ETV Bharat / state

ପ୍ରଥମ ଦିନରେ ସୁରୁଖୁରୁରେ ସରିଲା ମାଟ୍ରିକ ପରୀକ୍ଷା

BSE Matric Exam 2024: ପ୍ରଥମ ଦିନରେ ସୁରୁଖୁରୁରେ ସରିଲା ମାଟ୍ରିକ ପରୀକ୍ଷା । ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ୨ ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଅଧିକ ପଢନ୍ତୁ

BSE Matric Exam 2024
BSE Matric Exam 2024
author img

By ETV Bharat Odisha Team

Published : Feb 20, 2024, 1:13 PM IST

Updated : Feb 20, 2024, 3:04 PM IST

BSE Matric Exam 2024

ଢେଙ୍କାନାଳ/ ମାଲକାନଗିରି: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ୨ ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ରହିଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି ।

ଢେଙ୍କାନାଳ ଜିଲ୍ଲାରେ ୯୭ଟି ସେଣ୍ଟରରେ ୧୬ହଜାର ୭୮୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬ହଜାର ୬୬୮ଜଣ ରେଗୁଲାର ପିଲା ରହିଥିବାବେଳେ ୩୪ଜଣ ଏକ୍ସରେଗୁଲାର ପିଲା ରହିଛନ୍ତି । ଏହା ବ୍ୟତୀତ ୧୧ଜଣ ମଧ୍ୟମା ଛାତ୍ରଛାତ୍ରୀ ରହିଛନ୍ତି । ପ୍ରଶ୍ନପତ୍ର ଏବଂ ପରୀକ୍ଷା ସମ୍ପର୍କିତ ସମସ୍ତ କାଗଜ ରଖିବା ପାଇଁ ଜିଲ୍ଲାରେ ୧୦ଟି ନୋଡାଲ ସେଣ୍ଟର କରାଯାଇଥିଲା । ତେବେ ଜିଲ୍ଲାରେ ମୋଟ ୫୦ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ବା ଉତ୍ତେଜନା ପ୍ରବଣ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ଏହି ଉତ୍ତେଜନା ପ୍ରବଣ ସେଣ୍ଟର ଗୁଡିକରେ ସ୍ୱତନ୍ତ୍ର ଭାବେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ରହିଛି। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ପିଲା ମାନଙ୍କୁ କଡାକଡି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଚାଲିଛି ମାଟ୍ରିକ ପରୀକ୍ଷା; ଦେଖନ୍ତୁ କେମିତି ରହିଛି ସ୍ଥିତି, କ'ଣ କହୁଛନ୍ତି ପିଲା

ଏହା ମଧ୍ୟ ପଢନ୍ତୁ- ମାଟ୍ରିକ ପରୀକ୍ଷା ଆରମ୍ଭ; ମୋଟ ପରୀକ୍ଷାର୍ଥୀ 5 ଲକ୍ଷ 60 ହଜାର, ଶୃଙ୍ଖଳିତ ପରିଚାଳନା ପାଇଁ AI ବ୍ୟବସ୍ଥା

ସେହିପରି ମାଲକାନଗିରି ଜିଲ୍ଲାରେ ମଧ୍ୟ ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି । ପ୍ରବଳ ଉତ୍ସାହର ସହିତ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷାରୁ ଆରମ୍ଭ ହୋଇଥିବା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ପରୀକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାର ମୋଟ ୮୭୫୬ ପିଲା ରେଗୁଲାର ରହିଥିବା ବେଳେ ଏକ୍ସ ରେଗୁଲାର ୨୯୬ ଛାତ୍ରଛାତ୍ରୀ ରହିଛନ୍ତି। କପି ରୋକିବାକୁ ସ୍କ୍ବାର୍ଡ ସାଙ୍ଗକୁ ପ୍ରତି ପରୀକ୍ଷା ହଲରେ ସିସିଟିଭି ଲଗାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷାହଲରେ ପହଞ୍ଚିଥିଲେ। ସକାଳ ୯ଟାରୁ ଆଜି ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇ ୧୧ଟା ୩୦ ମିନିଟରେ ସରିଥିଲା ।

ଇଟିଭି ଭାରତ, ଢେଙ୍କାନାଳ/ ମାଲକାନଗିରି

Last Updated : Feb 20, 2024, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.