (ETV Bharat Odisha)

ପ୍ରଥମ ମେଧା ତାଲିକାରେ ସମସ୍ତ ବିଭାଗରେ କଟ ଅଫରେ ଆଗରେ ରହିଛି ରେଭେନ୍ସା । କଳା ପାଠ୍ୟକ୍ରମରେ ରେଭେନ୍ସା ସାଧାରଣ ବର୍ଗରେ 75.17%, ଏସସି ବର୍ଗରେ 63.83%, ଏସଟି ବର୍ଗରେ 60% ପ୍ରତିଶତ ରଖିଥିବା ବେଳେ ବିଜ୍ଞାନ ପାଠ୍ୟକ୍ରମରେ ସାଧାରଣ ବର୍ଗରେ 91.50%, ଏସସି ବର୍ଗରେ 83.60, ଏସଟି ବର୍ଗରେ 71 ପ୍ରତିଶତ ରହିଛି । ସେହିଭଳି ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି । ସାଧାରଣ ବର୍ଗରେ 77%, ଏସସିରେ 58.50% ଓ ଏସଟି ବର୍ଗରେ 40 ପ୍ରତିଶତ ରହିଛି।

ଏହାମଧ୍ୟ ପଢନ୍ତୁ.. ସରିଲା ଯୁକ୍ତ ଦୁଇ ଆବେଦନ: ଜାଣନ୍ତୁ କେଉଁ ଦିନ ପ୍ରକାଶ ପାଇବ ମେଧା ତାଲିକା, କେବେଠୁ ପାଠପଢା ଆରମ୍ଭ ? - SAMS Odisha Plus two admission 2024

ଏହି ପର୍ଯ୍ୟାୟରେ ମୋଟ 4 ଲକ୍ଷ76ହଜାର93 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।ଏଥିରେ କଳାରେ 2 ଲକ୍ଷ71ହଜାର492, ବାଣିଜ୍ୟରେ 24ହଜାର354 ଜଣ, ବିଜ୍ଞାନ ବିଭାଗରେ 1ଲକ୍ଷ 17 ହଜାର273, ଧନ୍ଦାମୂଳକ ବିଭାଗରେ 4 ହଜାର 978 ଓ ଉପଶାସ୍ତ୍ରୀରେ 8 ହଜାର 375 ଚୟନ ହୋଇଛନ୍ତି । ସେଥିମଧ୍ୟରୁ ଛାତ୍ରଙ୍କ ସଂଖ୍ୟା 2ଲକ୍ଷ 3ହଜାର 755ଜଣ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା 2ଲକ୍ଷ 22ହଜାର 697 ଓ ତୃତୀୟ ଲିଙ୍ଗିଙ୍କ ସଂଖ୍ୟା 20 ରହିଛି । ଅନ୍ୟପଟେ ବାକି 49 ହଜାର 621 ଦ୍ଵିତୀୟ ପର୍ଯ୍ୟାୟରେ ଚୟନ କରାଯିବା ନେଇ କୁହାଯାଇଛି ।

କଳା କଟ୍ ଅଫ ଲିଷ୍ଟରେ ଶୀର୍ଷ ୧୦ରେ ଥିବା କଲେଜ ନାଁ:
କଳା ବିଭାଗରେ ଶୀର୍ଷ ୧୦ କଲେଜ ମଧ୍ୟରେ ରହିଛନ୍ତି ରେଭେନ୍ସା କଲେଜ, ରାଉରକେଲା ସରକାରୀ କଲେଜ, ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ, ବାଲେଶ୍ଵରର ଫକିର ମୋହନ କଲେଜ, ଭବାନୀପାଟଣା କଲେଜ, କଟକର ଶୈଳବାଳା ମହିଳା କଲେଜ, ପଦ୍ମପୁର ଅଞ୍ଚଳ କଲେଜ, କେନ୍ଦୁଝରର ଧରଣୀଧର କଲେଜ, ବରଗଡର କାମଗାଁ କଲେଜ, ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, ଭବାନୀପାଟଣା ସରକାରୀ ମହିଳା କଲେଜ, ବ୍ରହ୍ମପୁର ଶଶୀ ଭୂଷଣ ରଥ ସରକାରୀ ମହିଳା କଲେଜ, ରମାଦେବୀ ମହିଳା କଲେଜ, ଅନୁଗୋଳ ସରକାରୀ କଲେଜ ଓ ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜ ।

ବିଜ୍ଞାନରେ କଟ୍ ଅଫ ଲିଷ୍ଟରେ ଶୀର୍ଷ ୧୦ରେ ଥିବା କଲେଜ ନାଁ:

