ETV Bharat / state

ସରକାରୀ ଜମି ଦଖଲ କରିଥିଲେ ବୁଲିବ ବୁଲଡୋଜର ! ଏପରି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM order encroachment drive

CM Mohan Majhi ordered for encroachment drive: ସରକାରୀ ଜମି ମାଡି ବସିଥିଲେ ସାବଧାନ । ଓଡିଶାରେ ମଧ୍ୟ ଦେଖିବାକୁ ମିଳିପାରେ ବୁଲଡୋଜର ଆକ୍ସନ । ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 4:54 PM IST

ସରକାରୀ ଜମିରୁ ହଟିବ ଜବରଦଖଲ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସରକାରୀ ଜମିରୁ ହଟିବ ଜବରଦଖଲ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ଜମିରେ ଜବରଦଖଲ ହୋଇଛି । ବେଆଇନ ଭାବେ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏହି ଜବରଦଖଲ କରିଛନ୍ତି । ଏହି ବେଆଇନ ଦଖଲ ହଟିବ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ । ଜବରଦଖଲ ଉଚ୍ଛେଦ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ପାଇଁ ବ୍ୟବହାର ହୁଏ । ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି । ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ । ପ୍ରଚଳିତ ନିୟମ ଅନୁଯାୟୀ ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଯିବ । ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କିଛିଦିନ ପୂର୍ବରୁ ସରକାରୀ ଜମିରେ ବ୍ୟାପକ ଜବରଦଖଲକୁ ନେଇ ଗଭୀର ଉଦବେଗ ପ୍ରକାଶ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଅଧୀନରେ ଥିବା ସରକାରୀ ଜମି ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଜମି ସମ୍ପଦର ସର୍ବୋତ୍ତମ ପରିଚାଳନା ଏବଂ ବିକାଶମୂଳକ ଉଦ୍ଦେଶ୍ୟ ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରପାଇଁ ପର୍ଯ୍ୟାପ୍ତ ଜମି ଆବଣ୍ଟନ ସରକାରଙ୍କର ଉଦେଶ୍ୟ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାରୀ ଜମି ଜବରଦଖଲ ଯୋଗୁଁ ବେଳେବେଳେ ଉନ୍ନୟନମୂଳକ ଉଦ୍ଦେଶ୍ୟରେ ସୁରୁଖୁରୁରେ ଜମି ଆବଣ୍ଟନ ବାଧାପ୍ରାପ୍ତ ହେଉଛି ।

ଏହା ମଧ୍ୟ ପଢନ୍ତୁ:- ପୁରୀ ବେଳାଭୂମିରେ ମର୍ଣ୍ଣିଂ ଓ୍ୱାକ୍‌ କଲେ ରାଷ୍ଟ୍ରପତି; ପ୍ରକୃତି ପ୍ରେମରେ ହଜାଇ ଦେଲେ ନିଜକୁ, ପ୍ରକୃତି ସୁରକ୍ଷା ବାର୍ତ୍ତା ଦେଲେ - president puri visit

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜବରଦଖଲର ବାସ୍ତବ ସର୍ବେକ୍ଷଣ କରି ପ୍ରଚଳିତ ନିୟମ ଅନୁଯାୟୀ ଜବରଦଖଲ ହଟାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜବରଦଖଲ ଉଚ୍ଛେଦ ପରେ ନିଜ ଜିଲ୍ଲାରେ ମିଳିଥିବା ପାଣ୍ଠିକୁ ସମାନ ଉଦ୍ଦେଶ୍ୟରେ ବ୍ୟବହାର କରି ଉପଯୁକ୍ତ ବାଡ଼ ଦ୍ୱାରା ଏଭଳି ସରକାରୀ ଜମିକୁ ସୁରକ୍ଷା ଦେବାକୁ କୁହାଯାଇଛି । ଯଦି ସମାନ ଉଦ୍ଦେଶ୍ୟରେ ପାଣ୍ଠି ଅଭାବ ଦେଖାଯାଏ, ତେବେ ତୁରନ୍ତ ଏହି ବିଭାଗକୁ ଜଣାଇ ଦିଆଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.