ETV Bharat / state

ଓଡ଼ିଶା-ଜାପାନ ୨୦୨୪ ମହୋତ୍ସଵ, ଓଡ଼ିଆଣୀ ବେଶରେ ଜାପାନୀ କଳାକାର

author img

By ETV Bharat Odisha Team

Published : Feb 11, 2024, 9:11 PM IST

Odisha Japan Festival 2024: ପୁରୀରେ ଆୟୋଜିତ ହେଲା ଓଡ଼ିଶା-ଜାପାନ ୨୦୨୪ ମହୋତ୍ସଵ । ଓଡ଼ିଆଣୀ ବେଶରେ ନଜର ଆସିଲେ ଜାପାନର ପ୍ରଖ୍ୟାତ କଳାକାର । ଅଧିକ ପଢନ୍ତୁ

Odisha Japan Festival 2024
Odisha Japan Festival 2024
ଓଡ଼ିଶା-ଜାପାନ ୨୦୨୪ ମହୋତ୍ସଵ

ପୁରୀ: ଶ୍ରୀକ୍ଷେତ୍ରରେ ଜାପାନର ପ୍ରସିଦ୍ଧ କଳାକାର । ଜାପାନୀ କଳାକାରମାନେ ପୁରୀରେ ଦେଖାଇଛନ୍ତି ଝଲକ । ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ତାଳବଣିଆ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା-ଜାପାନ୍ ୨୦୨୪ ମହୋତ୍ସବ । ଜାପାନୀ କଳାକାରମାନେ କେତେବେଳେ ଓଡ଼ିଆଣୀ ବେଶରେ ମଞ୍ଚର ଶୋଭା ବଢାଉଥିଲେ ତ କେତେବେଳେ 'ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ' ସଂଗୀତରେ ଦର୍ଶକଙ୍କୁ ଚକିତ କରିଥିଲେ । ଏହି ମହୋତ୍ସବରେ ଉତ୍କଳୀୟ ଓ ଜାପାନ ସଂସ୍କୃତି ପରମ୍ପରାର ମଧୁର ମିଶ୍ରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ମଞ୍ଚରେ ଦୁଇ ପୃଥକ ପୃଥକ ଦେଶର କଳାକାର ଓ ନାଗରିକ ମାନେ ଏକାଠି ହୋଇ ଭାବ ବିନିମୟ କରିଥିଲେ । ସେହିପରି ଜାପାନର ପାରମ୍ପରିକ ଲାଇଟ୍, ରଙ୍ଗବେରଙ୍ଗର କାଗଜ ତୋରଣ ସହ ବାଉଁଶ କାଠି ଦ୍ବାରା ନିର୍ମିତ ଜାପାନୀଜ୍ ଷ୍ଟାଇଲ୍ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା । ସେହିପରି ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି, କଣ୍ଠଶିଳ୍ପୀ ଶାଶ୍ବତୀ ଦାସ ଓ ଦିବ୍ୟଜ୍ୟୋତି ନନ୍ଦ ପ୍ରମୁଖ ଏହି ମଞ୍ଚରେ ଓଡ଼ିଶୀ, ଓଡ଼ିଶାର କଳା, ଲୋକନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ସେହିପରି ଲିଙ୍ଗରାଜ ଦାସ ଓ ସତ୍ୟବାନ୍ ସେଠୀ ପ୍ରମୁଖ ଯନ୍ତ୍ର ସଂଗୀତରେ ଶ୍ରୋତାଙ୍କୁ ଉଲ୍ଲସିତ କରିଥିଲେ‌‌ । ତେବେ ଓଡ଼ିଶା-ଜାପାନ୍ ମହୋତ୍ସବକୁ ନେଇ ଉଭୟ ଜାପାନ ଓ ଓଡ଼ିଶା କଳାକାର ବେଶ୍ ଖୁସି ପ୍ରକଟ କରିଛନ୍ତି ।

ଏହା ବି ପଢନ୍ତୁ- Odisha Japan festival 2023: ଜାପାନର ଲୋକନୃତ୍ୟକୁ ମନଭରି ଉପଭୋଗ କଲେ ଦର୍ଶକ

ଏହା ବି ପଢନ୍ତୁ- ଜାପାନରେ ଓଡ଼ିଶା ମହୋତ୍ସବ, ସହଭାଗିତା ବଳରେ ଓଡ଼ିଶା-ଜାପାନ ସମ୍ପର୍କ ଦୃଢ଼ ହେବ କହିଲେ ଅଶୋକ ପଣ୍ଡା

ଏହି ନିଆରା କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶା ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଜଭୁତ ହେବା ସହ ଓଡ଼ିଶା ଜାପାନର ବନ୍ଧୁତା ଦୃଢ଼ ହେବ ବୋଲି କହିଛନ୍ତି ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟର ସଭାପତି ଶ୍ରୀମନ୍ତ ଦାସ । ଓଡ଼ିଶା-ଜାପାନ ମହୋତ୍ସବ ୨୦୨୪ର ମୁଖ୍ୟ ଆକର୍ଷଣ ଥିଲା ଜାପାନର ଡ୍ରମ୍ ବାଦକ ନାଚୋସ ମୀୟାହାରା, ସୁଜୁକି ମାରିକା, ୟାସିଦା କରେନ, ଡାଇ ଆକିଏ ଓ ଇଣ୍ଡୋ ମିକେ । ଜାପାନର ଏହି ପ୍ରଖ୍ୟାତ କଳାକାରମାନେ ଭାରତୀୟ ସଂଗୀତକୁ ବାଦ୍ୟ ମୂର୍ଚ୍ଛନାରେ ପରିବେଷଣ କରିଥିଲେ । ଏହି ମହୋତ୍ସବରେ ଜାପାନର ଏକ ଖାଦ୍ୟ ମେଳାର ମାହୋଲ ସୃଷ୍ଟି କରିଥିବା ବେଳେ ଏହି ଖାଦ୍ୟ ଖାଇ ସ୍ଥାନୀୟ ବାସିନ୍ଦା, ଦର୍ଶକ ଓ ଅତିଥିମାନେ ବେଶ ମଜା ଉଠାଇଥିଲେ ।

ଏହା ବି ପଢନ୍ତୁ- Janmashtami 2023: ଗୋଟିଏ ମଞ୍ଚରେ ପ୍ରଦର୍ଶିତ ଭାରତୀୟ ଓ ଜାପାନ କଳା ସଂସ୍କୃତି

ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାପାନ କଳାକାରଙ୍କୁ ସମ୍ମାନିତ କରିଥିଲେ । ଓଡ଼ିଶା ଜାପାନ ମହୋତ୍ସବ ଦ୍ବାରା ଦୁଇ ଦେଶର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ପ୍ରଚାର ପ୍ରସାର ହେଉଛି । ଏଥିସହ ଦୁଇ ଦେଶର ସମ୍ପର୍କ ଦୃଢ ହେବା ସହ ଭାଇଚାରା ମଧ୍ୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାସ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.