ETV Bharat / state

ଶରଧାବାଲିରେ ଝାଡୁ ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ସ୍ୱଚ୍ଛତା ବାର୍ତ୍ତା - CM Mohan Sweeps Bada Danda

CM Mohan Charan Majhi Sweeps Bada Danda: ହାତରେ ଝାଡ଼ୁ ଧରି ବଡ଼ଦାଣ୍ଡରେ ଅଳିଆ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଡଦାଣ୍ଡକୁ ସଫା ରଖିବା ସହ ଏକ ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 6, 2024, 4:32 PM IST

CM Mohan Charan Majhi Sweeps Bada Danda
CM Mohan Charan Majhi Sweeps Bada Danda (ETV Bharat Odisha)

ପୁରୀ: ଶରଧାବାଲିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରଥଯାତ୍ରା ପୂର୍ବରୁ ପୁରୀ ବଡଦାଣ୍ଡ ଶରଧାବାଲିରେ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ହାତରେ ଝାଡ଼ୁ ଧରି ବଡ଼ଦାଣ୍ଡରେ ଅଳିଆ ସଫେଇ କରିଛନ୍ତି । ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ବଡ଼ଦାଣ୍ଡରେ ଅଳିଆ ସଫେଇ କରି ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସହ 2 ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସ‌ିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ସଫେଇ କାର୍ଯ୍ୟରେ ସାମିଲ ହୋଇ ବଡ଼ଦାଣ୍ଡ ସଫା କରିଛନ୍ତି ।

CM Mohan Charan Majhi Sweeps Bada Danda (WTV Bharat Odisha)

ରାତି ପାହିଲେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହା ପୂର୍ବରୁ ଆଜି ପୁରୀ ଗସ୍ତରେ ଆସି ଗୁଣ୍ଡିଚା ମନ୍ଦିର ସହ ବାଡ଼ଦାଣ୍ଡକୁ ମାର୍ଜନା ଓ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ରଥ ଦାଣ୍ଡକୁ ମାର୍ଜନା କରିବାର ପରମ୍ପରା ରହି ଆସିଛି । ତେଣୁ ମହାପ୍ରଭୁଙ୍କ ଏହି ମହାନ ବଡ଼ଦାଣ୍ଡକୁ ମାର୍ଜନା କରି ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ମହାପ୍ରଭୁଙ୍କ ଏହି ପବିତ୍ର ବଡଦାଣ୍ଡକୁ ସଫା ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି. ସିଂହଦେଓଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ପୁରୀ ସାଂସଦ ଏବଂ ଅନେକ ବିଧାୟକ ଉପସ୍ଥିତ ରହି ବଡଦାଣ୍ଡକୁ ସଫା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଏକ ପରମ୍ପରା ରହିଛି ଯେତେବେଳେ ମହାପ୍ରଭୁ ବଡଦାଣ୍ଡକୁ ଆସିବେ ତା ପୂର୍ବରୁ ବଡଦାଣ୍ଡକୁ ସଫା କରାଯାଏ । ବଡ଼ଦାଣ୍ଡକୁ ସଫା ରଖିବା ସଫେଇ କରିବା ଓ ପବିତ୍ରତା ଆଣିବା ପାଇଁ ଆଜି ସରକାରଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ 2 ଉପମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବରିଷ୍ଠ ମନ୍ତ୍ରୀ ଗଣ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସାଂସଦ ଓ ସ୍ବେଚ୍ଛାସେବୀ ସଂଗଠନ ସାମିଲ ହୋଇଛନ୍ତି । ବଡଦାଣ୍ଡକୁ ସଫା ରଖିବା ସହ ଏକ ସଚେତନତାର ବାର୍ତ୍ତା ଦେବା ପାଇଁ ସରକାର ଏଭଳି ଏକ ପଦକ୍ଷପ ହାତକୁ ନେଇଛନ୍ତି ।"

ସେପଟେ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀକୁ ଆସିଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ବ ସ୍ୱେଚ୍ଛାସେବୀ ସଂଗଠନ, ସ୍କାଉଟ, ଗାଇଡ଼ ଓ କଲେଜ ଛାତ୍ରଛାତ୍ରୀ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସ୍କାଉଟ ଗାଇଡ୍ସର ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଛନ୍ତି । ସେପଟେ ଶ୍ରୀମନ୍ଦିର ଯାଇ ପଟିଦିଅଁକୁ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୁରୀ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମଧ୍ୟ ପଟିଦିଅଁକୁ ଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଥଯାତ୍ରା ନୀତି ନିର୍ଘଣ୍ଟ; ଆସିଲା ଆଜ୍ଞାମାଳ, କେଉଁଠି କେଉଁ ଗାଡି ପାଇଁ ପାର୍କିଂ ପଏଣ୍ଟ - Ratha Yatra 2024 scheduled

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ଆମେ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଛୁ । ମହାପ୍ରଭୁ ନିଜେ ତାଙ୍କର ଯାତ୍ରା କରନ୍ତି । ଆମେ ନିମିତ୍ତ ମାତ୍ର । ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ । ମହାପ୍ରଭୁ ରଥ ପାଇଁ ଆଜି ଆଜ୍ଞା ମାଳ ବିଜେ ହେଉଥିବା ବେଳେ ଆଜି ହିଁ ରତ୍ନ ଭଣ୍ଡାର ଖୋଲିବା ନେଇ ବୈଠକ ବସୁଛି । ଏଣୁ ଏହା ସବୁ ମହାପ୍ରଭୁଙ୍କ ଇଚ୍ଛା । ତାଙ୍କରି ଇଚ୍ଛାରେ ସବୁ କାର୍ଯ୍ୟ ଭଲରେ ଅନୁଷ୍ଠିତ ହେବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.