ETV Bharat / state

ଆଳୁ ଟେନସନ: ମମତାଙ୍କ ସହ ଆଲୋଚନା ପରେ ମୋହନଙ୍କ ଟ୍ବିଟ୍, ସ୍ବାଭାବିକ ହେଲାଣି ଆମଦାନୀ ପ୍ରକ୍ରିୟା - POTATO CRISIS IN ODISHA

author img

By ETV Bharat Odisha Team

Published : Jul 27, 2024, 4:31 PM IST

Updated : Jul 27, 2024, 5:36 PM IST

Mohan Meets Mamata Amid Potato Crisis: ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ଦେଖାଦେଇଥିବା ଆଳୁ ସମସ୍ୟାର ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ମୋହନ ମମତାଙ୍କୁ କ'ଣ କହିଛନ୍ତି, ଜାଣନ୍ତୁ ।

Potato Crises
Potato Crises (ETV Bharat Odisha)

ଭୁବନେଶ୍ବର: ଆଳୁ ଯୋଗାଣ ପ୍ରସଙ୍ଗରେ ନୂଆଦିଲ୍ଲୀରେ ମମତାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଛି । ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ମୋହନ ଆଜି ମମତାଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ନୀତି ଆୟୋଗ ବୈଠକରେ ସାମିଲ ହେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନୂଆଦିଲ୍ଲୀରେ ଅଛନ୍ତି । ମମତାଙ୍କ ସହ ଆଲୋଚନା ପରେ ମୋହନଙ୍କ ଟ୍ବିଟ୍ କରି ଆମଦାନୀ ପ୍ରକ୍ରିୟା ସ୍ବାଭାବିକ ହୋଇଥିବା କହିଛନ୍ତି ।

'ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ'

ମମତାଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ X ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ରାଜ୍ୟରେ ଦେଖାଦେଇଥିବା ଆଳୁ ଯୋଗାଣ ସମସ୍ୟା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିଛି । ବର୍ତ୍ତମାନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ଵାଭାବିକ ହୋଇଛି । ଏହି ଅସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଗୋଦାମରେ ସ୍ଥିତିର ସମୀକ୍ଷା କରିବା ସହ ସ୍ଥିତି ପରଖିଛନ୍ତି । ଆଳୁ ଦର ନିୟନ୍ତ୍ରଣ ଏବଂ ଯୋଗାଣ ସମସ୍ଯାର ଯଥାଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।"

Potato Crises
Potato Crises (ETV Bharat Odisha)

ମୋହନ-ମମତା ଭେଟଘାଟ:-

ଏହି ବୈଠକ ପାଇଁ ସବୁ ମୁଖ୍ୟମନ୍ତ୍ରୀ ଏକାଠି ହୋଇଥିବାବେଳେ ସୁଯୋଗର ଫାଇଦା ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିଠି କିମ୍ବା ଟେଲିଫୋନ ନୁହେଁ, ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୋହନ । ପଶ୍ଚିମବଙ୍ଗ ପକ୍ଷରୁ ଓଡ଼ିଶାରେ ଆଳୁ ଯୋଗାଣ ସମସ୍ୟା ନେଇ ମୋହନ ଆଜି ମମତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି । ତେବେ ଆଳୁ ଯୋଗାଣ ସମସ୍ୟାର ସମାଧାନ ଲାଗି ହସ୍ତକ୍ଷେପ କରିବାକୁ ସେ ମମତାଙ୍କୁ ଅନୁରୋଧ କରିଥିଲେ ।

ଆଳୁ ପ୍ରସଙ୍ଗରେ ଆଲୋଚନା:-
ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହି କାରଣରୁ ଦରଦାମ ଅହେତୁକ ବୃଦ୍ଧି ପାଉଛି । ଏହାଦ୍ବାରା ରାଜ୍ୟର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ଶୀଘ୍ର ସମାଧାନ ହେବାର ଆବଶ୍ୟକତା ରହିଛି ।" ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ସେ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ...ଓଡ଼ିଶା ମାର୍କେଟରେ ଆଳୁ ଗାଏବ; ମମତାଙ୍କୁ ଚିଠି ଲେଖିଲେ ନବୀନ - Naveen writes letter to WB CM

ଚଢା ଦରରେ ଆଳୁ ବିକ୍ରି:-

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଲକ୍ଷ୍ମଣନାଥ ଟୋଲଗେଟରେ ଅଟକି ରହିଥିବା ଟ୍ରକ ଭୁବନେଶ୍ୱର ବଜାରରେ ପହଞ୍ଚିଛି । କିନ୍ତୁ ଆଳୁ ଦରରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ । ବରଂ ଚଢା ଦରରେ ବିକ୍ରି ହେଉଛି ଆଳୁ । ଯାହାକୁ ନେଇ ଚିନ୍ତାରେ ଖାଉଟି । ବଜାରରେ ଆଳୁର ଅଭାବ କାରଣରୁ ଦରଦାମ ବଢ଼ିବାରେ ଲାଗିଛି । ବୋର୍ଡରେ ଆଳୁ କିଲୋ ପିଛା 35ଟଙ୍କା ରହିଥିବାବେଳେ ଆଜି ଏହା 45 ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।

ମମତାଙ୍କୁ ଚିଠି ଲେଖିଥିଲେ ନବୀନ:-

ଆଳୁ ଦରବୃଦ୍ଧି ଓ ଅଭାବ ପ୍ରସଙ୍ଗରେ ଗତକାଲି (ଶୁକ୍ରବାର) ହସ୍ତକ୍ଷେପ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ବାଭାବିକ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । ସେପଟେ ନବୀନଙ୍କ ଚିଠିକୁ ନେଇ ବିଭାଗୀୟ ମନ୍ତ୍ରୀ ନବୀନଙ୍କୁ ସମାଲୋଚନା କରିବା ସହ କହିଥିଲେ ଯେ, ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ । ତୁମେ କଣ ଅଛ ଯେ ଚିଠି ଲେଖୁଛ ?

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 27, 2024, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.