ETV Bharat / state

ସରିଲା ୨୪ ମହାଲଢେଇ; ଜନାଦେଶ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର - Odisha 2014 and 2019 Result - ODISHA 2014 AND 2019 RESULT

Odisha Assembly 2019 and 2014 Results: ଦେଶ ତଥା ରାଜ୍ୟରେ ସରିଲା ଅନ୍ତିମ ପରୀକ୍ଷା । ଏବେ ଜୁନ ୪ ଫଳାଫଳ ଉପରେ ସଭିଁଙ୍କ ନଜର । ଓଡ଼ିଶାରେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ଲଢେଇରେ କିଏ ଜିତିବ ଜନତାଙ୍କ ବିଶ୍ବାସ ? ଏଥର ବଦଳିବ କି କଂଗ୍ରେସର ଭାଗ୍ୟ ? ନା ପୁଣିଥରେ ଓଡ଼ିଶାରେ ଶୁଭିବ ବିଜେଡିର ଶଙ୍ଖନାଦ ତା' ତ ଭୋଟ ଗଣତି ପରେ ଜଣାପଡିବ । ଆଜି ନିର୍ବାଚନ ସରିବା ପରେ ଏବେ ପ୍ରତ୍ୟେକ ଦଳରେ ଅଙ୍କକଷା ଆରମ୍ଭ ହୋଇଯାଇଛି । ତେବେ ପୂର୍ବ ନିର୍ବାଚନ ଗୁଡିକ କେମିତି ଥିଲା କେଉଁ ଦଳର ସ୍ଥିତି, ନଜର ପକାନ୍ତୁ ।

ସରିଲା ୨୪ ମହାଲଢେଇ; ରେଜଲ୍ଟ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର
ସରିଲା ୨୪ ମହାଲଢେଇ; ରେଜଲ୍ଟ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 7:27 PM IST

Updated : Jun 2, 2024, 12:24 PM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୨୪ ମହାସଂଗ୍ରାମ ଶେଷ ହୋଇଛି । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ସହ ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏବେ କେବଳ ଫଳାଫଳକୁ ଅପେକ୍ଷା । କାହା ସପକ୍ଷରେ ଯିବ ଜନାଦେଶ ? ରାଜ୍ୟରେ ପୁଣି ଥରେ ଶୁଭିବ ବିଜେଡିର ଶଙ୍ଖନାଦ ନା ଡବଲ ଇଞ୍ଜିନ ଆସିବ ? ୨୪ ବର୍ଷର ସରକାର ଉପରେ ଆଉ ଭାରି ପଡିଯିବ କି ୨୪ ଫଳ ? ନା ନିର୍ଣ୍ଣାୟକ ହେବ କଂଗ୍ରେସ ? ତାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଜୁନ ୪ର ରେଜଲ୍ଟ ନେଇ ରାଜନୀତି ସମୀକ୍ଷକଙ୍କ ଆକଳନ ସହ ରାଜନୈତିକ ଦଳ ଗୁଡିକ ମଧ୍ୟ ଅଙ୍କକଷାରେ ଲାଗି ପଡିଛନ୍ତି । ତେବେ ଗତ ୨୪ ବର୍ଷର ବିଜେଡି ସରକାରକୁ କେହି ସାମାନ୍ୟ ଦୋହଲାଇ ପାରିନଥିବାବେଳେ ୨୪ର ଚିତ୍ର ରୋଚକ ହେବ ବୋଲି ଆଶା କରାଯାଉଛି ।

ଚଳିତ ଥର ଓଡ଼ିଶାରେ ଦେଖିବାକୁ ମିଳିଛି ବଡ଼ ଲଢେଇ । କଟୁ ବୟାନବାଜି, ଆରୋପ ପ୍ରତ୍ୟାରୋପ, ବ୍ୟକ୍ତିଗତ କୁତ୍ସାରଟନା, ବିଜେଡି ପ୍ରତି ଶୀର୍ଷ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଆକ୍ରମଣ ଓଡ଼ିଶାର ଚଳିତ ନିର୍ବାଚନୀ ଫଳାଫଳକୁ ରାଜ୍ୟଠୁ ଜାତୀୟ ସ୍ତରରେ ଚର୍ଚ୍ଚାରେ ରଖିଛି । ଏହି ୨୪ ଲଢେଇ ପୂର୍ବ ନିର୍ବାଚନ ଗୁଡିକରେ ସହଜ ବିଜୟର ସ୍ବାଦ ଚାଖି ଆସୁଥିବା ବିଜେଡିର ଅକଲଗୁଡମ କରିଥିବା ଦେଖାଯାଇଛି । କାରଣ ଏଥର ରାଜ୍ୟରେ ବିଜେଡିକୁ କଡା ଫାଇଟ୍ ଦେଇଛି ବିଜେପି ।

