ETV Bharat / state

ନେତାଜୀ ଜୟନ୍ତୀ: ତ୍ରିରଙ୍ଗା ଉଡ଼ାଇଲେ, ବୀରପୁତ୍ରଙ୍କୁ ମନେ ପକାଇଲେ

author img

By ETV Bharat Odisha Team

Published : Jan 23, 2024, 12:08 PM IST

Birth anniversary of netaji subhas chandra bose: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଏହି ମହାନ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢ଼ନ୍ତୁ

Birth anniversary of netaji
ନେତାଜୀ ଜୟନ୍ତୀ
ନେତାଜୀ ଜୟନ୍ତୀ

ଖୋର୍ଦ୍ଧା : "ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି" । ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଦେଶର ସ୍ବାଧୀନତା ସଂଗ୍ରାମକୁ ବଳ ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜନ୍ମ 1897 ଜାନୁଆରୀ 23ରେ ଓଡ଼ିଶା ମାଟିରେ ହୋଇଥିଲା । ଆଜି ଏହି ମହାପୁରୁଷଙ୍କ 127 ତମ ଜୟନ୍ତୀ । ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଚମ୍ପାଇଲୋ ଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀରେ ସ୍ମରଣ କରୁଛନ୍ତି ଦେଶବାସୀ । ଗଣତନ୍ତ୍ର ଏବଂ ସ୍ୱାଧୀନତା ଦିବସ ଭଳି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଚମ୍ପାଇଲୋ ଗାଁରେ ଉତ୍ତୋଳନ ହୋଇଛି ଜାତୀୟ ପତାକା । ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମ ଭାବେ ପରିଚିତ ଚମ୍ପାଇଲୋରେ ସକାଳୁ ପ୍ରଭାତ ଫେରି କରି ଛାତ୍ରଛାତ୍ରୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ପତାକା ଉତ୍ତୋଳନ କରିଛନ୍ତି । 1993 ମସିହାଠାରୁ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ଏହିଭଳି କାର୍ଯ୍ୟକ୍ରମ କରିଆସୁଥିବା କହିଛନ୍ତି ଗ୍ରାମବାସୀ । ସେହି ଦିନଠାରୁ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ଏହିଭଳି କାର୍ଯ୍ୟକ୍ରମ କରିଆସୁଛନ୍ତି ଗ୍ରାମବାସୀ ।

30ରୁ ଅଧିକ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ପରିଚିତ ଚମ୍ପାଇଲୋ । ଗରିବର କଷାଘାତର ଶିକାର ହୋଇ ଗ୍ରାମର ଯୁବକମାନେ ରେଙ୍ଗୁନ ଯାଇଥିଲେ ସୂତା କାଟିବା ପାଇଁ, ଆଉ ସେତେବେଳେ ସୁଭାଷ ବୋଷଙ୍କ ଡାକରା "ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି" ନାରାରେ ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇଥିଲେ ଏବଂ ଦେଶ ମାତୃକାର ସେବା ପାଇଁ ଇଂରେଜ ବିରୋଧରେ ଲଢେଇ କରିଥିଲେ ।କିନ୍ତୁ କେନ୍ଦ୍ର ସରକାର ଗ୍ରାମର 17 ଜଣଙ୍କୁ ସ୍ୱାଧୀନତା ସଂଗ୍ରାମୀ ଘୋଷଣା କରି ସେମାନଙ୍କୁ ସନ୍ତକରୂପେ ତାମ୍ର ଫଳକ ପ୍ରଦାନ କରି କାମ ସାରିଦେଇଛନ୍ତି । ସେହିପରି ଗାଁ ଆରମ୍ଭରୁ ଗ୍ରାମବାସୀଙ୍କ ସହଯୋଗରେ ନିର୍ମାଣ ହୋଇଥିବା ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଯିବାକୁ ବସିଥିବା ବେଳେ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କୁ ଜଣାଇ ନିରାଶ ହୋଇଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ-ଦେଶ ପାଳୁଛି ପରାକ୍ରମ ଦିବସ, ସ୍ବାଧୀନତା ସଂଗ୍ରାମର ମହାନାୟକ ଥିଲେ ସୁଭାଷ ବୋଷ

ସଶସ୍ତ୍ର ଆନ୍ଦୋଳନ ଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦୃଢ ବିଶ୍ଵାସ ଥିଲା । ସେଥିପାଇଁ ନେତାଜୀ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ଗଠନ କଲେ । ଏହାପରେ ଆହ୍ଵାନ ଦେଇଥିଲେ ଦିଲ୍ଲୀ ଚଲୋ.... । ଏହା ସହିତ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା । ନେତାଜୀ ଭାରତର ସେହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଅନ୍ୟତମ ଯେ କି ଆଜି ବି ଯୁବ ବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.