ETV Bharat / state

ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 24, 2024, 2:31 PM IST

Updated : Feb 24, 2024, 2:57 PM IST

34 New NAC in Odisha: ରାଜ୍ୟରେ ଗଠନ ହେବ ଆଉ ୩୪ଟି ନୂଆ NAC । ୫ଟି NACକୁ ମ୍ୟୁନିସିପାଲିଟି କରାଯିବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ରାଜ୍ୟର ୩୪ ନୂଆ ଏନଏସି ଓ ୫ ନୂଆ ମୁନିସିପାଲିଟି

ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ଆଉ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) । ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେହିପରି ଚାରିଟି ଜିଲ୍ଲାରେ ପାଞ୍ଚଟି ଏନଏସିକୁ ମ୍ୟୁନିସିପାଲିଟିରେ ଉନ୍ନୀତ ହେବ । ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି । ଯାହାଫଳରେ ରାଜ୍ୟରେ ଏବେ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ସଂଖ୍ୟା ୯୦, ପୌରସଂସ୍ଥା (ମ୍ୟୁନିସିପାଲିଟି ) 53, ମହାନଗର ନିଗମ (କର୍ପୋରେସନ) 5 ହୋଇଛି । ସମୁଦାୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା (Urban Local Bodies) ୧୪୮କୁ ବୃଦ୍ଧି ପାଇଛି । ଆଜିର ଘୋଷଣା ପୂର୍ବରୁ ଏହି ସଂଖ୍ୟା ମ୍ୟୁନିସିପାଲିଟି 48, ଏନଏସସି 61 ଏବଂ ମହାନଗର ନିଗମ 5 ରହିଥିଲା ।

5T ଅଧ୍ୟକ୍ଷଙ୍କ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଏହି ନିଷ୍ପତ୍ତି ହୋଇଛି । ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଦାୟିତ୍ୱରେ ରହିବେ ରାଜେଶ

ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକ ହେଲା, ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡ଼ା, ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ସଇଁତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ କୁକୁଡାଖଣ୍ଡି, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ।

ସେହିପରି ବୌଦ୍ଧର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଜି, ଗଞ୍ଜାମର ଛତ୍ରପୁର ଓ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁନିସିପାଲିଟି ହେବ । କହିରଖୁଛୁ କି, କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି । ଏଥିପାଇଁ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 24, 2024, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.