ଯଦି ପୂର୍ବ ନିର୍ବାଚନ ଗୁଡିକ କଥା କହିବା, ବିଜେଡି ଅତି ସହଜ ବିଜୟ ସହ ଓଡ଼ିଶାରେ ସରକାର ଗଠନ କରିଥିଲା । ୧୪୭ ଆସନରୁ ବିଜେପି କେବେ ୨୫ ଛୁଇଁ ପାରିନଥିଲା ।

ସରିଲା ୨୪ ମହାଲଢେଇ; ରେଜଲ୍ଟ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର
ସରିଲା ୨୪ ମହାଲଢେଇ; ରେଜଲ୍ଟ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର (ETV Bharat Odisha)
ସରିଲା ୨୪ ମହାଲଢେଇ; ରେଜଲ୍ଟ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର
ସରିଲା ୨୪ ମହାଲଢେଇ; ରେଜଲ୍ଟ ଅପେକ୍ଷାରେ ୩ ଦଳ, ୨୦୧୯-୨୦୧୪ରେ ଓଡ଼ିଶାରେ ଏମିତି ଥିଲା ଚିତ୍ର (ETV Bharat Odisha)
2019 Odisha Assembly Result
2019 Odisha Assembly Result (ETV Bharat Odisha)

୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ: ୨୦୧୯ ନିର୍ବାଚନରେ ବିଜେଡି ନିରଙ୍କୁଶ ଶାସନ କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇଥିଲା । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ୧୪୭ ଆସନରୁ ଦଳ ୧୧୨ ବିଧାନସଭା ଆସନ ଜିତିଥିଲା । ବିଜେପି ୨୩ ଆସନ ଦଖଲ କରିପାରିଥିବା ବେଳେ ମାତ୍ର ୯ଟି ଆସନରେ ଆସନରେ ସୀମିତ ରହିଥିଲା ସର୍ବ ପୁରାତନ ଜାତୀୟ ଦଳ କଂଗ୍ରେସ । ସେହିପରି ୨୧ ଲୋକସଭା ଆସନରୁ ବିଜେଡି ୧୨, ବିଜେପି ୮ ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

୨୦୧୪ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ: ୨୦୧୪ରେ ମଧ୍ୟ ବିଜେଡି ୧୧୭ ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ରାଜ୍ୟରେ ସରକାର ଗଠନ କରିଥିଲା । କଂଗ୍ରେସ ୧୬ ଏବଂ ବିଜେପି ୧୦ଟି ଆସନ ଜିତିଥିଲା । ସ୍ବାଧୀନ, ସମତାକ୍ରାନ୍ତି ଏବଂ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲେ । ସେଥର ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେଡି ଏକା ୨୦ଟି ଆସନ କବ୍‌ଜା କରିଥିବାବେଳେ ବିଜେପି ଗୋଟିଏ ଜିତିଥିଲା ।

2014 Odisha Assembly Result
2014 Odisha Assembly Result (ETV Bharat Odisha)

୨୦୦୯ ଓଡ଼ିଶା ବିଧାନସଭା ନିର୍ବାଚନ: ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ୧୦୩, କଂଗ୍ରେସ ୨୭ ଏବଂ ବିଜେପି ମାତ୍ର ୬ଟି ଆସନ ପାଇଥିଲା । ତୃତୀୟ ଥର ଓଡ଼ିଶାର ଶାସନ ଡୋର ଧରିଥିଲେ ନବୀନ ପଟ୍ଟନାୟକ । ସ୍ବାଧୀନ ୬, ନ୍ୟାସନାଲ କଂଗ୍ରେସ ପାର୍ଟି ୪ ଏବଂ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଆସନରେ ଜିତିଥିଲା । ସେହିବର୍ଷ ଲୋକସଭା କ୍ଷେତ୍ରରେ ବିଜେଡି ୨୧ରୁ ୧୪ ଆସନ ଜିତିବା ସହ କଂଗ୍ରେସ ୬ ଏବଂ ସିପିଆଇକୁ ଗୋଟିଏ ଆସନ ମିଳିଥିଲା ।

୧୯ରେ କାହାକୁ ମିଳିଥିଲା କେତେ ଆସନ:

ବିଜେଡିର ଉପକୂଳ ଗଡ଼ (ପୁରୀ, କଟକ, ଭୁବନେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ଢେଙ୍କାନାଳ):

