ETV Bharat / state

ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ; ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ମୋହନଙ୍କ ନିର୍ଦ୍ଦେଶ - CM meeting with Secretaries

Chief minister meeting with all Secretaries: ନିର୍ବାଚନ ପ୍ରତିଶ୍ରୁତି ପୂରଣ ନେଇ ସମସ୍ତ ସଚିବମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକମାନଙ୍କ ପାଖରେ ସରକାର ୨୪ ଘଣ୍ଟା ଉତ୍ତରଦାୟୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଇଟିଭି ଭାରତ

author img

By ETV Bharat Odisha Team

Published : Jul 6, 2024, 9:57 AM IST

Chief minister meeting with all Secretaries
Chief minister meeting with all Secretaries (ETV Bharat Odisha)

ଭୁବନେଶ୍ବର: ଦାୟିତ୍ୱ ନେବାର ୨୦ ଦିନ ପରେ ସମସ୍ତ ସଚିବମାନଙ୍କ ସହିତ ବୈଠକ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି । ସ୍ୱତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ମୋହନ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକମାନଙ୍କ ପାଖରେ ସରକାର ୨୪ ଘଣ୍ଟା ଉତ୍ତରଦାୟୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ଚେତାଇ ଦେଇଛନ୍ତି । ତେଣୁ ଲୋକଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟାକୁ ଦକ୍ଷ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାରବେଳ ଭବନରେ ସବୁ ସଚିବଙ୍କ ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହା ସହିତ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ । ଜନପ୍ରତିନିଧି ଭାବରେ ଏବଂ ସରକାର ଭାବରେ ଆମେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ । ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶୃତି କିପରି ଠିକ ଭାବେ କାର୍ଯ୍ୟକାରୀ ହେବ, ତାହା ଆପଣମାନଙ୍କର ଗୁରୁଦାୟିତ୍ବ । ତେଣୁ ସେ ଦିଗରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭିଜନ: ୨୦୩୬ ପାଇଁ ରୋଡ଼ମ୍ୟାପ: ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଉ ୧୨ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୨୦୪୭ରେ ମଧ୍ୟ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ । ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଓଡିଶା ଭିଜନ - ୨୦୩୬ ପ୍ରସ୍ତୁତ କରିବାକୁ ହେବ । ଗତ ସରକାରରେ ଯାହା ହୋଇପାରି ନାହିଁ, ଏହି ୫ ବର୍ଷରେ କରିବାକୁ ପଡିବ । ସଫଳତା ପାଇଁ ଆମକୁ ଏହି ୫ ବର୍ଷ କଠିନ ପରିଶ୍ରମ କରିବାକୁ ପଡିବ । ଆମର ସବୁ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ । ଏହା ଦ୍ବାରା ବିକଶିତ ଭାରତରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ହାସଲ କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଦକ୍ଷ ଓ ପ୍ରଭାବଶାଳୀ :- ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସହିତ ମିଶି ଆଲୋଚନା କରିବା ଦ୍ବାରା ସରକାରଙ୍କ ପ୍ରତି ଲୋକଙ୍କ ଭରସା ସୃଷ୍ଟି ହୁଏ । ଲୋକଙ୍କ ସରକାର ଭାବେ ମୋ ସରକାର କାମ କରିବା ମଧ୍ୟ ଆରମ୍ଭ କରିଦେଇଛି । ଲୋକ ଓ ସରକାରଙ୍କ ମଧ୍ୟରେ କୌଣସି ପ୍ରାଚୀର ରହିବା ଉଚିତ ନୁହେଁ । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଭରସା ସୃଷ୍ଟି ହୋଇଛି । ସେ ଭରସା ଅତୁଟ ରହିବା ଦରକାର । ଲୋକମାନେ ଯେଉଁ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି, ତାହାର ସମାଧାନ ହେବା ଅତି ଜରୁରୀ । ଏଥିପାଇଁ ଟେକ୍ନୋଲୋଜି ସହିତ ଉପଯୁକ୍ତ ତଦାରଖ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ୍ଷ ଭାବେ ଦୁଃଖ ଜଣାଇ ଖୁସି ଲୋକେ - CM Mohan Majhi Public Grievance

