ETV Bharat / state

କିଟ ଛକରେ ଭୟଙ୍କର ଅଗ୍ନିକାଣ୍ଡ, ବିଲ୍ଡିଂରେ ଅନେକ ଲୋକ ଫସିଥିବା ଆଶଙ୍କା - Fire Incident in KIIT Square

author img

By ETV Bharat Odisha Team

Published : Mar 22, 2024, 7:18 PM IST

Fire Incident in KIIT Square: ଭୁବନେଶ୍ଵର ସ୍ଥିତ କିଟ ଛକ ନିକଟରେ ଥିବା ଏକ କର୍ପୋରେଟର ଅଫିସରେ ଆଜି ନିଆଁ ଲାଗିଯାଇଛି । ଏହି ବିଲ୍ଡିଂରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ,

କିଟ ଛକରେ ଭୟଙ୍କର ଅଗ୍ନିକାଣ୍ଡ
କିଟ ଛକରେ ଭୟଙ୍କର ଅଗ୍ନିକାଣ୍ଡ
କିଟ ଛକରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ କିଟ ଛକ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଛକ ନିକଟରେ ଥିବା ଏକ କର୍ପୋରେଟର ଅଫିସରେ ନିଆଁ ଲାଗିଯାଇଛି। ଏହି ବିଲ୍ଡିଂରେ ଥିବା ଚତୁର୍ଥ ମହଲାରେ ହୋଇଛି ଅଗ୍ନିକାଣ୍ଡ। ତେବେ ପ୍ରାଥମିକ ତଦନ୍ତରୁ ରେଷ୍ଟ୍ରୁରାଣ୍ଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ଜଣାପଡ଼ିଛି। ଏହା ସହ ଏହି ଅଗ୍ନିକାଣ୍ଡ ଘଟିଥିବା ଚତୁର୍ଥ ମହଲାରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ତେବେ ନିଆଁ ଲାଗିବା ଦ୍ଵାରା ଅନେକ କାଗଜପତ୍ର ଏବଂ କିଛି ଅସବାପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ ବାହିନୀ ଦ୍ଵାରା ନିଆଁ ଲିଭା ଉଦ୍ୟମ ଜାରି ରହିଛି।

ନିଆଁ କିଭଳି ଲାଗିଲା ଏବଂ କେଉଁ କାରଣରୁ ଲାଗିଛି ତାହାର ତର୍ଜମା କରାଯାଉଛି। ତେବେ ରାଜଧାନୀରେ ହୋଟେଲ ସୋରୁମ୍ ଓ ଅଫିସ ସମେତ କଲେଜରେ ନିଆଁ ଲାଗିବା ଘଟଣା ନୂଆ ନୁହେଁ। ଏହିଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳେ। ସାଧାରଣ ଭାବରେ ସର୍ଟ ସର୍କିଟ ଏବଂ ଅସାବଧାନତା କାରଣରୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥାଏ। ସୂଚନା ଅନୁଯାୟୀ, ବିଗତ ଦିନମାନଙ୍କରେ ଭୁବନେଶ୍ଵର ସମେତ ରାଜ୍ୟର ଅନେକ ସ୍ଥାନରେ ନିଆଁ ଲାଗିଥିବାର ନଜରକୁ ଆସିଛି। ଯେପରିକି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନିଆଁ ଲାଗିବା, ସପିଙ୍ଗ ମହଲରେ ନିଆଁ ଲାଗିବା ଏବଂ ଅନେକ ଅଫିସ କାର୍ଯ୍ୟାଳୟରେ ନିଆଁ ଲାଗିବା ଭଳି ଘଟଣା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢ଼ନ୍ତୁ.... ଦୁର୍ଘଟଣା ପରେ ଜଳିଗଲା ଟ୍ରକ; ହେଲ୍ପର ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର - Truck Helper Burnt Alive

ତେବେ ବିଭିନ୍ନ ବଡ଼ ବଡ଼ ବିଲଡିଙ୍ଗରେ ଅଗ୍ନିନିରପକ ବ୍ୟବସ୍ଥା ରହିଛି କି ନାହିଁ ତାହା ସଠିକ ଭାବରେ ଯାଞ୍ଚ କରାଯାଉ ନାହିଁ। ଯାହା ଫଳରେ ନିଆଁକୁ ପ୍ରାଥମିକ ସ୍ତରରେ ଲିଭାଇବାରେ ଅକ୍ଷମ ହେଉଛି। ଏପରିକି ଅନେକ ନିଆଁ ଲିଭାଇବା ଯନ୍ତ୍ରକୁ କିଭଳି ସଠିକ ଭାବରେ ବ୍ୟବହାର କରାଯିବ ତାହା କର୍ମଚାରୀଙ୍କୁ ତାଲିମ ଦେଉ ନାହାନ୍ତି। ଯାହା ଫଳରେ ପ୍ରାଥମିକ ସ୍ତରରେ ନିଆଁ ଲିଭାଇବାକୁ ଅକ୍ଷମ ହେଉଛି। ଏପରିକି ଅନେକ ସମୟରେ ମଧ୍ୟ ବଡ଼ ବଡ଼ ବିଲଡିଙ୍ଗରେ ଅଗ୍ନିଶମ ବିଭାଗ ଦ୍ଵାରା ଅଗ୍ନଶମ ବାହିନୀ ମାନେ ସୁରକ୍ଷା ଓ ତାଲିମକୁ ନେଇ ମକ ଡ୍ରିଲ୍ କରିଥାନ୍ତି। ଏଥିରେ ନିଜେ ଅଗ୍ନିଶମ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ନିଆଁ ଲିଭାଇବା କାର୍ଯ୍ୟ ପ୍ରଶିକ୍ଷଣ ଦେବା ସହ ବଡ଼ ବଡ଼ ବିଲଡିଙ୍ଗରେ ନିଆଁ ଲାଗିଲେ କିଭଳି ଭାବରେ ଲିଭା ଯାଇପାରିବ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.