ETV Bharat / state

ଆରମ୍ଭରୁ ଅସ୍ମିତା କାର୍ଡ: ଓଡିଆ ଭାଷାରେ ସରକାରୀ କାମ, ଗଠନ ହେବ ଭାଷା ଆୟୋଗ - Govt works in Odisha language

Govt work in Odisha language: ଓଡିଆ ଅସ୍ମିତାକୁ ସର୍ବୋଚ୍ଚ ପ୍ରାଥମିକତା । ଓଡିଆରେ ହେବ ସମସ୍ତ ସରକାରୀ କାମ । ପ୍ରତିଷ୍ଠା ହେବ ଭାଷା ଆୟୋଗ ସହ ଅନୁବାଦ ଏକାଡେମୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 4, 2024, 2:01 PM IST

Updated : Jul 4, 2024, 6:04 PM IST

ଆରମ୍ଭରୁ ଅସ୍ମିତା କାର୍ଡ: ଓଡିଆ ଭାଷାରେ ସରକାରୀ କାମ, ଗଠନ ହେବ ଭାଷା ଆୟୋଗ
ଆରମ୍ଭରୁ ଅସ୍ମିତା କାର୍ଡ: ଓଡିଆ ଭାଷାରେ ସରକାରୀ କାମ, ଗଠନ ହେବ ଭାଷା ଆୟୋଗ (ETV Bhara Odisha)

ଭୁବନେଶ୍ବର: ବିଜେପି ଯେଉଁ ପ୍ରସଙ୍ଗକୁ ମୁଦ୍ଦା କରି ନିର୍ବାଚନରେ ଐତିହାସିକ ସଫଳତା ପାଇଲା, ସେହି ପ୍ରସଙ୍ଗକୁ ନେଇ ଏବେ ଆକ୍ସନମୋଡରେ ସରକାର । ପ୍ରଥମରୁ ଓଡିଆ ଅସ୍ମିତା କାର୍ଡ ଖେଳିଛି ମୋହନ ସରକାର । ଏଣିକି ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ହେବ । ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସରଳ ଓ ସୁଗମ କରାଯିବ । ଏହା ସହ ରାଜ୍ୟରେ ‘ଭାଷା ଆୟୋଗ’ ମଧ୍ୟ ଗଠନ ହେବ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ଏହି ପ୍ରସଙ୍ଗରେ ପ୍ରଥମ ନିଷ୍ପତ୍ତି ନେଇଛନ୍ତି ମୋହନ ମାଝୀ ।

ଆରମ୍ଭରୁ ଅସ୍ମିତା କାର୍ଡ (ETV Bharat Odisha)

ଲୋକସଭା ଭବନରେ କାର୍ଯ୍ୟାରମ୍ଭ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ । ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ । ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ । ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ । ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ ।

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପାଇଁ ବ୍ୟବସ୍ଥା ହେବ । ଓଡ଼ିଆ ଭାଷା ଭବନ ଅସ୍ଥିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ । ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ । ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ । ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ସମକ୍ଷିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ । ବରୁଣେଇଠାରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ପୁରାନ୍ଵିତ ହେବ । ରାଜ୍ୟର ବିଭିନ୍ନ ଐତିହ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସରକାର ସଂକଳ୍ପବଦ୍ଧ । ସବୁ କାର୍ଯ୍ୟ ଲୋକମାନଙ୍କ ସହଯୋଗ ସହଭାଗିତା ଓ ପରାମର୍ଶରେ ହେବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କାର୍ଯ୍ୟାଳୟ ପ୍ରବେଶ କରିଛନ୍ତି । ଶପଥ ନେବାର 20ଦିନ ପରେ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାସ୍ତୁ ସହ ଅନ୍ୟାନ୍ୟ ପୂଜା କରି କାର୍ଯ୍ୟାଳୟ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ପୂର୍ବ ମୁହଁ କରି ବସି କାର୍ଯ୍ୟ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରବେଶ ପୂର୍ବରୁ ପ୍ରାୟ 40 ମିନିଟ ଧରି ପୁଜା କାର୍ଯ୍ୟ ହୋଇଥିଲା । ବାସ୍ତୁ ଓ ଗ୍ରହ ପୂଜା ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପ୍ରବେଶ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଗୃହରେ କାର୍ଯ୍ୟ କରୁଥିଲେ ସେଇଠାରେ ନୂଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ବସିବା ସ୍ଥାନ ବଦଳିଛି । ମୁଖ୍ୟମନ୍ତ୍ରୀ ପୂର୍ବ ଦିଗକୁ ମୁହଁ କରି ବସିଥିବା ସୂଚନା ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଆଜି ପ୍ରଥମ ଫାଇଲ ଦସ୍ତଖତ କରିଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓସ୍ୱାସରେ ଫାଇଲ କାମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନୀକୁଞ୍ଜ ବିହାରୀ ଧଳ ଏ ବାବଦରେ ଅବଗତ କରାଇଥିଲେ ।

ଲୋକସେବା ଭବନକୁ ମୁଖ୍ୟମନ୍ତ୍ରୀ ପ୍ରବେଶ କରିବା ବେଳେ ପ୍ରଶାସନ ପକ୍ଷରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ କରିଛନ୍ତି । ସେହିପରି ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ପ୍ରବେଶ କରିଛନ୍ତି । ଗତ ମାସ 12 ତାରିଖରେ ଶପଥ ନେଇଥିଲେ ବି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ କାର୍ଯ୍ୟ କରିନଥିଲେ । ରାଜ୍ୟ ଅତିଥି ଭବନରେ ପ୍ରାୟ 20 ଦିନ କାର୍ଯ୍ୟ କରିବା ପରେ ଆଜିଲୋକସଭା ଭବନରୁ କାର୍ଯ୍ୟ କରିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ମୁଣ୍ଡିଆ ମାରି ଲୋକସେବା ଭବନ କାର୍ଯ୍ୟାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ; ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ତମାମ ଅଧିକାରୀ କଲେ ସ୍ବାଗତ - CM MOHAN MAJHI GETS NEW CMO OFFICE

ଓଡ଼ିଆ ଅସ୍ଥିତ୍ବ କ୍ଷେତ୍ରରେ ଆଉ କ’ଣ କରାଯିବା ଦରକାର ଲୋକମାନଙ୍କର ପ୍ରସ୍ତାବ ଆହ୍ୱାନ କରୁଛି । ରାଜ୍ୟ ପରିଚାଳନା ରାଜ୍ୟ ଭାଷା ଓଡ଼ିଆରେ ହିଁ ହେବ । ଏଥି ନିମନ୍ତେ ପ୍ରଣୀତ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦରକାର ପଡିଲେ ଏଥିରେ ଆବଶ୍ୟକ ସଂଶୋଧନ କରି ଆଇନକୁ ଆହୁରି ସଶକ୍ତ କରାଯିବ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଳ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ ଭାବରେ ମୋ ପାଖରେ ଉପସ୍ଥାପିତ ସମସ୍ତ ନଥି ଓଡ଼ିଆରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିବା ପରେ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 4, 2024, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.