ବିଜ୍ଞାନ ବିଭାଗରେ ରହିଛି ରେଭେନ୍ସା କଲେଜ, ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ(ବିଜେବି କଲେଜ), ବ୍ରହ୍ମପୁରର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କଲେଜ,କଟକର ଜେକେବିକେ କଲେଜ, ବାଲେଶ୍ଵରର ଫକିର ମୋହନ କଲେଜ, ସୋରୋର ଉପେନ୍ଦ୍ରନାଥ କଲେଜ, ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, କଟକର ଶୈଳବାଳା ମହିଳା କଲେଜ, ନୟାଗଡ କଲେଜ ଓ ରାଉରକେଲାର ସରକାରୀ କଲେଜ ।

ବାଣିଜ୍ୟରେ କଟ୍ ଅଫ ଲିଷ୍ଟରେ ଶୀର୍ଷ ୧୦ରେ ଥିବା କଲେଜ ନାଁ:
ଟପ୍ 10ରେ ବାଣିଜ୍ୟ ବିଭାଗରେ ରହିଛି କଟକର ରେଭେନ୍ସା କଲେଜ, ରାଉରକେଲା କଲେଜ , ଜେକେବିକେ କଲେଜ, ରାଉରକେଲା ମ୍ୟୁନିପାଲଟି କଲେଜ, ବ୍ରହ୍ମପୁରର ଶଶି ଭୂଷଣ ରଥ କଲେଜ, ସମ୍ବଲପୁରର ଗଙ୍ଗାଧର ମେହର କଲେଜ, ଭବାନୀପାଟଣାର ସରକାରୀ କଲେଜ, ଭୁବନେଶ୍ୱରର ରାଜଧାନୀ କଲେଜ, ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ଓ ଭୁବନେଶ୍ୱରର ରମାଦେବୀ ମହିଳା କଲେଜ ।

କେବେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ:

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ 22ରୁ 30 ତାରିଖ ମଧ୍ୟରେ ଉପଯୁକ୍ତ କଲେଜରେ ନାମ ଲେଖାଇ ପାରିବେ । ଛାତ୍ରଛାତ୍ରୀମାନେ ସମସ୍ତ ଡକ୍ୟୁମେଣ୍ଟ ସହିତ ନାମ ଲେଖାଇବେ । ପ୍ରତି ଘଣ୍ଟାରେ କଲେଜରେ 15 ଜଣଙ୍କର ନାମଲେଖା କରାଯିବ । ଏପଟେ ଚୟସ ଫିଲିଂ ଅଗଷ୍ଟ 12 ତାରିଖ ରୁ 14 ଅଗଷ୍ଟ ପର୍ଯ୍ୟନ୍ତ କରାଯିବ ।

ପ୍ରତ୍ୟେକ ବର୍ଷ ବଢୁଛି କଲେଜ ସଂଖ୍ୟା ହେଲେ ସିଟ ସଂଖ୍ୟା ବଳକା ରହିଛି: ୨୦୨୩ -୨୪ ଶିକ୍ଷା ବର୍ଷରେ ୨ ହଜାର ୨୧୬ଟି ଯୁକ୍ତ ଦୁଇ କଲେଜ ରହିଥିବା ବେଳେ ସିଟ ସଂଖ୍ୟା ରହିଥିଲା ୫ଲକ୍ଷ ୨୪ହଜାର ୪୧୪ । ସେଥି ମଧ୍ୟରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତ ବିଭାଗରେ ମୋଟ ୪ଲକ୍ଷ ୧୩ହଜାର ୬୮୦ଟି ସିଟ ପୂରଣ ହୋଇଥିଲା । ବାକି ୧ଲକ୍ଷ ୧୦ହଜାର ୭୩୪ ସିଟ ବଳକା ରହିଥିଲା । ସେହିପରି ଭାବରେ ୨୦୨୨- ୨୩ ଶିକ୍ଷା ବର୍ଷରେ ମୋଟ ଯୁକ୍ତ ଦୁଇ କଲେଜ ସଂଖ୍ୟା ୨ହଜାର ୬୮ ରହିଥିବା ବେଳେ ମୋଟ ସିଟ ରହିଥିଲା ୫ଲକ୍ଷ ୯ହଜାର ୬୫୬ । ସେଥିମଧ୍ୟରୁ ୩ଲକ୍ଷ ୬୬ ହଜାର ୯୨୪ଟି ସିଟ ପୂରଣ ହୋଇଥିଲା । ତେବେ ବାକି ୧ ଲକ୍ଷ ୪୨ ହଜାର ୭୩୨ ସିଟ ବଳକା ରହିଥିଲା । ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଲେଜ ବଢିବା ସହିତ ବିଭିନ୍ନ ବିଭାଗରେ ମଧ୍ୟ ସିଟ ବୃଦ୍ଧି ଘଟୁଛି । କିନ୍ତୁ ବିଭାଗର ତଥ୍ୟ ଆଧାରରେ ଦେଖିଲେ ଅନେକ କଲେଜରେ ସିଟ ପୂରଣ ହୋଇପାରୁନାହିଁ । ଯାହା ଫଳରେ ହଜାର ହଜାର ସିଟ ଖାଲି ପଡ଼ିଥିବା ସାମ୍ସ ତଥ୍ୟରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 20, 2024, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.