୨୦୧୯ରେ ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ବିଧାନସଭା ଆସନରୁ ବିଜେଡି ୫ଟି ଏବଂ ବିଜେପି ୨ଟି ଆସନ ଜିତିଥିଲା । କଟକରେ ବିଜେଡି ୬ଟି ଆସନ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ଭୁବନେଶ୍ବରରେ ବିଜେଡି ୬ଟି ଆସନ କବ୍‌ଜା କରିଥିଲା । ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଥିଲା । ଭଦ୍ରକରେ ମଧ୍ୟ ବିଜେଡି ୬ ଆସନ ଜିତିଥିବା ବେଳେ ବିଜେପି ଗୋଟିଏ ଆସନ ପାଇଥିଲା । ଢେଙ୍କାନାଳ, କେନ୍ଦ୍ରାପଡା ଏବଂ ଯାଜପୁରରେ ବିଜେଡି ୭ଟି ଯାକ ଆସନ ଜିତି କ୍ଲିନ ସ୍ବିପ୍ କରିଥିଲା ।

ପଶ୍ଚିମ ଓଡ଼ିଶା (ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ):

ପଶ୍ଚିମ ଓଡ଼ିଶାର ୪ ଲୋକସଭା ଅନ୍ତର୍ଗତ ୨୮ ବିଧାନସଭା ଆସନ ମଧ୍ୟରୁ ସମ୍ବଲପୁରରେ ବିଜେଡି ୪ଟି ଏବଂ ବିଜେପି ୩ଟି ଆସନ ଜିତିଥିଲା । ବଲାଙ୍ଗୀରରେ ବିଜେଡି ୪ଟି, କଂଗ୍ରେସ ୨ଟି ଏବଂ ବିଜେପି ଗୋଟିଏ ଆସନ ପାଇଥିଲା । ବରଗଡ଼ରେ ବିଜେଡି କ୍ଲିନ ସ୍ବିପ୍ କରିଥିଲା । ସୁନ୍ଦରଗଡରେ ବିଜେଡି କେବଳ ୨ଟି ଆସନ ଜିତିଥିବାବେଳେ ବିଜେପି ୩ଟି, କଂଗ୍ରେସ ଗୋଟିଏ ଏବଂ ସିପିଆଇ (ଏମ) ଗୋଟିଏ ଆସନ ଜିତିପାରିଥିଲା ।

ଉତ୍ତର ଓଡ଼ିଶା (ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର):

୨୦୧୯ରେ କେନ୍ଦୁଝରରେ ବିଜେଡି ୬ଟି ଏବଂ ବିଜେପି ଗୋଟିଏ ଆସନ ପାଇଥିଲା । ବାଲେଶ୍ବରରେ ବିଜେଡି ୪ଟି, ବିଜେପି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିଥିଲା । ମୟୂରଭଞ୍ଜରେ ବିଜେଡି ୨ଟି ଏବଂ ବିଜେପି ୫ଟି ଆସନ ଜିତିଥିଲା ।

ଦକ୍ଷିଣ ଓଡ଼ିଶା (କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଆସିକା, ବ୍ରହ୍ମପୁର):

କୋରାପୁଟରେ ବିଜେଡି ୫ଟି ଆସନ ଜିତିଥିଲା । କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନ ପାଇଥିଲେ । ଏଠି ବିଜେପି ଖାତା ଖୋଲି ପାରିନଥିଲା । କନ୍ଧମାଳରେ ବିଜେଡି କ୍ଲିନ ସ୍ବିପ୍ କରିଥିଲା । କଳାହାଣ୍ଡିରେ ବିଜେଡି ୫ଟି ଆସନ ପାଇଥିଲା । ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଜିତିଥିଲେ । ନବରଙ୍ଗପୁରରେ ବିଜେଡି ୫ ଏବଂ ବିଜେପିକୁ ୨ଟି ଆସନ ମିଳିଥିଲା । ଆସିକାରେ ବିଜେଡି ୬ଟି ଏବଂ କଂଗ୍ରେସ ଗୋଟିଏ ଆସନ ପାଇଥିଲା । ବ୍ରହ୍ମପୁରରେ ବିଜେଡି ୫ ଏବଂ କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜନାଦେଶ 2024: କେମିତି ଥିଲା 2014-2019 ନିର୍ବାଚନ ଫଳାଫଳ, କାହା ଭାଗରେ କେତେ ପଡିଥିଲା ଆସନ ?

Last Updated : Jun 2, 2024, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.