ETV Bharat / state

ଓଡ଼ିଶା ବିଧାନସଭା ନିର୍ବାଚନ 2024; ଦ୍ବିତୀୟ ପର୍ଯ୍ୟାୟରେ 35 ଆସନରେ ଭୋଟିଂ - Odisha Second phase voting - ODISHA SECOND PHASE VOTING

Odisha Second phase voting: ମେ 20 ତଥା ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । 35 ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ । ମତଦାନ ସାବ୍ୟସ୍ତ କରି ମୋଟ 265 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିଲାଗି ଗତକାଲିଠୁ ପ୍ରଚାର ମୈଦାନ ସ୍ତବ୍ଦ ଥିବା ବେଳେ ଆସନ୍ତାକାଲି ପରୀକ୍ଷାର ଘଡ଼ି । ଅଧିକ ପଢନ୍ତୁ

Odisha Second phase voting
Odisha Second phase voting (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 9:10 PM IST

Updated : May 19, 2024, 9:16 PM IST

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । 5 ସଂସଦୀୟ କ୍ଷେତ୍ରର 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ । ମୈଦାନରେ ଅଛନ୍ତି 265 ପ୍ରାର୍ଥୀ । ସେଥିମଧ୍ୟରୁ 224 ପୁରୁଷ ପ୍ରାର୍ଥୀ ଥିବା ବେଳେ 41ଜଣ ମହିଳା ପ୍ରାର୍ଥୀ ଅଛନ୍ତି । କାଲି ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିଂ ଅଫିସରମାନେ ନିଜ ଠିକଣା ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ମୈଦାନରେ ଅନେକ ହେଭିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜର ପାରମ୍ପରିକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନରୁ ନିର୍ବାଚନ ଲଢୁଛନ୍ତି ।

Odisha Second phase voting
Odisha Second phase voting (ETV Bharat Graphics)

35ଟି ଆସନରେ ମତଦାନ:- ମେ 20 ତାରିଖ ଆସନ୍ତାକାଲି ରାଜ୍ୟର 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ପଡିବ । ଯାହାକି 5 ସଂସଦୀୟ କ୍ଷେତ୍ର ଆସିକା, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛନ୍ତି । ତେବେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାର 5 ବିଧାନସଭା ଆସନରେ ମତଦାନ ହେବାକୁ ଥିବା ବେଳେ ବଲାଙ୍ଗରୀର 5ଟି, ବୌଦ୍ଧର 2ଟି, ଗଞ୍ଜାମର 8ଟି, ଝାରସୁଗୁଡ଼ାର 2ଟି, କନ୍ଧମାଳର 3ଟି, ନୟାଗଡ଼ର ଗୋଟିଏ, ସୁବର୍ଣ୍ଣପୁରର 2ଟି ଓ ସୁନ୍ଦରଗଡ଼ର 7ଟି ନିର୍ବାଚନ ମଣ୍ଡଳୀରେ ଭୋଟ ପଡ଼ିବ ।

ମୈଦାନରେ ମୋଟ 265 ବିଧାୟକ ପ୍ରାର୍ଥୀ:- ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ 265 ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ 224 ଜଣ ପୁରୁଷ ଥିବା ବେଳେ 42ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ବରଗଡ଼ର ମୋଟ 5 ନିର୍ବାଚନ ମଣ୍ଡଳୀରୁ 32 ଜଣ ପ୍ରାର୍ଥୀ ଥିବା ବେଳେ ବଲାଙ୍ଗୀର(5)ରୁ 38 ଜଣ ପ୍ରାର୍ଥୀ, ବୌଦ୍ଧ(2)ରୁ 12 ଜଣ, ଗଞ୍ଜାମ(8)ରୁ 57 ଜଣ ପ୍ରାର୍ଥୀ, ଝାରସୁଗୁଡ଼ା(2)ରୁ 17ଜଣ, କନ୍ଧମାଳ(3)ରୁ 22ଜଣ, ନୟାଗଡ଼(1)ରୁ 8ଜଣ, ସୁବର୍ଣ୍ଣପୁର(2)ରୁ 15ଜଣ ଓ ସୁନ୍ଦରଗଡ଼ର 7 ଆସନରୁ ସର୍ବାଧିକ 64ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

ଟକ୍କର ଦେବେ 41 ମହିଳା ପ୍ରାର୍ଥୀ:- ଦ୍ବିତୀୟ ପର୍ଯ୍ୟାୟରେ ପୁରୁଷ ପ୍ରାର୍ଥୀଙ୍କ ଟକ୍କର ଦେବେ 41 ଜଣ ମହିଳା ପ୍ରାର୍ଥୀ । ବରଗଡ଼ରୁ ମୈଦାନରେ 6ଜଣ ମହିଳା ପ୍ରାର୍ଥୀ ଥିବା ବେଳେ ବଲାଙ୍ଗରରୁ ଜଣେ, ଗଞ୍ଜାମରୁ 9ଜଣ, ଝାରସୁଗୁଡ଼ାରୁ 6ଜଣ, କନ୍ଧମାଳରୁ 4ଜଣ, ନୟାଗଡ଼ରୁ ଜଣେ, ସୁବର୍ଣ୍ଣପୁରରୁ 2ଜଣ, ସୁନ୍ଦରଗଡ଼ରୁ ସର୍ବାଧିକ 12ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେପଟେ ବୌଦ୍ଧରୁ ଜଣେ ବି ମହିଳା ପ୍ରାର୍ଥୀ ନାହାନ୍ତି ।

