ETV Bharat / state

ଜାତୀୟସ୍ତରୀୟ ଏକ୍ସପୋ 2024 ବାଣିଜ୍ୟ ମେଳା, ମହିଳା ଉଦ୍ୟୋଗୀଙ୍କୁ ପ୍ରାଧାନ୍ୟ

Expo Odisha 2024: ବାଲେଶ୍ବର ଆଇଟିଆଇ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟସ୍ତରୀୟ ବାଣିଜ୍ୟ ମେଳା ଏକ୍ସପୋ ଓଡ଼ିଶା ୨୦୨୪ । ଏହି ମେଳାରେ ମହିଳା ଉଦ୍ୟୋଗୀଙ୍କୁ ମିଳିଛି ପ୍ରାଧାନ୍ୟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 31, 2024, 7:05 AM IST

ଜାତୀୟସ୍ତରୀୟ ଏକ୍ସପୋ 2024 ବାଣିଜ୍ୟ ମେଳା
ଜାତୀୟସ୍ତରୀୟ ଏକ୍ସପୋ 2024 ବାଣିଜ୍ୟ ମେଳା
ଜାତୀୟସ୍ତରୀୟ ଏକ୍ସପୋ 2024 ବାଣିଜ୍ୟ ମେଳା

ବାଲେଶ୍ବର: ଆଇଟିଆଇ ପଡ଼ିଆରେ ମଙ୍ଗଳବାରଠାରୁ ବାଣିଜ୍ୟ ମେଳା ଏକ୍ସପୋ ଓଡ଼ିଶା ୨୦୨୪ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ବାହାରର ଶିଳ୍ପ ଉଦ୍ୟୋଗୀ ମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି ଆଶା କରାଯାଉଛି । ଏହି ମେଳାରେ ବିଶେଷ ଭାବେ ଗ୍ରମାଞ୍ଚଳର ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଏମ୍‌ଏସ୍‌ଏମ୍‌ଇ ବିଭାଗ ଓଡ଼ିଶା ସରକାର, ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ, ଭାରତ ସରକାର, ବାଲେଶ୍ବର ଜିଲ୍ଲା ପ୍ରଶାସନ, ବାଲେଶ୍ବର ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂସ୍ଥା ଏବଂ ନୋସିର ମିଳିତ ସହଯୋଗରେ ଜାତୀୟ ସ୍ତରୀୟ ଶିଳ୍ପ ଓ ବାଣିଜ୍ୟ ମେଳା 'ଏକ୍ସପୋ ଓଡ଼ିଶା- ୨୦୨୪' ଉଦ୍‌ଘାଟିତ ହୋଇଛି ।

ଏହି ବାଣିଜ୍ୟ ମେଳାକୁ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ​ଶେଖର ପରିଡ଼ା, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶିଳ୍ପ କ୍ଷେତ୍ରରେ ବାଲେଶ୍ବରକୁ ଆଗେଇ ନେବାରେ ସହଯୋଗ କରୁଥିବାରୁ ବିସିଆଇସି, ନୋସିକୁ ଅତିଥିମାନେ ଧନ୍ୟବାଦ ଦେଇଥିଲେ । ଶିଳ୍ପ କ୍ଷେତ୍ରରେ ଯାହା ବି ସମସ୍ୟା ରହିବ, ତାହା ପ୍ରଶାସନର ସହ​ଯୋଗରେ ସମାଧାନ କରିବାକୁ ସବୁବେଳେ ପ୍ରଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ବାଲେଶ୍ବର ଶିଳ୍ପ ଓ ବାଣିଜ୍ୟ ସଂଘ (ବିସିଆଇସି)ର ସଭାପତି ସଞ୍ଜୟ କୁମାର ଦାସ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବୃହତ୍‌ ଶିଳ୍ପକ୍ଷେତ୍ରରେ ଅବଦାନ ଲାଗି ଇମାମି ପେପର୍‌ ମିଲ୍ସ, ଜୀବନବ୍ୟାପୀ ସାଧନା ପୁରସ୍କାର(ଇଣ୍ଡଷ୍ଟ୍ରି) ଭାରତ ଟିମ୍ବରର ଜୟନ୍ତୀଲାଲ ପଟେଲ, ଜ୍ୟୋତି ​ଷ୍ଟୋରର ଜଗଦୀଶ ପ୍ରସାଦ ଖଣ୍ଡେଲୱାଲଙ୍କୁ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଇସ୍ପାତ ନଗରୀରେ ଇଟ ରାଇଟ ଷ୍ଟ୍ରିଟ୍ ଫୁଡ୍ ମେଳା, ନାଚଗୀତରେ ଜମିଲା ଆସର

ସେହିଭଳି ପଦ୍ମାବତୀ ଆମ୍ୟୁଜମେଣ୍ଟ୍‌ ପାର୍କ ଆଣ୍ଡ୍‌ ରିସୋର୍ଟର ମୌସମ କୁମାର ସିଂହ, ଆଲାଶ୍ବର ମେରାଇନର ଜ୍ଞାନରଞ୍ଜନ ଦାଶ, ସ୍ୟାଣ୍ଡ୍‌ସିଟି ଅଟୋଟେକ୍‌ର ଶିବ କୁମାର ପୋଦାର, ଯୁବ ଶିଳ୍ପୋଦ୍ୟୋଗୀ ଗୌରବ ରଥୀ, ସିଏସ୍‌ଆର୍‌ ପାଇଁ ଏଚ୍‌ଆଇଏଲ୍‌ ଲିମିଟେଡକୁ ସମ୍ମାନିତ କରାଯାଇଥିଲା । ସମସ୍ତ ବିଧାୟକଙ୍କ ସମେତ ନୋସିର ସଭାପତି ପିକେ ଡାଭେ, ୟୁସିସିଆଇର ଭୁବନେଶ୍ବରର ସଭାପତି ବ୍ରହ୍ମା ମିଶ୍ର ପ୍ରମୁଖ ବା​ଲେଶ୍ବରର ଶିଳ୍ପ ଏବଂ ଏହି ଶିଳ୍ପ ମେଳା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ମେଳା ଆଜି ଅର୍ଥାତ ୩୦ ଜାନୁଆରୀରୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ 4 ତାରିଖ ଯାଏଁ ଚାଲିବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ଚଳିତ ବର୍ଷ 350 ଷ୍ଟଲ୍‌ ମେଳାରେ ରହିଥିବା ବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଏପରିକି ମିଶନ ଶକ୍ତି କାଫେ ଭଳି ସରକାରୀ ସ୍ତରରେ 20ରୁ ଊର୍ଦ୍ଧ୍ଵ ଷ୍ଟଲ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବା ନେଇ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.