ETV Bharat / state

ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଟ୍ବିଷ୍ଟ: ଅଭିଯୋଗକାରୀ ASO ବୈକୁଣ୍ଠ‌ ପ୍ରଧାନଙ୍କ ବଦଳି - ASO Baikuntha Transferred

author img

By ETV Bharat Odisha Team

Published : Jul 15, 2024, 11:03 PM IST

ASO Baikuntha Transferred: ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣାରେ ଟ୍ବିଷ୍ଟ । ଅଭିଯୋଗକାରୀ ASO ବୈକୁଣ୍ଠନାଥ ପ୍ରଧାନଙ୍କ ବଦଳି ହୋଇଛି । ପଢନ୍ତୁ ପୂରା ଖବର ।

ASO Baikuntha Transferred
ASO Baikuntha Transferred (ETV Bharat Odisha)

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ନ୍ୟାୟ ପାଇଁ ଦାବି ଜୋର ଧରିଥିବାବେଳେ ରାଜଭବନ ଡାକି ଅଭିଯୋଗକାରୀ ASO ବୈକୁଣ୍ଠଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ହେଲେ ଆଜି ଆସିଛି ଚକିତ କରିଦେବା ଭଳି ଖବର । ରାଜଭବନରୁ ଲୋକସେବା ଭବନକୁ ବୈକୁଣ୍ଠଙ୍କ ବଦଳି କରାଯାଇଛି । ରାଜ୍ୟପାଳ ପୁଅଙ୍କ ନାଁରେ ମାଡ ଅଭିଯୋଗ ଆଣିଥିବା ASO ବୈକୁଣ୍ଠ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି କେ ସିଂ । ଏନେଇ ଗୃହ ବିଭାଗ ଉପ ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ରହିଛି ।

ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ରାଜଭବନ ସଚିବଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଘଟଣା ସମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଏହା ରାଜନୈତିକ ମୋଡ଼ ନେଇଥିବାବେଳେ ASOଙ୍କୁ ନ୍ୟାୟ ପାଇଁ ବିରୋଧୀ ମଧ୍ୟ ଦାବି କରିଥିଲେ । କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ ଉଦ୍ୟମ ସହ ରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ଆସନ୍ତା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କୁ ବିରୋଧ କରିବ ବୋଲି ମଧ୍ୟ ଧମକ ଦେଇଥିଲେ ବିଧାୟକ ତାରା ବାହିନୀପତି । ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ଓଡ଼ିଆ ଅସ୍ମିତା ପ୍ରସଙ୍ଗ କଥା ଉଠାଇଥିଲା । ଅଭିଯୋଗକାରୀଙ୍କ ପତ୍ନୀ ଗଣମାଧ୍ୟମକୁ ଆସି ସ୍ବାମୀଙ୍କ ପାଇଁ ନ୍ୟାୟ ଭିକ୍ଷା କରିଥିଲେ ।

ଏହା ବି ପଢନ୍ତୁ...ASOଙ୍କୁ ମାଡ଼ ଘଟଣା: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ନ୍ୟାୟ ପ୍ରତିଶ୍ରୁତି ଦେଲେ ରାଜ୍ୟପାଳ - ASO Assault Case

ନୂଆ ସରକାରଙ୍କ ନିକଟରେ ଗୁହାରି କରିବା ସହ ତୁରନ୍ତ ନ୍ୟାୟ ଦାବି କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ ASOଙ୍କ ପତ୍ନୀ । ଖବର ପ୍ରଘଟ ହେବା ପରେ ରାଜ୍ୟପାଳ ନିଜେ ଅଭିଯୋଗକାରୀ ଓ ତାଙ୍କ ପତ୍ନୀଙ୍କ ସମେତ ସଚିବାଳୟ ସେବା ସଙ୍ଘର ସଦସ୍ୟଙ୍କୁ ଡାକି ଆଲୋଚନା କରିଥିଲେ। ଏପରିକି ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭୁଲ ମାଗିଥିଲେ । ୭ ଦିନ ମଧ୍ୟରେ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ପାଇ ରାଜଭବନରୁ ଫେରିଥିଲେ ASO ବୈକୁଣ୍ଠ ପ୍ରଧାନ। ନ୍ୟାୟ ମିଳିବ ବୋଲି ସେ ଆଶାବାଦୀ ଥିବାବେଳେ 'ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବି' ବୋଲି କହିଥିଲେ ।

ହେଲେ ଆଜି ହଠାତ ASOଙ୍କ ବଦଳି ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିଛି ନା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସ୍ପଷ୍ଟ ହୋଇନଥିଲେ ବି ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହି ଘଟଣାରେ ଅଭିଯୋଗକାରୀ କିମ୍ବା ଅଭିଯୁକ୍ତଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.