କୋଟିପତି ପ୍ରାର୍ଥୀ:- ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଅନେକ କୋଟିପତି ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ଅଛନ୍ତି ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ କୁମାର ରାୟ । ତାଙ୍କର ମୋଟ ସମ୍ପତ୍ତି 313 କୋଟି । ସେହିପରି ଦ୍ବିତୀୟରେ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ ତଥା ରାଜପରିବାରର ସଦସ୍ୟ କଳିକେଶ ନାରାୟଣ ସିଂହଦେଓ । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି 73 କୋଟି । ଏହାପରେ 71କୋଟି ସମ୍ପତ୍ତି ସହ ହିଞ୍ଜିଳିରୁ ନବୀନ ପଟ୍ଟନାୟକ, 67କୋଟି ସମ୍ପତ୍ତି ସହ ପାଟଣାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ଏବଂ 62କୋଟି ସମ୍ପତ୍ତି ସହ ପାଟଣାଗଡ଼ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ତାଲିକାରେ ଅନ୍ତର୍ଭୁକ୍ତ ।

ଅପରାଧିକ ମାମଲାରେ ଜଡ଼ିତ ପ୍ରାର୍ଥୀ:- ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ ଥିବା ମୋଟ 265 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 87ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସାନଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ସର୍ବାଧିକ 42ଟି ଅପରାଧିକ ମାମଲା ରହିଛି । ସେହିପରି ବଣାଇ ବିଜେଡି ପ୍ରାର୍ଥୀ ଭୀମସେନ ଚୌଧୁରୀ ଓ ସୁନ୍ଦରଗଡ଼ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର ନାଏକଙ୍କ ବିରୋଧରେ 10ଟି ଲେଖାଏଁ ଅପରାଧିକ ମାମଲା ରହିଛି । ସୋରଡ଼ା ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ବିରୋଧରେ 9ଟି ମାମଲା ରହିଥିବା ବେଳେ କଣ୍ଟାବାଞ୍ଜି ସ୍ବାଧୀନ ପ୍ରାର୍ଥୀ ଧନେଶ୍ବର ମାଝୀଙ୍କ ବିରୋଧରେ 6ଟି ଅପରାଧିକ ମାମଲା ରହିଛି । ଏହାବାଦ 70ଜଣ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି ।

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା:- 265 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ 3ଜଣ ଶିକ୍ଷିତ ଥିବା ବେଳେ 13 ଜଣ ପ୍ରାର୍ଥୀ ପଞ୍ଚମ ପାସ୍‌, 18ଜଣ ଅଷ୍ଟମ ପାସ୍‌, 51ଜଣ ଦଶମ ପାସ୍‌, 48ଜଣ ଦ୍ବାଦଶ ପାସ୍‌, 53ଜଣ ସ୍ନାତକ ହାସଲ କରିଛନ୍ତି । ସେହିପରି 34 ଜଣ ବୃତ୍ତିଗତ ସ୍ନାତକ ପ୍ରାର୍ଥୀ ଥିବା ବେଳେ 31 ଜଣଙ୍କ ନିକଟରେ ସ୍ନାତକୋତ୍ତର ଡିଗ୍ରୀ ରହିଛି । 4ଜଣଙ୍କ ନିକଟରେ ପିଏଚଡି ଡିଗ୍ରୀ ଥିବା ବେଳେ 10 ଜଣଙ୍କ ନିକଟରେ ଡିପ୍ଲୋମା ଡିଗ୍ରୀ ରହିଛି ।

ପ୍ରମୁଖ ଆସନ ଓ ହେଭିୱେଟ ପ୍ରାର୍ଥୀ:- 35ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ପ୍ରମୁଖ ଆସନ ଗୁଡ଼ିକ ହେଉଛି ରାଉରକେଲା, ବଲାଙ୍ଗୀର, କଣ୍ଟାବାଞ୍ଜି, ହିଞ୍ଜିଳି, ପାଟଣାଗଡ଼, ଝାରସୁଗୁଡ଼ା, ଭଞ୍ଜନଗର ଓ ସାନଖେମୁଣ୍ଡି । ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁନ୍ଦରଗଡ଼ ରାଉରକେଲା ଆସନରୁ ବିଜେପି ପ୍ରାର୍ଥୀ ଦିଲ୍ଲୀପ କୁମାର ରାୟ, ଝାରସୁଗୁଡ଼ା ଆସନରୁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ, ଗଞ୍ଜାମ ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ବଲାଙ୍ଗୀର ପାଟଣାଗଡ଼ ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, ପାଟଣାଗଡ଼ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର, ଗଞ୍ଜାମ ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ ଓ ରାଉରକେଲାରୁ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ।

ପ୍ରମୁଖ ପ୍ରାର୍ଥୀ
ପ୍ରମୁଖ ପ୍ରାର୍ଥୀ (ETV Bharat Odisha)

ପଢନ୍ତୁ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟ କିଛି ଖବର

ଦ୍ୱିତୀୟ ପର୍ଯ୍ୟାୟ ଫାଇଟ: ହେଭିୱେଟଙ୍କ ମଧ୍ୟରେ ମହାଲଢେଇ, କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ରାତି ପାହିଲେ 5ମ ପର୍ଯ୍ୟାୟ ଭୋଟିଂ: 8 ରାଜ୍ୟରେ 49 ଆସନରେ ବହୁ ହେଭିୱେଟ

ବିଜେଡି ପାଇଁ ଚ୍ୟାଲେଞ୍ଜ ହେଲା ନିମାପଡା: ଇସ୍ତଫାର କିଛି ଘଣ୍ଟାରେ ବିଜେପିରେ ମିଶିଲେ ସମୀର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 19, 2024, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.