ETV Bharat / state

ଫିକା ପଡିବ ରାଜଧାନୀ ପ୍ରତିଷ୍ଠା ଦିବସ, ଆଦର୍ଶ ଆଚରଣ ବିଧି ପାଇଁ କାଣ୍ଟଛାଣ୍ଟରେ ପାଳନ ହେବ - Foundation Day of Bhubaneswar

author img

By ETV Bharat Odisha Team

Published : Apr 6, 2024, 10:28 PM IST

Foundation Day of Bhubaneswar: ଏପ୍ରିଲ ୧୩ ତାରିଖରେ ପାଳନ ହେବ ଭୁବନେଶ୍ବର ରାଜଧାନୀ ପ୍ରତିଷ୍ଠା ଦିବସ । ଆଦର୍ଶ ଆଚରଣ ବିଧି ପାଇଁ କାଣ୍ଟଛାଣ୍ଟରେ ପାଳନ ହେବାକୁ ନିଷ୍ପତ୍ତି । ଅଧିକ ପଢନ୍ତୁ

Foundation Day of Bhubaneswar
Foundation Day of Bhubaneswar

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ୧୩ ତାରିଖରେ ପାଳନ ହେବ ଭୁବନେଶ୍ବର ରାଜଧାନୀ ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି । ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି । କିନ୍ତୁ ଆଦର୍ଶ ଆଚରଣ ବିଧି ଯୋଗୁଁ ଚଳିତ ବର୍ଷ ଫିକା ପଡିବ ପ୍ରତିଷ୍ଠା ଦିବସ ପାଳନ । କାଣ୍ଟଛାଣ୍ଟରେ ଏଥର ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ ।

ବୈଠକର ପ୍ରାରମ୍ଭରେ ଭୁବନେଶ୍ବର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଛନ୍ତି । ୧୩ ଏପ୍ରିଲ ୧୯୪୮ ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏ ବର୍ଷ ୭୬ତମ ବର୍ଷରେ ପଦାର୍ପଣ କରୁଛି । ଚଳିତ ବର୍ଷ ସାଧାରଣ ନିର୍ବାଚନ - ୨୦୨୪ ଦୃଷ୍ଟିରୁ ଆଦର୍ଶ ଆଚରଣ ବିଧି ବଳବତ୍ତର ରହହିଛି । ଏହାକୁ ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମକୁ ଯଥା ସମ୍ଭବ ସୀମିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ ଭୁବନେଶ୍ୱରର ଜନ୍ମୋତ୍ସବ ଭାବେ ମର୍ଯ୍ୟାଦା ସହକାରେ ପାଳନ କରାଯିବାକୁ ବୈଠକରେ ଆଲୋଚନା ହୋଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ଶାନ୍ତି, ଶୃଙ୍ଖଳାର ସହ ପାଳନ କରିବାକୁ ଉନ୍ନୟନ କମିଶନର ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ପୂର୍ବରୁ ସାଧାରଣତଃ ୩ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଥିଲା । ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ଏ ବର୍ଷ ଗୋଟିଏ ଦିନ ପାଳନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ସକାଳେ ବିଧାନସଭା ସୌଧ ସମ୍ମୁଖସ୍ଥ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ । ଉତ୍ସବର ମୁଖ୍ୟ ଅତିଥି ରାଜଧାନୀ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିବେ । ସଂପ୍ରତି ପ୍ରଚଣ୍ତ ରୌଦ୍ରତାପ ଜାରି ରହିଥିବାରୁ ପ୍ରତିବର୍ଷ ରାଜଧାନୀ ଫଳକ ସମ୍ମୁଖ ରାସ୍ତାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଆସୁଥିବା ବେସାମରିକ ପ୍ୟାରେଡ ପ୍ରଦର୍ଶନ ଚଳିତ ବର୍ଷ ଅନୁଷ୍ଠିତ ହେବନାହିଁ ।

ଏହା ବି ପଢନ୍ତୁ- ଜମିଲା ରାଜଧାନୀ ପ୍ରତିଷ୍ଠା ଉତ୍ସବ, ଝଲସିଲା ଆତସବାଜି ମନ ମୋହିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ସେହିଭଳି ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ରାଜଧାନୀ ପ୍ରତିଷ୍ଠା ଦିବସ ଅପରାହ୍ନରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ମଧ୍ୟ କରାଯିବ ନାହିଁ । କିନ୍ତୁ ସେଦିନ ସଂଧ୍ୟାରେ ଜୟଦେବ ଭବନରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଦିବସ ଉପଲକ୍ଷେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ ସ୍ଥଳକୁ ଆଲୋକମାଳାରେ ସଜ୍ଜିତ କରାଯିବ ।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ତୋରଣ କରାଯିବ । ରାଜଧାନୀ ଶିଳାନ୍ୟାସ ପ୍ରତିଷ୍ଠା ଫଳକ ସ୍ଥଳ ସମେତ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ପରିସ୍କାର ପରିଚ୍ଛନ୍ନ କରାଯାଇ ମାଲ୍ୟାର୍ପଣ କରାଯିବ । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଏମସି ଓ ବିଡିଏର ମିଳିତ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ପ୍ରାରମ୍ଭରୁ ଅଦ୍ୟାବଧି ରହିଥିବା ଐତିହ୍ୟ ଏବଂ ପୁରାତନ ସ୍ମୃତି ବହନ କରୁଥିବା ଫଟୋଚିତ୍ରକୁ ସ୍ଥାନିତ କରି ଏକ ଫଟୋ ପ୍ରଦର୍ଶନୀ ଜୟଦେବ ଭବନରେ ଅନୁଷ୍ଠିତ ହେବ ।

ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ବିଡିଏ ଉପାଦକ୍ଷ ବଳୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୋଲିସ ଡିସିପି (ହେଡକ୍ୱାଟର୍ସ) କିଶୋର ଚନ୍ଦ୍ର ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.