ETV Bharat / state

ଓଡ଼ିଶା ସରକାରଙ୍କ 'ଦେବାଳୟ ପ୍ରକଳ୍ପ', ମଠ-ମନ୍ଦିର ସୁରକ୍ଷା ଓ ସଂସ୍କୃତି ବିକାଶ କରିବ ନୂଆ ଯୋଜନା

ଓଡ଼ିଶାରେ ମଠ ଏବଂ ମନ୍ଦିର ସଂସ୍କୃତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି 'ଦେବାଳୟ ପ୍ରକଳ୍ପ'।

Devalaya Project
Devalaya Project (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 2 hours ago

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଦେବାଳୟ ପ୍ରକଳ୍ପ । ମଠ ସଂସ୍କୃତିର ହେବ ପୁନରୁଦ୍ଧାର। ଫୋକସରେ ଶ୍ରୀମନ୍ଦିର । ପ୍ରତି ଜିଲ୍ଲାରେ ହେବ ଶୁଖିଲା ମହାପ୍ରସାଦ ବିତରଣ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ପୂର୍ବରୁ ପୁରୀରେ ଜ୍ଞାନକେନ୍ଦ୍ର ବା ଇଣ୍ଟରପ୍ରିଟେସନ ସେଣ୍ଟର ହେବା ନେଇ ଆଇନମନ୍ତ୍ରୀ ଘୋଷଣା କରିଥିଲେ । ଶ୍ରୀମନ୍ଦିରକୁ ପ୍ରାଧାନ୍ୟ ଦେବାରୁ ସେବାୟତ, ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ମୋହନ ସରକାରଙ୍କୁ ପ୍ରଶଂସା କରାଯାଇଛି ।

ଏହାକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, "ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଦେବାଳୟ ପ୍ରକଳ୍ପ ସମ୍ଭାବନା ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର । ପରିଚାଳନା ଦୃଷ୍ଟି କୋଣରୁ ଏବଂ ମନ୍ଦିର ଗୁଡିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଯେଉଁ ସହାୟତାର କଥା ଆସୁଛି ସେନେଇ ଗଭୀରତାର ସହ ଚିନ୍ତା କରାଯାଉଛି । ଯେଉଁ ଦୃଷ୍ଟିକୋଣ ଗୁଡିକ ଅନେକ ଦିନ ହେବ ଅବହେଳିତ ହୋଇ ରହିଛି ତାକୁ ଦେଖି ହେବ । ଯେପରି ଯଥା ଯୋଗ୍ୟ ସମ୍ମାନ ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର।"

Devalaya Project (ETV Bharat Odisha)
ଏହା ବି ପଢନ୍ତୁ...ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ, ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ

ଏହା ମଧ୍ୟ ପଢନ୍ତୁ-ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳି ହଇରାଣ ନେଇ ତେଜିଲା ରାଜନୀତି, ବିଜେଡିକୁ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ

Devalaya Project
Devalaya Project (ETV Bharat Odisha)

ମନ୍ତ୍ରୀ ଆହୁରି କହିଛନ୍ତି, "ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା । କିନ୍ତୁ ଏହି ଯୋଜନାରେ ଅନେକ କଥା ଅଛି । ପ୍ରାଥମିକ ଭାବେ ଯେଉଁ ସ୍ଥାନରେ ମରାମତି, ରକ୍ଷଣ ବେକ୍ଷଣ, ପରିଚାଳନା ସମସ୍ୟା କଥା ଅଛି । ଏସବୁ କଥା ଗୁଡିକୁ ଆଡ୍ରେସ କରାଯିବ। ନିର୍ଦ୍ଦିଷ୍ଟ ରୂପରେଖ ଖୁବଶୀଘ୍ର ସ୍ପଷ୍ଟ ହେବ। ରାଜ୍ୟରେ ଜିଲ୍ଲାମାନଙ୍କରେ ମିଳିତ ଶୁଖିଲା ମହାପ୍ରସାଦ ଦିଆଯିବ । ଜିଲ୍ଲାରେ ହେଡ କ୍ୱାଟରମାନଙ୍କରେ ମହାପ୍ରସାଦ ବିତରଣ କେନ୍ଦ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡିତ ଅଛି ସେଗୁଡିକର ସୁରକ୍ଷା ଆମ ପ୍ରାଥମିକତା । ସେଥିପାଇଁ ଯାହା ଯାହା ଆବଶ୍ୟକ ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ । ମଠ ମନ୍ଦିରର ସୁରକ୍ଷା, ପରିଚାଳନା ତଥା ଅବସ୍ଥିତି ଦୃଷ୍ଟିରୁ ଯେଉଁ ସବୁ ଅସୁବିଧା ଥିଲା ତାକୁ ପ୍ରାଥମିକତା ଦେଇ ଚାଲିବୁ ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.