ETV Bharat / state

ନୂଆପଡା ଗସ୍ତରେ ରାଜ୍ୟପାଳ, ମାଓ ଅଞ୍ଚଳ ବୁଲିବା ସହ ଆଦିମ ଜନଜାତିଙ୍କ ସହ କଥାହେଲେ - ରାଜ୍ୟପାଳ ରଘୁବର ଦାସ

Governor Raghubar Das Nuapada visit: ଦିନିକିଆ ନୂଆପଡା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ । ମାଓ ପ୍ରବଣ ଅଞ୍ଚଳ ମିଛାପାଲି କଲେ ପରିଦର୍ଶନ । ଅଧିକ ପଢନ୍ତୁ

Governor Raghubar Das
ନୂଆପଡା ଗସ୍ତରେ ରାଜ୍ୟପାଳ
author img

By ETV Bharat Odisha Team

Published : Jan 27, 2024, 8:49 PM IST

ନୂଆପଡା ଗସ୍ତରେ ରାଜ୍ୟପାଳ

ନୂଆପଡା: ନୂଆପଡା ଜିଲ୍ଲାକୁ ଦିନିକିଆ ଗ୍ରସ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କୁ ଉତ୍ତମ ପରାମର୍ଶ ଦେଇଛନ୍ତି । ଏଥିସହ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ମିଛାପାଳି ଗାଁ ପରିଦର୍ଶନ କରିଛନ୍ତି । ସେଠାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ଲୋକଙ୍କୁ ସାକ୍ଷାତ କରି ତାଙ୍କ ଜୀବନ ଜୀବିକା ସମ୍ପର୍କରେ ପଚାରିଛନ୍ତି ।

ଶନିବାର ପୁରୀ ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ରେଲ ଟ୍ରେନ ଯୋଗେ ସକାଳ 8ଟା 30 ମିନିଟରେ ନୂଆପଡା ସର୍କିଟ ହାଉସ ପହଞ୍ଚିଥିଲେ ମହାମହିମ ରାଜ୍ୟପାଳ ରଘୁବର ଦାସ । ସେଠାରେ କିଛି ସମୟ ରହିବା ପରେ ନୂଆପଡା ସଦର ବ୍ଲକ ଦଳଦଳି ଗାଁ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେଠାରେ ଅଙ୍ଗନ ବାଡ଼ି ଦିଦିଙ୍କୁ ପୋଷଣ ସମ୍ପର୍କରେ ସୂଚନା ଦେଇଥିଲେ । କୋମଳମତି ଶିଶୁ ଆଗାମୀ ଭବିଷ୍ୟତର ନାଗରିକ ତଥା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯେପରି ଠିକ ରହିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ଶିଶୁମାନଙ୍କୁ ଚକୋଲେଟ ଦେଇ କିଛି ସମୟ ଶିଶୁମାନଙ୍କ ସହିତ ସମୟ କାଟିଥିଲେ ।

ଏହାପରେ ନୂଆପଡା ସ୍ଥିତ ଟାନୱାଟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବା ଟାନୱାଟ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି । ସେଠାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଇନଚାର୍ଜ କନକ ବର୍ଦ୍ଧନ ସାହୁଙ୍କ ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଅଣସଂକ୍ରମଣ ରୋଗ, ଶାରୀରିକ ବ୍ୟାୟାମ, ପ୍ରାଣାୟମ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ରୋଗୀଙ୍କ ସହିତ ଉତ୍ତମ ବ୍ୟବହାର କରିବା ସହିତ ତାଙ୍କ ଶାରୀରିକ ମାନସିକ ସ୍ଥିତି ବୁଝିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପରେ ଆଶାକର୍ମୀମାନଙ୍କ ସହିତ ସେମାନଙ୍କ ଦୈନିକ କାମ ସମ୍ପର୍କରେ ବୁଝିବା ସହ ଭଲ କାମ କରି ଲୋକଙ୍କୁ ରୋଗ ଦାଉରୁ ସୁରକ୍ଷା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଛନ୍ତି ।

ଏହାପରେ ଖରିଆର ରୋଡ଼ ସାହୁ ସମାଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟପାଳ । ସେଠାରେ ସାହୁ ସମାଜର ବିଶାଳ ସମାବେଶକୁ ସମ୍ବୋଧନ କରି ଉଦବୋଧନ ଦେଇଛନ୍ତି । ସମାଜର ନେତୃ ମଣ୍ଡଳୀ ଉତ୍ତମ କାମ କରି ଦେଶ ମାତୃକାର ସେବାରେ ନିଜକୁ ସମର୍ପିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପରେ ନୂଆପଡା ସର୍କିଟ ହାଉସରେ ଭୋଜନ କରିବା ପରେ ମାଓ ପ୍ରବଣ ଅଞ୍ଚଳ ମିଛାପାଳି ଗାଁ ପରିଦର୍ଶନ କରିଛନ୍ତି । ସେଠାରେ ନୂଆପଡା ଜିଲ୍ଲାର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ଲୋକଙ୍କୁ ସାକ୍ଷାତ କରି ତାଙ୍କ ଜୀବନ ଜୀବିକା ସମ୍ପର୍କରେ ପଚାରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବୌଦ୍ଧ ଗସ୍ତରେ ରାଜ୍ୟପାଳ, ଶୁଣିଲେ ସାଧାରଣ ଲୋକଙ୍କ ସମସ୍ୟା

ସେହିପରି ମିଲେଟ ମିଶନ କଥା ପଚାରିବା ସହିତ ମାଣ୍ଡିଆ ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହାପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ନୂଆପଡା ନିକଟସ୍ଥ ଘାଟିପଡା ଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିକ ପାଇଥିବା ହିତାଧିକାରୀ ମାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ପରେ ଖରିଆର ରୋଡ଼ ନିକସ୍ଥ ବଲୋଦା ଗାଁ NFCC ଜାତୀୟ ଜଳବାୟୁ ପରିବର୍ତ୍ତନ ଜାତୀୟ ଅନୁକୂଳନ ପାଣ୍ଠିରେ ଖର୍ଚ୍ଚ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ସେହିଭଳି ତୋରରା UGHS ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହୋଇଛନ୍ତି । ଉତ୍ତମ ପାଠ ପଢିବା ସହିତ ବଡ ସପ୍ନ ଦେଖି ବଡ଼ ମଣିଷ ହେବାପାଇଁ ପରାମର୍ଶ ଦେଇଛନ୍ତି । ପରେ ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପତୋରା ଯୋଗେଶ୍ୱର ମନ୍ଦିର ରୂପାନ୍ତରଣ କାର୍ଯ୍ୟକ୍ରମ ବୁଲି ଦେଖିଛନ୍ତି । ମାଓପ୍ରବଣ ଜିଲ୍ଲା ନୂଆପଡାକୁ ରାଜ୍ୟପାଳଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.