ETV Bharat / state

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, 20ହଜାର ଟଙ୍କା ଜରିମାନା - Murder Case in Kalahandi - MURDER CASE IN KALAHANDI

Accused Sentenced To Lifetime Imprisonment: 2014ରେ ଘଟିଥିବା ହତ୍ୟାକାଣ୍ଡର ରାୟ ଦୀର୍ଘ 10 ବର୍ଷ ପରେ ପ୍ରକାଶ ପାଇଛି । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଅଧିକ ପଢନ୍ତୁ

Accused Sentenced To Lifetime Imprisonment
Accused Sentenced To Lifetime Imprisonment (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 10:13 AM IST

ଭବାନୀପାଟଣ: ହତ୍ୟାକାରୀକୁ ମିଳିଲା ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ। ଆଜି କଳାହାଣ୍ଡି ଦୌରାଜଜ ଦୀପ୍ତି ରଞ୍ଜନ କାନୁନ୍‌ଗୋ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଦୋଷୀକୁ ଏହି ଦଣ୍ଡ ଆଦେଶ ଦେଇଥିବା ସୂଚନା ମିଳିଛି। ତେବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଠେମରା ଗ୍ରାମରେ ଗତ 2014 ମସିହାରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଏକ ହତ୍ୟା ମାମଲାର ରାୟ ଆଜି ଦୀର୍ଘ 10 ବର୍ଷ ପରେ ହୋଇଛି। କେସିଙ୍ଗା ଥାନା ଠେମରା ଗ୍ରାମର ପାର୍ଥ କରୁଆଁଙ୍କୁ ଧାରା 302ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।

ଆଜି 2014 ମସିହାରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ହୋଇଛି। ଯେଉଁଥିରେ ଦୋଷୀକୁ ଆଜୀବନ କାରାଦଣ୍ଡ ସହିତ 20 ହଜାର ଟଙ୍କା ଜରିମାନା ଦେବାର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ଆହୁରି 6 ମାସ ଅତିରିକ୍ତ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଠେମରା ଗ୍ରାମର ଗୌତମ ମାଝି ନାମକ ଜଣେ ଶ୍ରମିକ ନିକଟସ୍ଥ ରାଇସମିଲରୁ କାମ ସାରି ସାଇକେଲରେ ଫେରୁଥିଲେ। ସେହି ସମୟରେ ରାତି ୭ଟା ବେଳେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ନିକଟରେ ଅଭିଯୁକ୍ତ ପାର୍ଥ ତାଙ୍କୁ ହଠାତ୍ ଠେଙ୍ଗା ସାହାର୍ଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ । ଏହାକୁ ନେଇ ଗୌତମଙ୍କ ସ୍ତ୍ରୀ ଗୋମତୀ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସେହି ସମୟରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯାହାର ଆଜି ରାୟ ପ୍ରକାଶ ପାଇଛି। ଏହି ମାମଲା ଟିକୁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପିପି ଜିତେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ। ସେହିପରି ଅନ୍ୟଏକ ୩(୨)(ଭି) ଏସ୍‌ସି/ଏସଟିଆକ୍ଟ କେସରେ ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ.. ଆଦିବାସୀ ନାବାଳିକାଙ୍କୁ ନ୍ୟାୟ, ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ - MINOR RAPE CASE VERDICT

ସେହିଭଳି କେନ୍ଦୁଝର ଜିଲ୍ଲାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅଂଶୁମାନ ମହାପାତ୍ର (୩୧)କୁ ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ସୂଚନାଯୋଗ୍ୟ ଯେ କେନ୍ଦୁଝର ଟାଉନ ଥାନା ଅଧୀନ ସରାସ ଗ୍ରାମର ଅଂଶୁମାନ ମହାପାତ୍ରଙ୍କ ସ୍ତ୍ରୀ ନିକଟସ୍ଥ ଏକ ଗ୍ରାମର ୧୨ବର୍ଷର ଆଦିବାସୀ ନାବାଳିକାର ମା’ ମୃତ୍ୟୁ ପରେ ପାଠ ପଢ଼ାଇବା କହି ନିଜ ଘରକୁ ଆଣିଥିଲେ । ଏକ ଦେୱାନୀ ମାମଲାରେ ଟାଉନ ଥାନା ପୋଲିସ ଅଂଶୁମାନଙ୍କ ଘରେ ଚଢ଼ଉ ସମୟରେ ତାଙ୍କ ଘରେ କାମ କରୁଥିବା ଏକ ନାବାଳିକାକୁ ଉଦ୍ଧାର କରି ବଣିଆପାଟ ସ୍ଥିତ ଓପନସେଲଟର ହୋମରେ ଛାଡିଥିଲା । କିଛିଦିନ ପରେ ସମ୍ପୃକ୍ତ ନାବାଳିକା ଜଣକ ଗର୍ଭବତୀ ଥିବା ଅନୁମାନ କରି ସଖୀ ୱାନ ଷ୍ଟଫ ସହାୟତାରେ ନାବାଳିକା ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବାରୁ ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ନାବାଳିକା ଜଣକୁ ପଚରାଯିବାରୁ ଘରେ ସ୍ତ୍ରୀ ଅନୁପସ୍ଥିତ ଥିବା ସମୟରେ ଅଂଶୁମାନ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ପ୍ରକାଶ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.