ETV Bharat / state

ପୁଣି ଅଶାନ୍ତ ପଦ୍ମକେଶରପୁର, ଘରେ ପଶି ଶ୍ବଶୁର-ବୋହୂଙ୍କୁ ଖଣ୍ଡାରେ ଆକ୍ରମଣ - Bhubaneswar Crimes

author img

By ETV Bharat Odisha Team

Published : Apr 11, 2024, 3:19 PM IST

Attack on family members: ସୁଧ କାରବାରକୁ ନେଇ ରାଜଧାନୀରେ ମରଣାନ୍ତକ ଆକ୍ରମଣ । ପଟିଆର ପଦ୍ମକେଶରପୁରରେ ଘରେ ପଶି ଶ୍ବଶୁର ଓ ବୋହୂକୁ ହାଣିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ପୁଣି ଅଶାନ୍ତ ପଦ୍ମକେଶରପୁର, ଘରେ ପଶି ଶ୍ବଶୁର-ବୋହୂଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ଭୁବନେଶ୍ୱର ପଟିଆର ପଦ୍ମକେଶରପୁର । ଘରେ ପଶି ଶ୍ବଶୁର ଓ ବୋହୂଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ସୁଧ କାରବାରକୁ ନେଇ ଦୁହିଁଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଆହତମାନେ ହେଲେ ସନାତନ ଦାସ ଓ ବୋହୂ ନିରୁପମା ଦାସ । ଉଭୟ ଶ୍ବଶୁର ବୋହୂଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଚିକିତ୍ସା ହୋଇ ଏବେ ଘରକୁ ଫେରିଛନ୍ତି ।

ମଞ୍ଚେଶ୍ଵର ଥାନା ପଦ୍ମ କେଶରୀପୁରର ଗାଁର ମିଟୁ ଦାସ, ବାବୁଲା ଦାସ, ସୁବ୍ରତ ଦାସ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୁଧ କାରବାକୁ ନେଇ ଆକ୍ରମଣ କରାଯାଇଥିବା କହିଛନ୍ତି ଅଭିଯୋଗକାରୀ ବା ଆକ୍ରମଣ ଶିକାର ହୋଇଥିବା ଶ୍ୱଶୁର ଓ ବୋହୂ । ଗତକାଲି ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତମାନେ ଘରେ ପଶି ଶ୍ବଶୁର ବୋହୂଙ୍କୁ ଆକ୍ରମଣ କରିଥିଲେ । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ କଟକ ଏସସିବି ପଠାଯାଇଥିଲା । ବର୍ତ୍ତମାନ ସେମାନେ ଚିକିତ୍ସିତ ହୋଇ ଘରକୁ ଫେରଇଛନ୍ତି । ସୁଧ ପାଇଁ ଏଭଳି ଅମାନୁଷିକ ଭାବେ ହାଣିବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ପରିବାର ।

ଆକ୍ରମଣର ଶିକାର ମହିଳା କହିଛନ୍ତି ଯେ, ସେମାନେ ୧୦ ହଜାର ଟଙ୍କାର ସୁଧ ନେଇଥିଲେ । ଏଥିପାଇଁ ସେ ୨.୫୦ ଲକ୍ଷ ଟଙ୍କା ସୁଧ ଦେବା ପରେ ସୁଧ ଦେଇଥିବା ଗୋଷ୍ଠୀ ଆଉ ଅଢେଇ ଲକ୍ଷ ଟଙ୍କା ମାଗିଥିଲେ । ଏହି ଟଙ୍କା ଦାବି କରି ସେମାନେ ଆକ୍ରମଣ କରିଥିବା ମହିଳା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫୁଲ ତୋଳିବା ବେଳେ ଧକ୍କା ଦେଲା କାର, ମହିଳା ମୃତ ୨ ଗୁରୁତର - Road Mishap

ତେବେ ଏହି ସୁଧ କାରବାର ଘଟଣାକୁ ନେଇ ପୂର୍ବରୁ ଏଠି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ସୁଧ ଦେଇଥିବା ଗୋଷ୍ଠୀ ଓ ସୁଧ ଆଣିଥିବା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯାହାକି ଏକ ଶାନ୍ତି କମିଟି ପ୍ରତିଷ୍ଠା ହୋଇ ସମାଧାନ ହୋଇଥିଲା । ଏବେ ଏହି ଘଟଣାକୁ ୪ ମାସ ନ ପୁରୁଣୁ ପୁଣି ଏଠାରେ ଅଶାନ୍ତ ସ୍ଥିତି ଦେଖିବାକୁ ମିଳିଛି । ସେପଟେ ଏହି ଆକ୍ରମଣ ପରେ ଉଭୟ ଗୋଷ୍ଠୀ ଭିତରେ କାଚ ଓ ବୋମାମାଡ ହୋଇଛି । ଏହାକୁ ନେଇ ପୁରା ଗାଁ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ଶାନ୍ତ କରିବାକୁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଏହି ଆକ୍ରମଣ ଘଟଣାରେ ଯେଉଁମାନେ ଅଭିଯୁକ୍ତ ରହିଛନ୍ତି ସେମାନେ ଗିରଫ ଭୟରେ ଫେରାର ହୋଇଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.