ETV Bharat / state

ଧାନ କ୍ରୟ ବିକ୍ରୟକୁ ନେଇ ତେଜିଲା ଆନ୍ଦୋଳନ, ଚାଷୀ ସଙ୍ଗଠନର ରାସ୍ତାରୋକ - Naba Nirman Krushak Sangathan

author img

By ETV Bharat Odisha Team

Published : Jun 3, 2024, 6:39 PM IST

Naba Nirman Krushak Sangathan: ନବ ନିର୍ମାଣ କୃଷକ ସଂଗଠନ ଧାନ କଟନୀ ଛଟନି, ଧାନ ସଂଗ୍ରହରେ ଅନିୟମିତତା, ଧାନ ବିକ୍ରୟରେ ଅସୁବିଧା ଭଳି ଦାବିକୁ ନେଇ ରାସ୍ତା ରୋକ କରିଛନ୍ତି । ଫଳରେ ବରଗଡ ବଲାଙ୍ଗୀର ମଧ୍ୟରେ ଯାତାୟାତରେ ସମସ୍ୟା ଦେଖା ଦେଇଛି । ଅଧିକ ପଢନ୍ତୁ

Naba Nirman Krushak Sangathan
Naba Nirman Krushak Sangathan (ETV Bharat Odisha)

ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ସହରରେ ଚାଷୀ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ନିକଟରେ ବରଗଡ ବଲାଙ୍ଗୀର ଜାତୀୟ ରାଜପଥକୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅବରୋଧ କରାଯାଇଛି । ଗତ ରବି ଋତୁ ଧାନ ସଂଗ୍ରହରେ ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରି ପାରୁ ନ ଥିବା ଅଭିଯୋଗ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ଉପସଭାପତି ତଥା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ଯୁବ ଚାଷୀ ନେତ୍ରୀ ସୋନାଲି ବିଶିଙ୍କ ନେତୃତ୍ବରେ ଚାଷୀମାନେ ବିକ୍ରି ଯୋଗ୍ୟ ଧାନ ରାଜରାସ୍ତା ଉପରେ ରଖି ଆନ୍ଦୋଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.... ଜୟ କୋଶଲ ଜୟ କିଷାନ ଧ୍ୱନିରେ କମ୍ପିବ ରାଜ୍ୟ ବିଧାନସଭା: ସୋନାଲି ବିଶି - Odisha Assembly Election 2024

ଦୀର୍ଘ ଦିନ ହେଲା ରବି ଋତୁ ଧାନ ସଂଗ୍ରହରେ ଅନିୟମିତତା ଲାଗି ରହିଥିବା ବେଳେ ଧାନ କ୍ରୟ ବିକ୍ରୟ କରିବା ପାଇଁ ଚାଷୀମାନେ ଆବଶ୍ୟକ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଅନୁରୋଧ କରି ଆସୁଥିଲେ । ପ୍ରଥମେ ଟୋକନ ପାଇଥିବା ଚାଷୀର ପ୍ରଥମେ ବିକ୍ରି ହେବ , ନିର୍ଦ୍ଧାରିତ ସମୟରେ ବିକ୍ରି ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଯିବ, ଯେଉଁ ଦିନ ଚାଷୀ ଟୋକନ ସହିତ ନିଜ ଉତ୍ପାଦିତ ଧାନ କ୍ରୟ କେନ୍ଦ୍ରକୁ ଆଣିବ ସେହି ଦିନ ହିଁ ଚାଷୀର ଧାନ କ୍ରୟ କରାଯିବ, ଧାନ କ୍ରୟ ବିକ୍ରୟ ପାଇଁ ଆବଶ୍ୟକ ସୁତୁଲି ଓ ଅଖା ବସ୍ତା ଚାଷୀଙ୍କୁ ଯୋଗାଇ ଦିଆଯିବ ଅବା ଚାଷୀଙ୍କୁ ଅଖାବସ୍ତା ଓ ସୂତୁଲିର ମୂଲ୍ୟ ପ୍ରଦାନ କରାଯିବ, କ୍ରୟ କେନ୍ଦ୍ର ଗୁଡିକରେ ଚାଷୀଙ୍କ ବିଶ୍ରାମ ପାଇଁ ରେଷ୍ଟ ସେଡ ସହିତ ପିଇବା ପାଣି ଯୋଗାଇ ଦିଆଯିବା ଆଦି ଚାଷୀମାନେ ଦାବି କରି ଧାନ କ୍ରୟ ବୈଠକରେ ଜିଲ୍ଲା ପ୍ରଶାସନ ଆଗରେ ଦାବି ଉପସ୍ଥାପନ କରିଥିଲେ ।

ବିଶେଷକରି ଚାଷୀଙ୍କ ଧାନ କଟନୀ ଛଟନି ନ କରିବା ପାଇଁ ଚାଷୀ ସଂଗଠନ ଦାବି କରିଥିଲେ, ହେଲେ କୁଇଣ୍ଟାଲ ପିଛା ଚାରିରୁ ପାଞ୍ଚ କେଜି କଟନୀ ଛଟନୀ ସହିତ ଚାଷୀଙ୍କ ଧାନ କ୍ରୟ ପାଇଁ ଲାଗି ରହିଥିବା ଅଚଳାବସ୍ଥା ଯୋଗୁଁ ଚାଷୀମାନେ ଆଜି ରାସ୍ତା ରୋକୋ ଆନ୍ଦୋଳନ କରିଛନ୍ତି । ଚାଷୀଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଚାଷୀ ନେତ୍ରୀ ସୋନାଲି ବିଶି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ଯାନ ବାହାନ ଅଟକି ରହିଥିବା ବେଳେ ବରଗଡ ବଲାଙ୍ଗିର ଯାତାୟାତରେ ସମସ୍ୟା ଦେଖା ଦେଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାାଇଁ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.