ETV Bharat / state

ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ; 10 ହଜାର ଲୋକଙ୍କୁ ସ୍ଥାନାନ୍ତର, ଜାଣନ୍ତୁ କେତେ ମାରାତ୍ମକ ଏହି ମିସାଇଲ୍, କାହିଁକି ଗାଁ ଛାଡିଲେ ଲୋକେ - Missile Test In Chandipur

author img

By ETV Bharat Odisha Team

Published : Jul 24, 2024, 11:57 AM IST

Updated : Jul 24, 2024, 12:43 PM IST

Missile test at ITR in Chandipur: ଆଜି ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେବ କ୍ଷେପଣାସ୍ତ୍ର । ଏଥିପାଇଁ ଆଖପାଖ ୧୦ଟି ଗାଁର ୧୦ ହଜାରରୁ ଅଧିକ ଲୋକଙ୍କୁ କରାଗଲା ସ୍ଥାନାନ୍ତର । ଅଧିକ ପଢନ୍ତୁ

ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ; ଖାଲି ହୋଇଗଲା ୧୦ ଖଣ୍ଡ ଗାଁ
ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ; ଖାଲି ହୋଇଗଲା ୧୦ ଖଣ୍ଡ ଗାଁ (ETV Bharat Odisha)

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି (ବୁଧବାର) ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ । ପୂର୍ବାହ୍ନରେ ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରେ ପରୀକ୍ଷଣ ହେବ । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୨୩୦ କିଲୋମିଟର । ଏଥିପାଇଁ ଲଞ୍ଚପ୍ୟାଡର ସାଢେ ୩ କିଲୋମିଟର ପରିଧିରେ ଥିବା ୧୦ ଖଣ୍ଡ ଗାଁର ପ୍ରାୟ ୧୦ ହଜାର ୫୮୧ ଜନସାଧାରଣଙ୍କୁ ବିଭିନ୍ନ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି ।

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ (ETV Bharat Odisha)

ଜୟଦେବକସବା ଗାଁରୁ ୨,୭୨୫, ଭୀମପୁରରୁ ୧୮୨୩, ସାହାଜାନଗରରୁ ୪୭୭, କୁସୁମୁଳୀରୁ ୧୩୦୭, ଖଡୁପାହିରୁ ୮୦୩, ତୁଣ୍ଡରାରୁ ୪୦୮, ଛଚିନାରୁ ୪୭୯, ଦୋମୁହାଁପାଟଣାରୁ ୪୧, ଗଣ୍ଡର୍ଦ୍ଦାରୁ ୩୯୧ ଓ ବର୍ଦ୍ଧନପୁର ଅଞ୍ଚଳରୁ ୨,୧୨୭ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବର୍ଦ୍ଧନପୁର, ଜୟଦେବକସବା ଓ ସାହାଜାନନଗର ଅଞ୍ଚଳର ଲୋକଙ୍କ ରହଣି ଏବଂ ଖାଦ୍ୟପାନୀୟ ପାଇଁ ବର୍ଦ୍ଧନପୁର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଉ ୩ ଦିନ ବର୍ଷିବ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ! ଆଲର୍ଟ ଜାରି, ଭୁବନେଶ୍ୱରେ ଲାଗି ରହିଛି ବର୍ଷା - Heavy rain in Odisha

ସେହିପରି ଭୀମପୁର, ଛଚିନା ଓ ଦୋମୁହାଁ ପାଟଣାବାସୀଙ୍କୁ ପାଇଁ ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଅସ୍ଥାୟୀ ଶିବିରରେ ରଖାଯାଇଛି । ଗଣ୍ଡର୍ଦ୍ଦା, ଖଡୁପାହି, ତୁଣ୍ଡରା ଓ କୁସୁମୁଳୀର ଜନସାଧାରଣଙ୍କ ପାଇଁ କଳାମାଟିଆ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଜୟଦେବକସବା ପାହିର ଜନସାଧାରଣଙ୍କ ନିମନ୍ତେ ନିଧିପଡା ସେବାଶ୍ରମଠାରେ ଅସ୍ଥାୟୀ ଶିବିର ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଶିବିରଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ ୨୨ ଗୋଟି ପୋଲିସ ଫୋର୍ସ ମୁତୟନ ହୋଇଛି । ଏକାଧିକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରଶାସନ ପକ୍ଷରୁ ଗତକାଲିଠାରୁ (ମଙ୍ଗଳବାର) ସେହି ଅଞ୍ଚଳଗୁଡିକରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସ୍ଥାନାନ୍ତର ପାଇଁ ସଚେତନ କରାଯାଇଥିଲା । ଅସ୍ଥାୟୀ ଶିବିରଗୁଡିକରେ ନାମ ପଞ୍ଜିକୃତ ହେବା ପରେ ପ୍ରାପ୍ୟ ଟଙ୍କା ସେହିଦିନ ଜନସାଧାରଣଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ । ସେହିପରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରାଯାଇଛି । ଏହାଦ୍ବାରା କୌଣସି ସୁବିଧା ଅସୁବିଧାରେ ସିଧାସଳଖ ସହଯୋଗ ପାଇପାରିବେ ଜନସାଧାରଣ ।

ଇଟିଭି ଭାରତ, ବାଲେଶ୍ବର

Last Updated : Jul 24, 2024, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.