ବିଭାଗର କାର୍ଯ୍ୟକ୍ରମ ଓଡିଆ ଭାଷାରେ :- ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଓଡିଆ ଭାଷାରେ ହେବ । ସେଥିପାଇଁ ପଦକ୍ଷେପ ନିଅନ୍ତୁ । କେନ୍ଦ୍ର ସରକାରଙ୍କ ଏକାଧିକ ଲୋକପ୍ରିୟ ଯୋଜନା ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଅ । ଏହି ସବୁ ଯୋଜନାକୁ ତ୍ରୁଟିଶୂନ୍ୟ ଓ ପ୍ରଭାବୀ ଢଙ୍ଗରେ ଆଗେଇ ନେବା ପାଇଁ ସମର୍ପିତ ଓ ସକ୍ରିୟ ହୋଇ କାମ କର । ବିକଶିତ ଓଡିଶା ନିର୍ମାଣ ପାଇଁ କାମ କରିବାର ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି । କିନ୍ତୁ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବର ସୀମା ଭିତରେ କାମ କରିବାକୁ ହେବ । ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟ ପରିମାଣ ଉପରେ ବିଚାର ବିମର୍ଶ କରନ୍ତୁ । ସେ ସବୁ ପ୍ରସଙ୍ଗରେ ଆଜିର ଦିନରେ କଣ ସ୍ଥିତି ଅଛି, ତା ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ମୋହନ ସରକାରର ରାଜନୈତିକ ଇଚ୍ଛା ଶକ୍ତି ଦୃଢ :- ସେ ଆଉମଧ୍ୟ କହିଛନ୍ତି ଯେ, ମୋହନ ସରକାରର ରାଜନୈତିକ ଇଚ୍ଛା ଶକ୍ତି ଦୃଢ ଅଛି । ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ ସରକାରଙ୍କ କେନ୍ଦ୍ରବିନ୍ଦୁ । ନିର୍ଣ୍ଣୟ ପ୍ରକ୍ରିୟାରେ ସମସ୍ତଙ୍କ ଭାଗିଦାରୀ ଆମର ପ୍ରାଥମିକତା । ସବୁ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ତଳସ୍ତରର କର୍ମଚାରୀ ମଧ୍ୟ ସରକାରଙ୍କ ସଫଳତା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଆମ ଦଳର ମତାମତ ସହିତ ବିରୋଧୀ ଦଳର ମତାମତକୁ ମଧ୍ୟ ଆମକୁ ଗୁରୁତ୍ବର ସହ ନେବାକୁ ପଡିବ । ତୃଣମୂଳସ୍ତରରେ ଜନପ୍ରତିନିଧି ମାନଙ୍କ ମତାମତ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ସମସ୍ତେ ଏକ ଟିମ ହୋଇ ଓଡିଶାର ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିବାକୁ ପଡିବ ।

ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହେବ ସଫଳ :- ଓଡ଼ିଶା ଦେଶର ପ୍ରମୁଖ ବିକାଶଶୀଳ ରାଜ୍ୟ ଭାବେ ମୁଣ୍ଡ ଟେକିଛି । ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ଲାଗି କାର୍ଯ୍ୟ କରିବାକୁ ପଡିବ । ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ନ୍ୟାୟ, ଆର୍ଥିକ ପ୍ରଗତି, ଜନଜାତି କଲ୍ୟାଣ, ଦୁର୍ନୀତି ବିରୋଧୀ ପରିବେଶ ଓ ଉତ୍ତରଦାୟୀ ପ୍ରଶାସନ ଯୋଗାଇ ଦେବା ଆମେ ପ୍ରତିଶ୍ରୁତିବଦ୍ଧ । ପ୍ରଶାସନିକ ସଂସ୍କାର ଓ ବିଶ୍ବସନୀୟ ସେବା ପ୍ରଦାନରେ ନିଷ୍ଠା ଓ କାର୍ଯ୍ୟଦକ୍ଷତା ସଫଳତାର ଶୀର୍ଷରେ ପହଞ୍ଚାଇବ । ସମସ୍ତଙ୍କ ସହଯୋଗରେ ଏକ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ହେବ ବୋଲି ଆଶା ଓ ବିଶ୍ବାସ ଥିବା କହିଛନ୍ତି ମୋହନ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ସଚିବ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସରକାରଙ୍କ ଆଭିମୁଖ୍ୟକୁ ନେଇ ସେମାନେ କିପରି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି, ସେ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.