ETV Bharat / state

ଗୃହରେ ASO ଝଡ: ସର୍ବଦଳୀୟ ବୈଠକରେ ବାହାରିଲାନି ନିଷ୍କର୍ସ - ODISHA ASSEMBLY BUDGET SESSION

author img

By ETV Bharat Odisha Team

Published : Jul 24, 2024, 9:52 AM IST

Updated : Jul 24, 2024, 3:56 PM IST

Ruckus in Odisha Assembly likely to continue on day 3: ସପ୍ତଦଶ ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ସୁରୁଖୁରରେ ଗୃହ ଚାଲିବାକୁ ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ ବାଚସ୍ପତି । ଆଜି ଆସିବ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଉପବାଚସ୍ପତି ଭାବେ ନିର୍ବାଚିତ ହେବେ ଭବାନୀ ଶଙ୍କର ଭୋଇ । ଅଧିକ ପଢନ୍ତୁ

Odisha Assembly Budget Session
Odisha Assembly Budget Session (ETV Bharat Odisha)

ଭୁବନେଶ୍ୱର: ସପ୍ତଦଶ ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ୨ ଦିନ ହେଲା ଗୃହ ଭିତରେ ସରଗରମ ସ୍ଥିତି ଓ ବାହାରେ ମଧ୍ୟ ସରକାରୀ ଦଳ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ଜୋରଦାର ହଙ୍ଗାମା କରିଥିବା ବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗରେ ଗୃହ ସରଗରମ ହୋଇଛି । କେନ୍ଦ୍ରୀୟ ବଜେଟକୁ ନେଇ ମଧ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧି ବିଜେଡି ଓ କଂଗ୍ରେସ ଦଳର ନେତାମାନେ । ସେପଟେ 4ଟା ଯାଏଁ ଗୃହ ମୁଲତବୀ ରହିଛି ।

ODISHA ASSEMBLY BUDGET SESSION (ETV Bharat Odisha)

ତେବେ ସର୍ବଦଳୀୟ ବୈଠକରୁ ବାହାରିପାରିଲାନି ନିଷ୍କର୍ସ । ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ । ଗୃହ ସୁପରିଚାଳନା ପାଇଁ ବୈଠକ ଡାକିଥିଲେ ବାଚସ୍ପତି । ତିନି ଦିନ ହେବ ସୁରୁଖୁରୁରେ ଚାଲିପାରୁନି ଗୃହକାର୍ଯ୍ୟ ।

ଗୃହ ଆରମ୍ଭରୁ ପ୍ରତିବାଦ।ତୃତୀୟ ଦିନ ହେବ ଗୃହ ସ୍ୱାଭାବିକ ହୋଇପାରିନି । ଆଜି ଗୃହ କାର୍ଯ୍ୟ ଚାଲି ପାରିଲା ନାହିଁ । କୃଷି ମତ୍ସ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା । ବିଜେଡି ସଦସ୍ୟ ମାନେ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାକୁ ନେଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କଲେ ଏବଂ କକ୍ଷତ୍ୟାଗ କଲେ । ସେପଟେ କଂଗ୍ରେସର ତମାମ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଯାଇ ହୋହଲ୍ଲା କଲେ । କେନ୍ଦ୍ରୀୟ ବଜେଟକୁ ବଡ଼ ପ୍ରସଙ୍ଗ କରି ହୋହଲ୍ଲା କରିଥିଲେ । କେନ୍ଦ୍ର ସରକାର ବଜେଟରେ ଓଡ଼ିଶାକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର ।

ପାଖାପାଖି 4ମିନିଟ ଚାଲିଥିଲା ଗୃହ । କୃଷି ମନ୍ତ୍ରୀ ଚିନାବାଦାମ ବିଷୟରେ ପ୍ରଶ୍ନର ଉତ୍ତର ରଖୁଥିଲେ । ହେଲେ ବିରୋଧୀ ହୋହଲ୍ଲା ହେବାରୁ ବାଚସ୍ପତି ବିରୋଧୀଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିଥିଲେ । ହେଲେ ବିରୋଧୀ ନଶୁଣିବାରୁ ବାଚସ୍ପତି 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପ୍ରଥମ ଦୁଇ ଦିନ ଉଭୟ ବିଜେଡି ଏବଂ କଂଗ୍ରେସ ASOଙ୍କୁ ନ୍ୟାୟ ଦେବା ଦାବିରେ ପ୍ରତିବାଦ କରୁଥିଲେ ହେଲେ ଆଜି ବିରୋଧୀ କଂଗ୍ରେସ ଭିନ୍ନ ଦାବି ଉପସ୍ଥାପନ କରିଛି । କଂଗ୍ରେସ କେନ୍ଦ୍ରୀୟ ବଜେଟରେ ଓଡିଶା ପ୍ରତି ଅବହେଳାକୁ ପ୍ରସଙ୍ଗ କରିଛନ୍ତି । ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା କଥା ହେଲେ ଗୃହ ସ୍ୱାଭାବିକ ହୋଇପାରିଲା ନାହିଁ ,ବିରୋଧୀଙ୍କ କଡା ଆଭିମୁଖ୍ୟ ପରେ ଗୃହ ବାରମ୍ବାର ଅଚଳ । ସେପଟେ ଆସନ୍ତାକାଲି ଆସିବ 2023-24 ଆର୍ଥିକବର୍ଷର ବଜେଟ । କିନ୍ତୁ ଗୃହ ସ୍ୱାଭାବିକ ହୋଇପାରୁ ନଥିବାରୁ ଆଲୋଚନାରେ ବାଧା ଉପୁଜିଛି।

ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଙ୍ଗାମା ଓ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ଏଏସଓଙ୍କୁ ମାଡ ମରାଯିବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ନେତାମାନେ ଗୃହର ମଧ୍ୟଭାଗକୁ ମାଡିଯାଇ ଜୋରଦାର ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମକୁ ଚଢି ମାଇକ ଭାଙ୍ଗି ଦେଇଥିଲେ । ବିରୋଧୀଙ୍କୁ ମଧ୍ୟ ଶାସକ ଦଳର ବିଧାୟକମାନେ ପାଲଟା ଆକ୍ରମଣ କରିଥିଲେ । ପ୍ରବଳ ହଙ୍ଗାମା ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ କିଛି ବି ଆଲୋଚନା ହୋଇପାରିନଥିଲା । ହଙ୍ଗାମା ମଧ୍ୟରେ ପ୍ରଥମାର୍ଦ୍ଧରେ ମାତ୍ର ୭ ମିନିଟ ଓ ଅପରାହ୍ନରେ ମାତ୍ର ୨୮ ମିନିଟ ପର୍ଯ୍ୟନ୍ତ ଗୃହ ଚାଲିଥିଲା ।

ଏହା ମଧ୍ୟ ପଢନ୍ତୁ.. 'ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ'; ବଜେଟକୁ ନେଇ ତାତିଲେ କଂଗ୍ରେସ-ବିଜେଡି - BIASED ATTITUDE TOWARDS ODISHA

ଏଏସଓଙ୍କୁ ମାଡ ମରାଯିବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ବିରୋଧୀ ଦଳ । ପ୍ରଥମ ଦିନରେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଏହି ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଥିଲେ ବିରୋଧୀ ଦଳ ନେତା ।

ଆଜି ଆସିବ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ: ଆଜି ଆସିବ ୨୦୨୩-୨୪ ଆର୍ଥିକବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ, ଶକ୍ତି, ଖାଦ୍ୟ ଯୋଗାଣ,ଏମଏସଏମଇ, ବିଜ୍ଞାନ ଓ କାରିଗରି, ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ରହିଛି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ଆଲୋଚନା ହେବ ।

ଉପବାଚସ୍ପତି ନିର୍ବାଚନ: ଅନ୍ୟପଟେ ଆଜି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏକମାତ୍ର ପ୍ରାର୍ଥୀ ଭାବେ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଭରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଉପବାଚସ୍ପତି ଭାବେ ତାଙ୍କ ନାଁ ଘୋଷଣା ହେବ । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଜଣାଶୁଣା ଆଦିବାସୀ ଚେହେରା । 2019ରେ ଭବାନୀ ଶଙ୍କର ଭୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 2024ରେ ଭବାନୀ ଶଙ୍କର ଭୋଇ ବିଜେଡି ପ୍ରାର୍ଥୀଙ୍କଠାରୁ 17 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ସର୍ବଦଳୀୟ ବୈଠକ: ଅଧିବେଶନ ଆରମ୍ଭରୁ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ତୃତୀୟ ଦିନରେ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡକାଇପାରନ୍ତି ବାଚସ୍ପତି ସୁରମା ପାଢୀ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଆକ୍ରମଣାତ୍ମକ ଭୂମିକାରେ ଥିବା ବେଳେ ଗୃହରେ ଶାନ୍ତିରେ ଆଲୋଚନା କରିବା ପାଇଁ ଉଭୟ ସରକାରୀ ଓ ବିରୋଧୀ ବିଧାୟକମାନଙ୍କୁ ଅନୁରୋଧ କରିପାରନ୍ତି ସୁରମା ପାଢୀ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 24, 2024, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.